ପ୍ରିଜମ ନ୍ୟୁଜ ବ୍ୟୁରୋ: ଫଟାଫଟ କ୍ରିକେଟରେ ଟିମ୍ ଇଣ୍ଡିଆର ଆଉ ନେତୃତ୍ୱ ନେବେନି ବିରାଟ କୋହଲି । ସମସ୍ତ ପୂର୍ବାନୁମାନକୁ ସତ ସାବ୍ୟସ୍ତ କରି ଗତକାଲି ଟି-ଟ୍ବେଣ୍ଟି କ୍ରିକେଟ କ୍ୟାପଟେନସିପରୁ ଅବସର ଘୋଷଣା କରିଛନ୍ତି ବିରାଟ । ସାମାଜିକ ଗଣମାଧ୍ୟମରେ ଏକ ବିବୃତି ଜାରି କରି ସେ ନିଜର ଅବସର କଥା ଘୋଷଣା କରିଛନ୍ତି । ଯେଉଁଥିରେ ସେ ଆଗାମୀ ଟି-ଟ୍ବେଣ୍ଟି ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।
ନିଜର ଅଧିନାୟିକତ୍ୱ ସମୟରେ ଟିମ୍ ଇଣ୍ଡିଆ ବିଦେଶ ମାଟିରେ ନୂଆ କିର୍ତ୍ତୀମାନ ପ୍ରତିଷ୍ଠା କରିବାରେ ସଫଳ ହୋଇଥିଲା ଆଉ ଏମିତିରେ ବର୍ତ୍ତମାନ ଅଚାନକ ଟି-ଟ୍ବେଣ୍ଟି ଫର୍ମାଟରୁ ଅବସର ଘୋଷଣା କରିବା ସମସ୍ତ କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି । ଅବଶ୍ୟ ଅନେକ ବିରାଟଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ଓଡ଼ିଆ, ଟେଷ୍ଟ ଏବଂ ଟି-ଟ୍ବେଣ୍ଟି – ସମସ୍ତ ତିନିଟ ଯାକ ଫର୍ମାଟରେ ଦଳର ନେତୃତ୍ୱ ନେଉଥିବାରୁ ଚାପ ପଡ଼ୁଛି ତେଣୁ ସେ ଏଥିରୁ ମୁକ୍ତି ପାଇଁ ଟି-ଟ୍ବେଣ୍ଟି କ୍ୟାପନେସିପ୍ ଛାଡ଼ୁଥିବା ଦୋହରାଇଛନ୍ତି । ତେବେ ସତରେ ନେତୃତ୍ୱ ନେବାର ଚାପ ପଡ଼ୁଛି ନା ଏହା ପଛରେ ରହିଛି ଅନ୍ୟ କିଛି କାରଣ ଏବେ ଏହି ପ୍ରଶ୍ନ କ୍ରୀଡ଼ା ପ୍ରେମୀ ଓ ସମୀକ୍ଷକ ମନରେ ଉଙ୍କି ମାରୁଛି ।
ଟି-ଟ୍ବେଣ୍ଟି କ୍ୟାପଟେନସିପ୍ ଛାଡ଼ିବା ପଛରେ ସବୁଠାରୁ ବଡ଼ କାରଣ ବିରାଟଙ୍କ ଖରାପ ଫର୍ମ କୁହାଯାଉଛି । ବିରାଟ ଶେଷ ଥର ପାଇଁ ୨୦୧୯ରେ ଏକ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ଶତକ ହାସଲ କରିଥିଲେ ଏହା ପରେ ଅନେକ ମ୍ୟାଚରେ ଭଲ ରନ୍ ସ୍କୋର କରିଥିଲେ ମଧ୍ୟ ଶତକରୁ ବଞ୍ଚିତ ରହିଥିଲେ । ଖରାପ ପ୍ରଦର୍ଶନ କାରଣରୁ ଦିନକୁ ଦିନ ବିରାଟ ଚାପଗ୍ରସ୍ତ ରହୁଥିଲେ । ଏପରିକି ଅନେକ ସମୟରେ ସମାଲୋଚକଙ୍କ ସମାଲୋଚନାର ଶିକାର ବି ହେଉଥିଲେ ବିରାଟ ।
ଆଉ ଏହି କାରଣ ପାଇଁ ହୁଏତ ବିରାଟ ଅବସର ଘୋଷଣା କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କୁହାଯାଉଛି ରୋହିତ ଶର୍ମାଙ୍କ ରେକର୍ଡ ପରେ ରେକର୍ଡ ଯୋଗୁଁ ଚାପରେ ରହିଥିଲେ ବିରାଟ । ସିମିତ ଓଭର କ୍ରିକେଟରେ ଗତ ବର୍ଷେ ଦୁଇ ବର୍ଷ ମଧ୍ୟରେ ଟିମ୍ ଇଣ୍ଡିଆ ପାଇଁ ଲକି ସାବସ୍ୟ ହୋଇଛନ୍ତି ରୋହିତ । କ୍ରିକେଟ ମଇଦାନରେ ନିଜକୁ ସୁପରଷ୍ଟାର ଭାବେ ପ୍ରମାଣିତ କରିଛନ୍ତି ରୋହିତ । କେବଳ ବ୍ୟାଟିଂରେ ନୁହେଁ ଯେବେ ବି ଟିମର ନେତୃତ୍ୱ ନେବାର ସୁଯୋଗ ପାଇଛନ୍ତି ସେ ସମସ୍ତଙ୍କୁ ପ୍ରଭାବିତ କରିବାରେ ସଫଳ ରହିଛନ୍ତି । ୧୯ଟି ଟି-ଟ୍ବେଣ୍ଟି ମ୍ୟାଚରେ କ୍ୟାପଟେନ୍ ଭୂମିକାରେ ନିଜର ଜଲଓ୍ୱା ଦେଖାଇଛନ୍ତି ରୋହିତ । ୧୫ଟି ମ୍ୟାଚରେ ଜିତ୍ର ସ୍ବାଦ ଚଖାଇଛନ୍ତି ରୋହିତ । ଦିନକୁ ଦିନ ହିଟମ୍ୟାନ ଙ୍କ ରେକର୍ଡ ଗ୍ରାଫ୍ ଶିଖର ଛୁଇଁବା ଯୋଗୁଁ କ୍ୟାପଟେନ୍ ରେସର ସବୁଠାରୁ ଆଗରେ ରୋହିତ ଥିବା ଚର୍ଚ୍ଚା ପାଇଁ ବିରାଟ ଚାପଗ୍ରସ୍ତ ହୋଇଥାଇପାରନ୍ତି ବୋଲି ଅନେକ ମାନନ୍ତି ।
ଆଇପିଏଲରେ ମଧ୍ୟ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ର ସଫଳତା ବିରାଟଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ଆଉ ଏହି କାରଣରୁ ଟି-ଟ୍ବେଣ୍ଟି ଫର୍ମାଟରେ ବିରାଟ-ରୋହିତଙ୍କ ମଧ୍ୟରେ କିଏ ସଫଳ କ୍ୟାପଟେନ୍ ଏହାକୁ ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଥିଲା । ଏଭଳି ସମୟରେ ଅନେକ ପୂର୍ବତନ କ୍ରିକେଟର ବିରାଟ କ୍ୟାପଟେନସିପ୍ ଛାଡନ୍ତୁ ବୋଲି ପରାମର୍ଶ ଦେଇଥିଲେ ।
୨୦୧୭ରେ ଟିମ୍ ଇଣ୍ଡିଆର କମାଣ ସମ୍ଭାଳନ୍ତି ବିରାଟକୋହଲି ଆଉ ଏହା ପରେ ବିରାଟଙ୍କ ନେତୃତ୍ୱରେ ଟିମ୍ ଚାମ୍ପିଆନ୍ସ ଟ୍ରଫି ଫାଇନାଲରେ ପହଞ୍ଚିପାରିଥିଲା ହେଲେ ଟିମକୁ ହାରର ସମ୍ମୁଖିନ ହେବାକୁ ପଡ଼ିଲା । ଏହା ପରେ ୨୦୧୯ ବିଶ୍ୱକପ୍ରେ କୋହଲି ଟିମ୍ ଇଣ୍ଡିଆକୁ ସେମିଫାଇନାଲ ପର୍ଯ୍ୟନ୍ତ ନେଇ ଯାଇଥିଲେ । କିନ୍ତୁ ନ୍ୟୁଜିଲାଣ୍ଡ- ଟିମ୍ ଇଣ୍ଡିଆକୁ ଘରର ରାସ୍ତା ଦେଖାଇ ଦେଇଥିଲା । ସିମିତ ଓଭର କ୍ରିକେଟ ପରେ ଟେଷ୍ଟରେ ମଧ୍ୟ ବିରାଟ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନଲାକୁ ଯାଇଥିଲା । ସେଠାରେ ମଧ୍ୟ କ୍ୱିଓ୍ୱି ଟିମ୍ ବିଜୟୀ ହୋଇଥିଲା ଆଉ ପରାସ୍ତ ହୋଇ ଫେରିଥିଲା ବିରାଟ ବାହିନୀ ବିରାଟ ଆଇସିସି ଇଭେଣ୍ଟ୍ସରେ ସେମିଫାଇନାଲ ଓ ଫାଇନାଲ ଯାଏ ତ ପହଞ୍ଚିଥିଲେ କିନ୍ତୁ ଟିମକୁ କୌଣସି ଟ୍ରଫି ଦେଇ ପାରିନଥିଲେ । କ୍ୟାପଟେନ୍ ଭାବରେ ଭଲ ପ୍ରଦର୍ଶନ ରହିଥିଲେ ମଧ୍ୟ ତାଙ୍କୁ ନେଇ ସବୁ ବେଳେ ସମାଲୋଚନା ହୋଇଥାଏ । ଏମିତିରେ ଆଲୋଚନା ହେଉଛି ଯେ, ଏହି ସବୁ କାରଣ ପାଇଁ ବିରାଟଙ୍କୁ ଟି-ଟ୍ବେଣ୍ଟି ଫର୍ମାଟରୁ କ୍ୟାପଟେନସିପ୍ ଛାଡ଼ିବାକୁ ପଡ଼ିଛି ।
ଟି-ଟେ୍ଓ୍ୱଣ୍ଟି ବିଶ୍ୱକପ୍ ପରେ ଏହି ଫର୍ମାଟରୁ କ୍ୟାପଟେନସିପ୍ ଛାଡ଼ିବେ ବିରାଟ କୋହଲି । ବିରାଟଙ୍କ ଅବସର ଘୋଷଣା ପରେ ଟି-ଟ୍ୱେଣ୍ଟି ଫର୍ମାଟରେ ଟିମ୍ ଇଣ୍ଡିଆର କିଏ ନେତୃତ୍ୱ ନେବ ଏବଂ କିଏ ହେବ କ୍ୟାପଟେନ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପ୍ରସଙ୍ଗରେ ବିସିସିଆ ଉପାଧ୍ୟକ୍ଷ ରାଜୀବ ଶୁକ୍ଳାଙ୍କ କହିବା କଥା, କୋହଲିଙ୍କ ନିଷ୍ପତ୍ତିକୁ ବିସିସିଆଇ ସମ୍ମାନ ଜଣାଉଛି ଏବଂ ଦଳ ତାଙ୍କ ନେତୃତ୍ୱରେ ବିଶ୍ବକପ୍ ଜିତିପାରିବ । ଅନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ଅବଦାନ ଅତୁଳନୀୟ, ଖାଲି ବ୍ୟାଟ୍ସମ୍ୟାନ୍ ନୁହେଁ ଅଧିନାୟକ ଭାବେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । ନେତୃତ୍ୱ ଛାଡ଼ିବା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ଏହାକୁ ସମ୍ମାନ ଜଣାଉଛୁ ଏବଂ ମୋର ବିଶ୍ବାସ ଯେ ତାଙ୍କ ନେତୃତ୍ବରେ ଆମେ ବିଶ୍ବକପ୍ ଜିତିପାରିବୁ । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ମଧ୍ୟ ବିରାଟଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଚନ୍ତି । ରୋଡମ୍ୟାପକୁ ଧ୍ୟାନରେ ରଖି ସେ ଏହି ନିଷ୍ପତ୍ତି ନେଇଛନ୍ତି । ବିସିସିଆଇ ସଂପାଦକ ଜୟ ଶାହା କହିଛନ୍ତି, ଏହି ନିଷ୍ପତ୍ତିକୁ ନେଇ କୋହଲିଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ଚାଲିଥିଲା । କହିଛନ୍ତି, ଟିମ୍ ଇଣ୍ଡିଆ ପାଇଁ ଆମ ପାଖରେ ସ୍ପଷ୍ଟ ରୋଡ୍ ମ୍ୟାପ୍ ରହିଛି । ଚାପକୁ ଦେଖି ଏବଂ ଭାରତୀୟ ଟିମର ପରିବର୍ତ୍ତନର ସୁଲଭତାକୁ ଦେଖି ଆଗାମୀ ବିଶ୍ବକପ୍ ପରେ ଟି-୨୦ ଟିମ୍ର କ୍ୟାପ୍ଟେନ ପଦରୁ ହଟିବା ପାଇଁ କୋହଲି ନିଷ୍ପତ୍ତି ନେଇଛନ୍ତି ।
ଟି ଟି-ଟେ୍ଓ୍ୱଣ୍ଟି ମ୍ୟାଚରେ ଅଧିନାୟକ ପଦ ସମ୍ଭାଳିଛନ୍ତି ବିରାଟ । ୨୭ଟି ମ୍ୟାଚରେ ସେ ବିଜୟ ହାସଲ କରିଛନ୍ତି । ଟି ମ୍ୟାଚରେ ବିରାଟଙ୍କ ଟିମ୍ ପରାଜୟର ସାମ୍ନା କରିଛି । ମ୍ୟାଚ ଟାଇ ରହିବା ସହ ଅନ୍ୟ ଦୁଇଟି ଟି-ଟେ୍ଓ୍ୱଣ୍ଟି ମ୍ୟା ।
0 Comments