ଫଟାଫଟ କ୍ରିକେଟକୁ ବିରାଟଙ୍କ ବାଏ ବାଏ! ପଢ଼ନ୍ତୁ ପଟ୍ଟକଥା …

: India skipper Virat Kohli has taken a big decision to step down as T20I captain after T20 World Cup. He confirmed the development via tweet post.

ପ୍ରିଜମ ନ୍ୟୁଜ ବ୍ୟୁରୋ: ଫଟାଫଟ କ୍ରିକେଟରେ ଟିମ୍ ଇଣ୍ଡିଆର ଆଉ ନେତୃତ୍ୱ ନେବେନି ବିରାଟ କୋହଲି  । ସମସ୍ତ ପୂର୍ବାନୁମାନକୁ ସତ ସାବ୍ୟସ୍ତ କରି ଗତକାଲି ଟି-ଟ୍ବେଣ୍ଟି କ୍ରିକେଟ କ୍ୟାପଟେନସିପରୁ ଅବସର ଘୋଷଣା କରିଛନ୍ତି ବିରାଟ  । ସାମାଜିକ ଗଣମାଧ୍ୟମରେ ଏକ ବିବୃତି ଜାରି କରି ସେ ନିଜର ଅବସର କଥା ଘୋଷଣା କରିଛନ୍ତି  । ଯେଉଁଥିରେ ସେ ଆଗାମୀ ଟି-ଟ୍ବେଣ୍ଟି ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । 

ନିଜର ଅଧିନାୟିକତ୍ୱ ସମୟରେ ଟିମ୍ ଇଣ୍ଡିଆ ବିଦେଶ ମାଟିରେ ନୂଆ କିର୍ତ୍ତୀମାନ ପ୍ରତିଷ୍ଠା କରିବାରେ ସଫଳ ହୋଇଥିଲା  ଆଉ ଏମିତିରେ ବର୍ତ୍ତମାନ ଅଚାନକ ଟି-ଟ୍ବେଣ୍ଟି ଫର୍ମାଟରୁ ଅବସର ଘୋଷଣା କରିବା ସମସ୍ତ କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି  । ଅବଶ୍ୟ ଅନେକ ବିରାଟଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ଓଡ଼ିଆ, ଟେଷ୍ଟ ଏବଂ ଟି-ଟ୍ବେଣ୍ଟି – ସମସ୍ତ ତିନିଟ ଯାକ ଫର୍ମାଟରେ ଦଳର ନେତୃତ୍ୱ ନେଉଥିବାରୁ ଚାପ ପଡ଼ୁଛି ତେଣୁ ସେ ଏଥିରୁ ମୁକ୍ତି ପାଇଁ ଟି-ଟ୍ବେଣ୍ଟି କ୍ୟାପନେସିପ୍ ଛାଡ଼ୁଥିବା ଦୋହରାଇଛନ୍ତି  । ତେବେ ସତରେ ନେତୃତ୍ୱ ନେବାର ଚାପ ପଡ଼ୁଛି ନା ଏହା ପଛରେ ରହିଛି ଅନ୍ୟ କିଛି କାରଣ ଏବେ ଏହି ପ୍ରଶ୍ନ କ୍ରୀଡ଼ା ପ୍ରେମୀ ଓ ସମୀକ୍ଷକ ମନରେ ଉଙ୍କି ମାରୁଛି ।

ଟି-ଟ୍ବେଣ୍ଟି କ୍ୟାପଟେନସିପ୍ ଛାଡ଼ିବା ପଛରେ ସବୁଠାରୁ ବଡ଼ କାରଣ ବିରାଟଙ୍କ ଖରାପ ଫର୍ମ କୁହାଯାଉଛି । ବିରାଟ ଶେଷ ଥର ପାଇଁ ୨୦୧୯ରେ ଏକ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ଶତକ ହାସଲ କରିଥିଲେ   ଏହା ପରେ ଅନେକ ମ୍ୟାଚରେ ଭଲ ରନ୍ ସ୍କୋର କରିଥିଲେ ମଧ୍ୟ ଶତକରୁ ବଞ୍ଚିତ ରହିଥିଲେ ।  ଖରାପ ପ୍ରଦର୍ଶନ କାରଣରୁ ଦିନକୁ ଦିନ ବିରାଟ ଚାପଗ୍ରସ୍ତ ରହୁଥିଲେ ।  ଏପରିକି ଅନେକ ସମୟରେ ସମାଲୋଚକଙ୍କ ସମାଲୋଚନାର ଶିକାର ବି ହେଉଥିଲେ ବିରାଟ  ।

ଆଉ ଏହି କାରଣ ପାଇଁ ହୁଏତ ବିରାଟ ଅବସର ଘୋଷଣା କରିଥାଇପାରନ୍ତି  ବୋଲି ଚର୍ଚ୍ଚା ହେଉଛି ।  କୁହାଯାଉଛି ରୋହିତ ଶର୍ମାଙ୍କ ରେକର୍ଡ ପରେ ରେକର୍ଡ ଯୋଗୁଁ ଚାପରେ ରହିଥିଲେ ବିରାଟ । ସିମିତ ଓଭର କ୍ରିକେଟରେ ଗତ ବର୍ଷେ ଦୁଇ ବର୍ଷ ମଧ୍ୟରେ ଟିମ୍ ଇଣ୍ଡିଆ ପାଇଁ ଲକି ସାବସ୍ୟ ହୋଇଛନ୍ତି ରୋହିତ ।  କ୍ରିକେଟ ମଇଦାନରେ ନିଜକୁ ସୁପରଷ୍ଟାର ଭାବେ ପ୍ରମାଣିତ କରିଛନ୍ତି ରୋହିତ । କେବଳ ବ୍ୟାଟିଂରେ ନୁହେଁ ଯେବେ ବି ଟିମର ନେତୃତ୍ୱ ନେବାର ସୁଯୋଗ ପାଇଛନ୍ତି ସେ ସମସ୍ତଙ୍କୁ ପ୍ରଭାବିତ କରିବାରେ ସଫଳ ରହିଛନ୍ତି । ୧୯ଟି ଟି-ଟ୍ବେଣ୍ଟି ମ୍ୟାଚରେ କ୍ୟାପଟେନ୍ ଭୂମିକାରେ ନିଜର ଜଲଓ୍ୱା ଦେଖାଇଛନ୍ତି ରୋହିତ  । ୧୫ଟି ମ୍ୟାଚରେ ଜିତ୍ର ସ୍ବାଦ ଚଖାଇଛନ୍ତି ରୋହିତ ।  ଦିନକୁ ଦିନ ହିଟମ୍ୟାନ ଙ୍କ ରେକର୍ଡ ଗ୍ରାଫ୍ ଶିଖର ଛୁଇଁବା ଯୋଗୁଁ କ୍ୟାପଟେନ୍ ରେସର ସବୁଠାରୁ ଆଗରେ ରୋହିତ ଥିବା ଚର୍ଚ୍ଚା ପାଇଁ ବିରାଟ ଚାପଗ୍ରସ୍ତ ହୋଇଥାଇପାରନ୍ତି ବୋଲି ଅନେକ ମାନନ୍ତି  ।

ଆଇପିଏଲରେ ମଧ୍ୟ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ର ସଫଳତା ବିରାଟଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି  । ଆଉ ଏହି କାରଣରୁ ଟି-ଟ୍ବେଣ୍ଟି ଫର୍ମାଟରେ ବିରାଟ-ରୋହିତଙ୍କ ମଧ୍ୟରେ କିଏ ସଫଳ କ୍ୟାପଟେନ୍ ଏହାକୁ ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଥିଲା ।  ଏଭଳି ସମୟରେ ଅନେକ ପୂର୍ବତନ କ୍ରିକେଟର ବିରାଟ କ୍ୟାପଟେନସିପ୍ ଛାଡନ୍ତୁ ବୋଲି ପରାମର୍ଶ ଦେଇଥିଲେ  ।

୨୦୧୭ରେ ଟିମ୍ ଇଣ୍ଡିଆର କମାଣ ସମ୍ଭାଳନ୍ତି ବିରାଟକୋହଲି  ଆଉ ଏହା ପରେ ବିରାଟଙ୍କ ନେତୃତ୍ୱରେ ଟିମ୍ ଚାମ୍ପିଆନ୍ସ ଟ୍ରଫି ଫାଇନାଲରେ ପହଞ୍ଚିପାରିଥିଲା  ହେଲେ ଟିମକୁ ହାରର ସମ୍ମୁଖିନ ହେବାକୁ ପଡ଼ିଲା । ଏହା ପରେ ୨୦୧୯ ବିଶ୍ୱକପ୍ରେ କୋହଲି ଟିମ୍ ଇଣ୍ଡିଆକୁ ସେମିଫାଇନାଲ ପର୍ଯ୍ୟନ୍ତ ନେଇ ଯାଇଥିଲେ । କିନ୍ତୁ ନ୍ୟୁଜିଲାଣ୍ଡ- ଟିମ୍ ଇଣ୍ଡିଆକୁ ଘରର ରାସ୍ତା ଦେଖାଇ ଦେଇଥିଲା ।  ସିମିତ ଓଭର କ୍ରିକେଟ ପରେ ଟେଷ୍ଟରେ ମଧ୍ୟ ବିରାଟ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନଲାକୁ ଯାଇଥିଲା । ସେଠାରେ ମଧ୍ୟ କ୍ୱିଓ୍ୱି ଟିମ୍ ବିଜୟୀ ହୋଇଥିଲା ଆଉ ପରାସ୍ତ ହୋଇ ଫେରିଥିଲା ବିରାଟ ବାହିନୀ  ବିରାଟ ଆଇସିସି ଇଭେଣ୍ଟ୍ସରେ ସେମିଫାଇନାଲ ଓ ଫାଇନାଲ ଯାଏ ତ ପହଞ୍ଚିଥିଲେ କିନ୍ତୁ ଟିମକୁ କୌଣସି ଟ୍ରଫି ଦେଇ ପାରିନଥିଲେ । କ୍ୟାପଟେନ୍ ଭାବରେ ଭଲ ପ୍ରଦର୍ଶନ ରହିଥିଲେ ମଧ୍ୟ ତାଙ୍କୁ ନେଇ ସବୁ ବେଳେ ସମାଲୋଚନା ହୋଇଥାଏ । ଏମିତିରେ ଆଲୋଚନା ହେଉଛି ଯେ, ଏହି ସବୁ କାରଣ ପାଇଁ ବିରାଟଙ୍କୁ ଟି-ଟ୍ବେଣ୍ଟି ଫର୍ମାଟରୁ କ୍ୟାପଟେନସିପ୍ ଛାଡ଼ିବାକୁ ପଡ଼ିଛି ।

 ଟି-ଟେ୍ଓ୍ୱଣ୍ଟି ବିଶ୍ୱକପ୍ ପରେ ଏହି ଫର୍ମାଟରୁ କ୍ୟାପଟେନସିପ୍ ଛାଡ଼ିବେ ବିରାଟ କୋହଲି ବିରାଟଙ୍କ ଅବସର ଘୋଷଣା ପରେ ଟି-ଟ୍ୱେଣ୍ଟି ଫର୍ମାଟରେ ଟିମ୍ ଇଣ୍ଡିଆର କିଏ ନେତୃତ୍ୱ ନେବ ଏବଂ କିଏ ହେବ କ୍ୟାପଟେନ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି    ପ୍ରସଙ୍ଗରେ ବିସିସିଆ ଉପାଧ୍ୟକ୍ଷ ରାଜୀବ ଶୁକ୍ଳାଙ୍କ କହିବା କଥା, କୋହଲିଙ୍କ ନିଷ୍ପତ୍ତିକୁ ବିସିସିଆଇ ସମ୍ମାନ ଜଣାଉଛି ଏବଂ ଦଳ ତାଙ୍କ ନେତୃତ୍ୱରେ ବିଶ୍ବକପ୍ ଜିତିପାରିବ ଅନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ଅବଦାନ ଅତୁଳନୀୟ, ଖାଲି ବ୍ୟାଟ୍ସମ୍ୟାନ୍ ନୁହେଁ ଅଧିନାୟକ ଭାବେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । ନେତୃତ୍ୱ ଛାଡ଼ିବା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ଏହାକୁ ସମ୍ମାନ ଜଣାଉଛୁ ଏବଂ ମୋର ବିଶ୍ବାସ ଯେ ତାଙ୍କ ନେତୃତ୍ବରେ ଆମେ ବିଶ୍ବକପ୍ ଜିତିପାରିବୁ   ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ମଧ୍ୟ ବିରାଟଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଚନ୍ତି ରୋଡମ୍ୟାପକୁ ଧ୍ୟାନରେ ରଖି ସେ ଏହି ନିଷ୍ପତ୍ତି ନେଇଛନ୍ତି ବିସିସିଆଇ ସଂପାଦକ ଜୟ ଶାହା କହିଛନ୍ତି, ଏହି ନିଷ୍ପତ୍ତିକୁ ନେଇ କୋହଲିଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ଚାଲିଥିଲାକହିଛନ୍ତି, ଟିମ୍ ଇଣ୍ଡିଆ ପାଇଁ ଆମ ପାଖରେ ସ୍ପଷ୍ଟ ରୋଡ୍ ମ୍ୟାପ୍ ରହିଛି ଚାପକୁ ଦେଖି ଏବଂ ଭାରତୀୟ ଟିମର ପରିବର୍ତ୍ତନର ସୁଲଭତାକୁ ଦେଖି ଆଗାମୀ ବିଶ୍ବକପ୍ ପରେ ଟି-୨୦ ଟିମ୍ର କ୍ୟାପ୍ଟେନ ପଦରୁ ହଟିବା ପାଇଁ କୋହଲି ନିଷ୍ପତ୍ତି ନେଇଛନ୍ତି

ଟି ଟି-ଟେ୍ଓ୍ୱଣ୍ଟି ମ୍ୟାଚରେ ଅଧିନାୟକ ପଦ ସମ୍ଭାଳିଛନ୍ତି ବିରାଟ । ୨୭ଟି ମ୍ୟାଚରେ ସେ ବିଜୟ ହାସଲ କରିଛନ୍ତି । ଟି ମ୍ୟାଚରେ ବିରାଟଙ୍କ ଟିମ୍ ପରାଜୟର ସାମ୍ନା କରିଛି । ମ୍ୟାଚ ଟାଇ ରହିବା ସହ ଅନ୍ୟ ଦୁଇଟି ଟି-ଟେ୍ଓ୍ୱଣ୍ଟି ମ୍ୟା ।

Leave a Reply

Your email address will not be published. Required fields are marked *