ଦଶମ ପରୀକ୍ଷା ଦେଲେ ବିଜେଡି ବିଧାୟକ; କୋଭିଡ ନିୟମ ଭାଙ୍ଗି ଥାନାରେ ଅଛି ମାମଲା

ଦଶମ ପରୀକ୍ଷା ଦେଲେ ବିଜେଡି ବିଧାୟକ; କୋଭିଡ ନିୟମ ଭାଙ୍ଗି ଥାନାରେ ଅଛି ମାମଲା

ପ୍ରିଜମ ନ୍ୟୁଜ ବ୍ୟୁରୋ; ବୟସ କୁ କିଏ ପଚାରେ ମନ ଚଂଗା ତ ସବୁ ଚଂଗା । ଏଇ ଯେମିତି ଗଂଜାମ ଜିଲ୍ଲା ସୋରଡା ନିର୍ବାଚନ ମଣ୍ଡଳୀର ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ ଙ୍କ ମାଟ୍ରିକ୍ ପରୀକ୍ଷା ଦେବା ଖବର ।ଆଜି ସେ ଅନ୍ୟ ପରୀକ୍ଷାର୍ଥୀଙ୍କ ଭଳି ସ୍କୁଲ ପାହାଚରେ ପହୁଣ୍ଡ ପକାଇ ପରୀକ୍ଷା ହଲ ରେ ବସି ପରୀକ୍ଷା ଦେଇଛନ୍ତି ।

ସେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଫଲାଇନରେ ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ ପ୍ରଥମ ବିଷୟ ପରୀକ୍ଷା ଦେଇଛନ୍ତି ବିଧାୟକ । ଶୁକ୍ରବାର ବିଧାୟକ କରସ୍ପଣ୍ଡେଣ୍ଟ କୋର୍ସରେ ପରୀକ୍ଷା ଦେଉଛନ୍ତି ।

ପରୀକ୍ଷା କେନ୍ଦ୍ରେ ମୋଟ୍ ୩୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାବେଳେ ଅଣ ସ୍କୁଲ ଭାବରେ ୨୫ ଜଣ ଛାତ୍ର ପରୀକ୍ଷା ଦେଉଛନ୍ତି । ସେଥିମଧ୍ୟରୁ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ପରୀକ୍ଷା ଦେଉଛନ୍ତି । ସେଣ୍ଟରରେ ସାନିଟାଇଜର ବ୍ୟବସ୍ଥା, ସିସିଟିଭି କ୍ୟାମେରା ବ୍ୟବସ୍ଥା, ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ବ ଦିଆଯାଇଛି ।

ଅନ୍ୟପଟେ ବିଧାୟକଙ୍କ ସ୍ବାସ୍ଥ୍ୟ ଖରାପ ଥିବା ସ୍କୁଲକୁ ଜଣାଇଥିଲେ । ତେଣୁ ତାଙ୍କ ପାଇଁ ସତନ୍ତ୍ର କକ୍ଷର ଆୟୋଜନ କରାଯାଇଛି । ଯଦି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା ତାହାହେଲେ ବିଧାୟକ ସମସ୍ତ ପରୀକ୍ଷାର୍ଥୀଙ୍କ ସହିତ ପରୀକ୍ଷା ଦେବେ । କିନ୍ତୁ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ୩ ଥର ବିଧାୟକ ହୋଇଥିଲେ ମଧ୍ୟ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେବା ସ୍ଥାନୀୟ ଅଞ୍ଚଳରେ ଚହଳ ପକାଇଛି ।

ସୂଚନା ଥାଉ କି କିଛି ଦିନ ଧରି ଭିନ କାରଣ ପାଇଁ ବିତର୍କିତ ହୋଇ ପଡିଛନ୍ତି ଗଞ୍ଜାମ ଜିଲ୍ଲା ବିଜେଡି ର ଏହି କାଢୁଆ ରାଜନେତା । ଖୋଦ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୋଭିଡ ନିୟମ ଭାଙ୍ଗିଥିବାର ଅଭିଯୋଗ ରହିଛି ।

ଅଭିଯୋଗ ଅନୁସାରେ ଗତ ୨୬ ତାରିଖରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ଢାଲ କରି ବିଧାୟକ ନିଜ ବାପାଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବରେ ଭଜନ ସମାରୋହ ସାଙ୍ଗକୁ ହଜାର ହଜାର ଲୋକଙ୍କୁ ମେଳି କରି କୋରନା ନିୟମକୁ ଜଳାଞ୍ଜଳି ଦେଇ ଭୋଜି ଭାତର ଆସର ଜମାଇଥିବା ଦେଖିବାକୁ ମିଳିଥିଲା। 

ବିଧାୟକ ନିଜ କ୍ଷମତାର ଅପବ୍ୟବହାର କରି ଏଭଳି ଆୟୋଜନ କରିଥିବା ବେଳେ ସବୁ ଜାଣି ଶୁଣି ଯେମିତି ପ୍ରଶାସନ ଓ ପୋଲିସ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି। ଶାସକ ଦଳର ଜଣେ ବିଧାୟକ ସଚେତନତା ସୃଷ୍ଟି କରିବା ବଦଳରେ ସରକାରଙ୍କ ନିଷ୍ପତ୍ତିକୁ ଉଲଂଘନ କରିବା ସହ ସୋରଡା ବିଧାୟକ (Surada MLA) ପୂର୍ଣ୍ଣ ସ୍ବାଇଁଙ୍କ (Purna Chandra Swain) ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନାରେ ଫେରାଦ ହୋଇଛି ବିଜେପି। 

କୋରୋନା କଟକଣାକୁ (Corona Restriction) ଅଣଦେଖା କରି ଅଡୁଆରେ ସୋରଡା ବିଧାୟକ। ରକ୍ତଦାନ ଶିବିରକୁ ଢାଲ କରି ଆୟୋଜନ କରିଥିଲେ ବାପାଙ୍କ ଶ୍ରାଦ୍ଧବାର୍ଷିକ କାର୍ଯ୍ୟକ୍ରମ। ଭଜନ ସମାରୋହ ସାଙ୍ଗକୁ ପ୍ରସାଦ ସେବନ ଆଳରେ ଜମିଥିଲା ହଜାର ହଜାର ଲୋକଙ୍କୁ ନେଇ ଭୋଜି ଭାତର ଆସର। ଏନେଇ ଅଭିଯୋଗ ହେବା ପରେ ମଧ୍ୟ ସବୁ ଜାଣି ଶୁଣି ଆଖିରେ ଅନ୍ଧପୁଟଳି ବାନ୍ଧିଦେଲା ପୋଲିସ ପ୍ରଶାସନ। ଗଞ୍ଜାମ ଜିଲ୍ଲା ସୋରଡା ନିର୍ବାଚନମଣ୍ଡଳୀ ଅମୃତୁଲ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। 

ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ବାପାଙ୍କ ଶ୍ରାଦ୍ଧବାର୍ଷିକ କାର୍ଯ୍ଯକ୍ରମରେ କୋଭିଡ ନିୟମର ଧଜିଆ ଉଡାଯାଇଥିବା ବେଳେ ଆସିକା ସାଂସଦ ପ୍ରମିଳା ବିଷୋୟୀଙ୍କ ସହ ଦଳର ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିକୁ ଏବେ ଚର୍ଚ୍ଚା ଜୋର ଧରିଛି। ଭୋଜିରେ ସାମାଜିକ ବ୍ଯବଧାନ ତ ଦୂରର କଥା ଅନେକଙ୍କ ମୁହଁରେ ଦେଖିବାକୁ ମିଳିନଥିଲା ମାସ୍କ। ସମ୍ପୂର୍ଣ୍ଣ କ୍ଷମତାର ଅପବ୍ଯବହାର କରି ହଜାର ହଜାର ଲୋକଙ୍କୁ ମେଳି କରି ଭୋଜିର ଆୟୋଜନକୁ ସାଧାରଣରେ ଘୋର ନିନ୍ଦା କରାଯାଇଥିବା ବେଳେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନାର ଦ୍ବାରସ୍ଥ ହୋଇଛି ବିଜେପି। ସେପଟେ ଗଞ୍ଜାମ ଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ କରାଜିବା ସତ୍ତ୍ୱେ ପ୍ରଶାସନର ଏଭଳି ଅଣଦେଖାକୁ ଘୋର ନିନ୍ଦା କରିଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ସଂଗ୍ରାମ ମହାନ୍ତି।

କୋରୋନା ସଂକ୍ରମଣ ହଟ ସ୍ପଟ (Corona Hotspot) ତାଲିକାରେ ରାଜ୍ୟରେ ସର୍ବଦା ଶୀର୍ଷରେ ରହି ଆସୁଛି ଗଞ୍ଜାମ ଜିଲ୍ଲା। ଯାହାକୁ ନେଇ ସରକାର ବେଷ ଚିନ୍ତା ପ୍ରକଟ କରିଥିବା ବେଳେ ଏବେ ଦ୍ବୀତିୟ ଲହରୀରୁ ଜିଲ୍ଲାବାସୀଙ୍କୁ ସାମାନ୍ୟ ଅସୁସ୍ଥ ମିଳିଛି। ଏଭଳି ପରିସ୍ଥିତିରେ ଜଣେ ଶାସକ ଦଳର ବିଧାୟକ ସରକାରଙ୍କ ନିଷ୍ପତ୍ତିକୁ ଖୋଲାଖୋଲି ଚ୍ଯାଲେଞ୍ଜ କରିଥିବା ଦେଖିବାକୁ ମିଳିଛି। ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଏନେଇ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିନଥିବା ବେଳେ ଦଳୀୟ ନେତା ନିଜ ଦୋଷ ଲୁଚାଇବାକୁ ଯାଇ ଜନସାଧାରଣଙ୍କୁ ଦାୟୀ କରିଛନ୍ତି। ବିଧାୟକଙ୍କ ଏଭଳି କାର୍ଯ୍ୟକଳାପ ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପ୍ରଶାସନ ୧୫ ହଜାର ଟଙ୍କା ଫାଇନ ଆଦାୟ  କରି ଚୁପ ବସିଥିବା ଜଣାପଡିଛି। 

0 Comments

Leave Your Comment

Your email address will not be published. Required fields are marked *

%d bloggers like this: