ଏହି ଦେଶରେ କଦଳୀ ଡଜନ ୩୦୦୦, ଅଭିଯୋଗ କଲେ ମିଳେ କଠୋର ଦଣ୍ଡ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ନିଜର ମନମୁଖୀ ଶାସନ ଓ ଅଜବ ଗଜବ କାଣ୍ଡ ପାଇଁ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍ ବେଶ ଜଣାଶୁଣା। କେତେବେଳେ ସେ କାହାକୁ ଛୋଟିଆ ଭୁଲ ପାଇଁ ମୃତ୍ୟୁ ଦଣ୍ଡ ଦିଅନ୍ତି ତ କେତେବେଳେ ବୈଠକରେ ଘୁମେଇ ପଡିଲେ ଆଜୀବନ କରାଗାରକୁ ପଠେଇ ଦିଅନ୍ତି। ତେବେ ଏବେ ତାଙ୍କ ଦେଶରେ ଖାଇବାକୁ ଶସ୍ୟର ଅଭାବ ଉତ୍କଟ ହୋଇଛି, ତଥାପି ତାଙ୍କର ଅହଂକାର କମି ନାହିଁ। କରୋନା ଭାଇରସ୍ ଏବଂ ଝଡ ପରେ ଉତ୍ତର କୋରିଆର ପରିସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଏଠାରେ ଏବେ ଭୟଙ୍କର ଖାଦ୍ୟ ଦୁର୍ଭିକ୍ଷ ଦେଖାଦେଇଛି। ତେବେ ଯେଉଁ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଦାରିଦ୍ର୍ୟ ତ ଦୂରର କଥା ତାଙ୍କ ଦେଶର ସାଧାରଣ କଥା ବି କେବେ ପ୍ରକାଶ କରନ୍ତି ନାହିଁ, ସେ ନିଜେ ସ୍ବୀକାର କରିଛନ୍ତି ଯେ ଦେଶରେ ଘୋର ଖାଦ୍ୟ ଅଭାବ ରହିଛି।

ବର୍ତ୍ତମାନ ସମୟରେ ଉତ୍ତର କୋରିଆର ଅବସ୍ଥା ଏତେ ଖରାପ ହୋଇଛି ଯେ କଦଳୀର ମୂଲ୍ୟ ୪୪୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଦେଶର ରାଜଧାନୀ ପ୍ୟୋଙ୍ଗୟାଙ୍ଗ ସମେତ ଅନେକ ଅଞ୍ଚଳରେ କଦଳୀ ଡ୍ରଜନ ପିଛା ୩୦୦୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି। ଏବେ ସୁଦ୍ଧା ଉତ୍ତର କୋରିଆରେ ତିନି ଲକ୍ଷ ଲୋକ ଅନାହାରରେ ମରି ସାରିଥିବା ବେଳେ  ସେଠାକା ଅବସ୍ଥା ଆହୁରି ବିଗିଡିବାରେ ଲାଗିଛି।

ଯଦିଓ ଏଠାକାର ଲୋକମାନେ ଭୋକରେ ମରୁଛନ୍ତି କିନ୍ତୁ କାହାର ବି ସାହସ ନାହିଁ ଦାରିଦ୍ର୍ୟ ବିଷୟରେ କହିବାକୁ। ଏହି ଦେଶରେ ଗରିବଙ୍କ ଫଟୋ ଉଠାଇବା ଏବଂ ଏହାକୁ ପ୍ରକାଶ କରିବା ଅପରାଧ ବର୍ଗରେ ଆସିଥାଏ। ଏପରି ପରିସ୍ଥିତିରେ କଦଳୀ ନଖାଇଲେ ଚଳିବ, କିନ୍ତୁ କଦଳୀ ଦାମ ଏତେ ବୃଦ୍ଧି ହୋଇଛି ତାକୁ କିଣିବା ପାଇଁ ଟଙ୍କା ନାହିଁ ଏହା କୌଣସି ଲୋକ ଉତ୍ତର କୋରିଆରେ କହି ପାରିବେ ନାହିଁ। ଯଦି କେହି ଏହି ବିଷୟରେ ବା ଦେଶର ଦାରିଦ୍ର୍ୟ କଥା ପ୍ରକାଶ କରେ ତାକୁ ଆଉ ତାର ପରିବାରକୁ ଅତ୍ୟନ୍ତ କଠୋର ଦଣ୍ଡ ଦେଇଥାନ୍ତି କିମ୍ ଜୋଙ୍ଗ। କେବଳ ସେତିକି ନୁହେଁ ଏହି ଏକ ଛାତ୍ରବାଦୀ ଶାସକ ସ୍ଥିର କରିଥାନ୍ତି ଯେ ଲୋକମାନେ କଣ ପିନ୍ଧିବେ ଏବଂ କିପରି ଦେଖାଯିବେ। ଉଦାହରଣ ସ୍ୱରୂପ, ଉତ୍ତର କୋରିଆରେ ନୀଳ ଜିନ୍ସ ପିନ୍ଧିବା ନିଷେଧ। କାରଣ ହେଉଛି ଏହାକୁ ଏକ ଆମେରିକୀୟ ପୋଷାକ ଭାବରେ ବିବେଚନା କରାଯାଏ। କେବଳ ସେତିକି ନୁହେଁ, ସରକାରଙ୍କ ଦ୍ୱାରା ଚୂଡ଼ାନ୍ତ ହୋଇଥିବା ୨୩-୨୪ ପ୍ରକାର ହେୟାର ଷ୍ଟାଇଲରୁ ଆପଣଙ୍କୁ ଯେକୌଣସି ଗୋଟିଏ କରିବାକୁ ପଡ଼ିଥାଏ, ତାହାଠୁ ଅଲଗା କିଛି ନୁହେଁ। ଏଠାରେ କୌଣସି ଲୋକ ନିଜ ଇଚ୍ଛାରେ କେଶ କାଟି ପାରିବେ ନାହିଁ। ତେବେ ଉତ୍ତର କୋରିଆର ଏଭଳି ଅବସ୍ଥା ଦେଖି ଲୋକ ଚକିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *