ଗାଁ ଗାଁରେ ଟହଳ ମାରୁଛି ମହାବଳ

ଦିନରେ ଚାଷ ଜମିରେ ମଉଜମସ୍ତି ରାତି ହେଲେ ଗୁହାଳରେ ପଶି ପଶୁ ଶିକାର

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଉତ୍ତର ପ୍ରଦେଶ ପିଲିଭିଟ୍ ଅଞ୍ଚଳରେ ବାଘ ଆତଙ୍କ । ଗତ 10 ଦିନ ହେବ ଏହି ଅଞ୍ଚଳରେ ବାଘମାନଙ୍କ ଆତଙ୍କ ବଢ଼ିଛି । ଦିନ ବେଳେ ଚାଷ ଜମିଲେ ବୁଲୁଥିବା ବେଳେ ରାତି ହେଲେ ଗାଁ ମୁହାଁ ହୋଇ ପଶୁ ଓ ମଣିଷକୁ ନିଜ ଶିକାର ବନାଉଛନ୍ତି । ହଁ ଏବେ ଉତ୍ତର ପ୍ରଦେଶରେ ଏହି ଗୋଟିଏ ଖବର ବେଶ୍ ଚର୍ଚ୍ଚାରେ ରହିଥିବା ବେଳେ ବନବିଭାଗର ହୋସ୍ ଉଡ଼ାଇ ଦେଇଛି । 1

ଗତ 28ରେ ବାଘ ଜନବସତି ଅଞ୍ଚଳକୁ ଚାଲିଆସିଥିଲା । ଏବେ ପର୍ଯ୍ୟନ୍ତ ଦୁଇ ବାଛୁରୀକୁ ନିଜର ଶିକାର ବନାଇ ଖାଇ ସାରିଲାଣି ଏହି 5 ବର୍ଷୀୟ ବାଘ ।

ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା ଦିନରେ ଚାଷ ଜମିରେ ଏହି ବାଘ ବୁଲୁଥାଏ ଏବଂ ରାତି ହେଲେ ଗାଇ ଗୋରୁ ମଣିଷକୁ ଆକ୍ରମଣ କରିଥାଏ । ଏଣୁ 10 ଦିନ ହେବ ସଞ୍ଜ ହେଉ ହେଉ ପିଲିଭିଟ୍ ଅଞ୍ଚଳରେ ଗାଁ ଗାଁରେ ଘର ତାଟି ପକାଇ ଶୋଇ ରହୁଛନ୍ତି । ସେମାନଙ୍କୁ ପ୍ରବଳ ଭୟ କାଳେ ବାଘ ଆସିବ ଆଉ ଆକ୍ରମଣ କରିବ ।

ବନବିଭାଗର ଏକ ଟିମ୍ ଗତ 10 ଦିନ ହେବ ଗାଁରେ ଡେରା ପକାଇଛି । ବାଘ ଆକ୍ରମଣରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି । ତଥାପି ଲୋକମାନଙ୍କ ମନରୁ ଜଙ୍ଗଲୀ ହିଂସ୍ର ବାଘକୁ ନେଇ ଭୟ ବୃଦ୍ଧି ପାଉଥିଲେ ମଧ୍ୟ କମିବାର ନା ନେଉନାହିଁ ।

5 ହଜାର କିଲୋମିଟର ପରିମିତ ଅଞ୍ଚଳରେ ଦୁଧବା-ପିଲିଭିଟ୍ କ୍ଷେତ୍ରରେ ରହିଛି 4ଟି ଗୁରୁତ୍ୱପୂର୍ଣ୍ଣ ବନାଞ୍ଚଳ । ଯେଉଁଠି ରହିଛି ଦୁଧୱା ଟାଇଗର ରିଜର୍ଭ , କତର୍ନିଆ ଘାଟ, କିଶନପୁର ବନ୍ୟପ୍ରାଣୀ ଅଭୟାରଣ୍ୟ ଏବଂ ପିଲିଭିଟ୍ ଟାଇଗର ରିଜର୍ଭ । ୟୁନାଇଟେଡ୍ ନ୍ୟାସନାଲ ଡେଭଲପମେଣ୍ଟ ଅଫ୍ ନେଚର ପକ୍ଷରୁ ଟାଇଗର ରିଜର୍ଭ ପ୍ରତିଷ୍ଠା ପରେ ପରେ ବନାଞ୍ଚଳରେ ବାଘ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଠଛି । ବାଘ ସଂଖ୍ୟା 30ରୁ 65 ହୋଇଥିବା ଜଣାପଡ଼ିଛି । ଏହି ଗୌରବ ଉଭୟ ଉତ୍ତର ପ୍ରଦେଶ ଏବଂ ଭାରତକୁ ଗର୍ବିତ କରିଥିବା ବେଳେ ବନାଞ୍ଚଳରେ ରହୁଥିବା ଅଧିବାସୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ତଥ୍ୟ କହୁଛି ପ୍ରତିବର୍ଷ ଶୀତ କାଳରେ ଅଧ ଡଜନରୁ ଅଧିକ ବ୍ୟକ୍ତି ବାଘ ଆକ୍ରମଣର ଶିକାର ହୋଇଥାନ୍ତି ।

%d bloggers like this: