ଘାତକ ହେଲାଣି ବିସେ, ୨୧୦୦ ସୁଦ୍ଧା ସମୁଦ୍ର ଗର୍ଭରେ ମାଲଦ୍ୱୀପ, ସହିତ ଏହି ସହରଗୁଡିକ ଲିନ ହୋଇଯିବ

ଘାତକ ହେଲାଣି ବିସେ, ୨୧୦୦ ସୁଦ୍ଧା ସମୁଦ୍ର ଗର୍ଭରେ ମାଲଦ୍ୱୀପ, ସହିତ ଏହି ସହରଗୁଡିକ ଲିନ ହୋଇଯିବ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ : ଭୟଙ୍କର ଅବସ୍ଥାରେ ପହଞ୍ଚିଲାଣି ଜଳବାୟୁ ପରିବର୍ତ୍ତନ ଆଉ ଗ୍ଲୋବାଲ ୱାର୍ମିଂ। ଏହି କାରଣରୁ ପୃଥିବୀ କ୍ରମାଗତ ଭାବେ ଉତ୍ପାତ ହେବା ସହ ଆଗ୍ନେୟ ଉଦ୍ଗିରଣ ବୃଦ୍ଧି ପାଇଛି। ଏହାସହ କାରଣରୁ ଅନବଶକ୍ୟ ବୃଷ୍ଟିପାତ, ବନ୍ୟାବାତ୍ୟା, ଜଳ ପ୍ରଳୟ, ବରଫ ଅତଡ଼ା ଖସିବା, ଭଳି ପ୍ରାକୃତିକ ଦୁର୍ବିପାକ ଦେଖିବାକୁ ମିଳୁଛି। ମେରୁ ଅଞ୍ଚଳରୁ ମଧ୍ୟ ଲଗାତର ଭାବେ ବରଫ ଖଣ୍ଡ ତରଳିବାକୁ ଲାଗିଛି। ବିଶେଷଜ୍ଞମାନେ ବାରମ୍ବାର ଚେତେଇ ଦେଇଛନ୍ତି ଯେ ବରଫ ତରଳିବା ପୃଥିବୀ ପାଇଁ ଶୁଭଙ୍କର ନୁହେଁ। ଏହି କାରଣରୁ ସମୁଦ୍ରର ଜଳ ସ୍ତର ବୃଦ୍ଧି ପାଇବା ସହ ସମୁଦ୍ରରେ ଭିତରେ ରହିଥିବା ଦ୍ୱୀପ ଓ ନିକଟବର୍ତ୍ତୀ ସହରଗୁଡ଼ିକ ମଧ୍ୟ ପାଣିରେ ଧୋଇଯିବ। କିଛି ବର୍ଷ ତଳେ ଆମେରିକୀୟ ବୈଜ୍ଞାନିକ ବେନୋ ଗୁଟେନବର୍ଗଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଥିଲା ​​ଯେ ସମୁଦ୍ର ଜଳ ସ୍ତର ଅତି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଥିପାଇଁ ଗୁଟେନବର୍ଗ ଗତ ୧୦୦ ବର୍ଷର ତଥ୍ୟ ଅଧ୍ୟୟନ କରିଥିଲେ। ମେରୁ ଅଞ୍ଚଳରେ ବରଫ ତରଳିବା କାରଣରୁ ସମୁଦ୍ରର ଜଳ ବୃଦ୍ଧି ପାଉଛି ବୋଲି ନାସା ମଧ୍ୟ ଏହା ନିଶ୍ଚିତ କରାଇଛି।

ତେବେ ସମୁଦ୍ରରେ ଜଳ ସ୍ତରର ବୃଦ୍ଧି ହେତୁ ସବୁଠାରୁ ବଡ ବିପଦ ରହିଛି ବିଭିନ୍ନ ମହାସାଗରରେ ରହିଥିବା ସୁନ୍ଦର ଦ୍ୱୀପପୁଞ୍ଜ ଗୁଡ଼ିକ ଉପରେ। ସେଗୁଡିକ ଆଗାମୀ ୬ ଦଶନ୍ଧିରୁ କମ୍ ସମୟ ମଧ୍ୟରେ ପାଣିରେ ବିଲିନ ହୋଇଯିବେ ବୋଲି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି। ତେବେ ଚାଲନ୍ତୁ ଜାଣିବା ସବୁଠୁ ଅଧିକ ବିପଦ କେଉଁ କେଉଁ ଦ୍ୱୀପପୁଞ୍ଜ ପାଇଁ ରହିଛି …

ସୋଲେମନ ଦ୍ୱୀପପୁଞ୍ଜ:-

ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ପ୍ରାୟ ୧୦୦୦ ଦ୍ୱୀପକୁ ନେଇ ଗଠିତ ଏହି ଦ୍ଵୀପପୁଞ୍ଜ ଦ୍ରୁତ ଗତିରେ ପାଣିରେ ବୁଡୁଥିବାର ଦେଖିବାକୁ ମିଳୁଛି।  ରିଡରସ ଡ଼ାଇଜେଷ୍ଟର ଏକ ରିପୋର୍ଟ ଅନୁଯାୟୀ, ୧୯୯୩ ମସିହା ପର ଠାରୁ, ଏହି ଦ୍ୱୀପ ସମୂହର ଆଖପାଖର ଜଳସ୍ତର ପ୍ରତିବର୍ଷ ୮ ମିଲିମିଟର ଉପରକୁ ବୃଦ୍ଧି ପାଉଛି। କେବଳ ସେତିକି ନୁହେଁ, ଏହି ଦ୍ୱୀପ ସମୂହର ୫ ଦ୍ୱୀପପୁଞ୍ଜ ଜଳମଗ୍ନ ହୋଇସାରିଛି।

ମାଲଦ୍ୱୀପ:-

ପର୍ଯ୍ୟଟକମାନଙ୍କ ସ୍ବର୍ଗ କୁହାଯାଉଥିବା ମାଲଦ୍ୱୀପ ମଧ୍ୟ କିଛି ବର୍ଷ ଭିତରେ ସମ୍ପୂର୍ଣ୍ଣ ଜଳରେ ବିଲୀନ ହୋଇଯିବ। ଏହି ଦ୍ୱୀପଟି ଭାରତ ମହାସାଗରରେ ରହିଥିବା ବେଳେ ଏଠାରେ ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କ ପାଇଁ ବିଳାସପୂର୍ଣ୍ଣ ରିସର୍ଟ ସହ ଅନ୍ୟାନ୍ୟ ସୁନ୍ଦର ସୁନ୍ଦର ନିର୍ମାଣ ରହିଛି ଏବଂ ଏଠାରେ ଅଣ୍ଡର ୱାଟର ହୋଟେଲ ମଧ୍ୟ ରହିଛି। କିନ୍ତୁ ବିଶ୍ଵ ବ୍ୟାଙ୍କ ସମେତ ଅନେକ ଅନୁଷ୍ଠାନ ଭୟ କରୁଛନ୍ତି ଯେ ଯେଉଁଭଳି ଆଖପାଖ ସମୁଦ୍ରର ଜଳ ସ୍ତର ବୃଦ୍ଧି ପାଉଛି ତାହାକୁ ଦେଖିଲେ ୨୧୦୦ ସୁଦ୍ଧା ଏହି ଦ୍ୱୀପପୁଞ୍ଜ ସମ୍ପୂର୍ଣ୍ଣ ପାଣିରେ ବୁଡ଼ି ଯାଇପାରେ। ତେବେ ଏହାକୁ ନେଇ ସେଠାରେ କାରବାର କରୁଥିବା ବିଭିନ୍ନ ବ୍ୟବସାୟୀ ସଂସ୍ଥା ଆଶଙ୍କା ଭିତରେ ଅଛନ୍ତି ।

ପ୍ଲାଉ:-

 ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଏହି ଦ୍ୱୀପ ଦେଶ ମଧ୍ୟ ଖୁବ୍ ଶିଘ୍ର ଜଳମଗ୍ନ ହେବାକୁ ଯାଉଛି। ୧୯୯୩ ପରଠାରୁ, ଏଠାରେ ଥିବା ସମୁଦ୍ର ଜଳ ପ୍ରତିବର୍ଷ ପ୍ରାୟ ୦.୩୫ ଇଞ୍ଚ ବୃଦ୍ଧି ପାଉଛି। ଯଦି ଏହି ବେଗରେ ବିଶ୍ଵତାପନ ବୃଦ୍ଧି ପାଏ ଓ ବରଫ ତରଳେ, ତେବେ ଆଗାମୀ ସମୟରେ ଜଳ ସ୍ତର ବାର୍ଷିକ ୨୪ ମିଟର ବେଗରେ ବୃଦ୍ଧି ପାଇବ ବୋଲି କୁହାଯାଉଛି। ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଏହା ୨୦୯୦ ସୁଦ୍ଧା ସମ୍ପୂର୍ଣ୍ଣ ପାଣିରେ ଉଭେଇଯିବ। ଏହା ପରେ ପ୍ଲାଉ ଦ୍ୱୀପକୁ ରକ୍ଷା କରିବା ଅତ୍ୟନ୍ତ କଷ୍ଟକର ହେବ।

ମାଇକ୍ରୋନେସିଆ:-

ମାଇକ୍ରୋନେସିଆ ମଧ୍ୟ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଏକ ଦ୍ୱୀପ ଦେଶ। ହାୱାଇ ଠାରୁ ପ୍ରାୟ ୨୫୦୦ ମାଇଲ ଦୂରରେ ଥିବା ଏହି ଦ୍ୱୀପପୁଞ୍ଜ ୬୦୭ ଦ୍ୱୀପକୁ ନେଇ ଗଠିତ । ଏହାର ମାତ୍ର ୨୭୦ ବର୍ଗ ମାଇଲ୍ ଭୂମି ଅଟେ, ଯେଉଁଥିରେ ପର୍ବତ ଏବଂ ବେଳାଭୂମି ମଧ୍ୟ ଅନ୍ତର୍ଭୁକ୍ତ। ସମୁଦ୍ର ପତ୍ତନ ବୃଦ୍ଧି ହେତୁ ମାଇକ୍ରୋନେସିଆର ଅନେକ ଦ୍ୱୀପ ଇତି ମଧ୍ୟ ଜଳମଗ୍ନ ସାରିଥିବା ବେଳେ ଅନେକ ଦ୍ୱୀପ ଆକାରରେ ଛୋଟ ହେବାରେ ଲାଗିଛି।

ଫିଜି:-

ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଏହି ସୁନ୍ଦର ଦ୍ୱୀପ ମଧ୍ୟ ବିଶ୍ୱ ତାପମାତ୍ରା ଯୋଗୁଁ ବିପଦରେ ରହିଛି। ଜଳବାୟୁ ପରିବର୍ତ୍ତନ ଉପରେ ମିଳିତ ଜାତିସଂଘର ଫେମ ୱାର୍କ ସମ୍ମିଳନୀ ଅନୁଯାୟୀ ମେରୁରେ ବରଫ ତରଳିବା କାରଣରୁ ଏହି ସୁନ୍ଦର ଦ୍ଵୀପ ଆଗାମୀ କିଛି ଦଶନ୍ଧି ମଧ୍ୟରେ ସମୁଦ୍ର ଗର୍ଭରେ ଲିନ ହୋଇଯିବ। ତେବେ ଫିଜି ମଧ୍ୟ ବିଭିନ୍ନ ଦେଶର ପର୍ଯ୍ୟଟକଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥାନ। ତେବେ ଏହି ବିପଦରୁ ରକ୍ଷା ପାଇବା ପାଇଁ ବିଶ୍ଵ ତପାନକୁ କମ କରିବାକୁ ପଦକ୍ଷେପ ନେବା ଉଚିତ୍ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: