ଦୁଲହନକୁ ଦେଖି ଦୁଲ୍ହା ମାରିଲା ସିଟି,  କପୁଲ ଡ୍ୟାନ୍ସରେ ବିଭୋର ହେଲେ ଅତିଥୀ

ଦୁଲହନକୁ ଦେଖି ଦୁଲ୍ହା ମାରିଲା ସିଟି, କପୁଲ ଡ୍ୟାନ୍ସରେ ବିଭୋର ହେଲେ ଅତିଥୀ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଭାରତୀୟ ସଂସ୍କୃତି ଓ ପରମ୍ପରାରେ ବିବାହ ପାଇଁ ରହିଛି ସ୍ୱତନ୍ତ୍ର ସ୍ଥାନ । କେବଳ ସେତିକି ନୁହେଁ ବିବାହ ଉତ୍ସବରେ ମଉଜମସ୍ତୀ, ନାଚ ଗୀତ ଏକ ସାଧାରଣ କଥା । ଉଭୟ ବର ଓ କନ୍ୟା ପକ୍ଷ ନାଚଗୀତର ମସଗୁଲ ରହି ପୂରା ପରିବେଶକୁ ରଙ୍ଗିନ କରିଦିଅନ୍ତି । କିଛି ବର୍ଷ ହେବ କିନ୍ତୁ ଉଭୟ ବର ଓ କନ୍ୟା ମଧ୍ୟ ନିଜ ବିବାହ ଉତ୍ସବରେ ନୃତଗୀତରେ ମସଗୁଲ ରହୁଥିବା ଦେଖିବାକୁ ମିଳୁଛି । ଠିକ୍ ଏମିତି ହିଁ ଏକ ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଏହି ଭାଇରାଲ ଭିଡିଓରେ ବର ଓ କନ୍ୟା ନିଜର ନାଚ ଗୀତ ଚାଳି ଚଳନରେ ସମସ୍ତଙ୍କ ଦିଲ୍ ଜିତି ନେଇଛନ୍ତି । 

https://www.instagram.com/reel/CSjOftjns9E/?utm_source=ig_web_copy_link

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ବର ଷ୍ଟେଜ ଉପରେ କନ୍ୟା ଅପେକ୍ଷା କରିଥାଏ । କନ୍ୟା ଯେମିତି ହିଁ ୱେଡିଂ ହଲକୁ ଆସନ୍ତି ବର ପିଲା କନ୍ୟାକୁ ଦେଖିବାକୁ ବ୍ଯାକୁଳ ହୋଇ ଉଠନ୍ତି । ଅଧିକ ଉତ୍ସାହିତ ହୋଇ କନ୍ୟା ଦେଖି ବର ସିଟି ବି ମାରିବାକୁ ପଛାନ୍ତି ନାହିଁ । ଆଉ ଏହି ସମୟରେ କନ୍ୟା ମଧ୍ୟ ଫୁଲ୍ ମୁଡ୍ରେ ମସ୍ତୀ କରୁଥିବାର ଦେଖିବାକୁ ମିଳେ । କନ୍ୟା ନିଜ ସାଙ୍ଗ ସାଥୀଙ୍କ ସହ ଖୁସିରେ ନାଚିବା ଆରମ୍ଭ କରିଦିଅନ୍ତି । କିଛି ସମୟ ପରେ ଉଭୟ ବର ଓ କନ୍ୟା ଏକାଠି ହୋଇ ଷ୍ଟେଜର ନାଚିବାକୁ ଲାଗନ୍ତି । ବର କନ୍ୟାଙ୍କ ଏଭଳି ଆନ୍ଦାଜକୁ ଦେଖି ଉପସ୍ଥିତ ଅତିଥି, ପରିବାର, ପ୍ରିୟଜନ ଓ ଶୁଭାକାଂକ୍ଷୀ ମଧ୍ୟ ଖୁସି ଜାହିର କରନ୍ତି । 

ଦୁଲହନିଆ ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓକୁ ସେୟାର କରାଯାଇଛି । ଏହି ପ୍ଲାଟଫର୍ମରେ ଏମିତି କିଛି ନା କିଛି ବିବାହ ସମ୍ପର୍କିତ ମଜାଳିଆ ଭିଡିଓ ସେୟାର କରାଯାଇଥାଏ । ଏହି ଭିଡିଓ ସେୟାର କରି ଲେଖା ଯାଇଛି ଯେ, “ଯେବେ ବର ପିଲା ଅଧିକ ଉତ୍ସାହିତ ଏବଂ କନ୍ୟା ମଧ୍ୟ ଉତ୍ସାହିତ ରୁହନ୍ତି , ତେବେ ଆପଣ ଜାଣି ନିଅନ୍ତୁ ଯେ ଏହି ବିବାହ ମଜାଦାର ହେବାକୁ ଯାଉଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: