ମଙ୍ଗଳରେ ରୁହନ୍ତି ଏଲିୟନ; ଟ୍ରମ୍ପଙ୍କ ସହ ରହିଛି ସମ୍ପର୍କ! ଏହା ହେଉଛି ପ୍ରମାଣ

ପ୍ରିଜମ ନ୍ୟୁଜ ବ୍ୟୁରୋ: ପୃଥିବୀ ବାହାରେ (ସ୍ପେସ-ମହାକାଶ-ଅନ୍ତରୀକ୍ଷ)ରେ ସତରେ କଣ ଜୀବନ ରହିଛି? ଏହି ପ୍ରଶ୍ନ ଜଣେ ସାଧାରଣ ବ୍ୟକ୍ତିଙ୍କୁ ଯେତିକି ରୋଚକ କରିଥାଏ ସେତିକି ମଧ୍ୟ ଏହାର ଉତ୍ତର ଜାଣିବା ପାଇଁ ଆନ୍ଦୋଳିତ ହୋଇଥାନ୍ତି । ଆଉ ଯେତେବେଳେ ଏଲିୟନଙ୍କ କଥା ସାମ୍ନାକୁ ଆସେ ତାକୁ ନେଇ ଉତ୍କଣ୍ଠା ଦ୍ୱିଗୁଣ ବୃଦ୍ଧି ପାଇଯାଇଥାଏ ।

ସତରେ ଏଲିୟନ ଅଛନ୍ତି ନା ନାହିଁ ତାକୁ ନେଇ ଏବେ ବି ଅନେକ ପ୍ରଶ୍ନ ଅନେକ ଗବେଷଣା ଓ ଆଲୋଚନା ଜାରି ରହିଛି । ଏବେ ପର୍ଯ୍ୟନ୍ତ ଏଲିୟନଙ୍କ ଅସ୍ଥିତ୍ୱକୁ ନେଇ କୌଣସି ଠୋସ୍ ପ୍ରମାଣ ମିଳିନାହିଁ କିନ୍ତୁ ସମୟ ସମୟରେ ଏହାକୁ ନେଇ ଚର୍ଚ୍ଚା ହୋଇଥାଏ । ଏଲିୟନଙ୍କ ଅସ୍ଥିତ୍ୱକୁ ନେଇ ଅନେକ ଦାବି କରନ୍ତି । ଠିକ୍ ଯେମିତି ଏବେ ପୁଣି ଥରେ ଆରମ୍ଭ ହୋଇଯାଇଛି । ଚର୍ଚ୍ଚା ମଙ୍ଗଳ ଗ୍ରହରେ ଏଲିୟନ ରହୁଛନ୍ତି । ଏଲିୟନ ମାନଙ୍କ ସହ ଆମେରିକା ଓ ଇସ୍ରାଏଲ ବୈଜ୍ଞାନିକଙ୍କ ସହ ସମ୍ପର୍କ ରହିଛି । ପୂରା ଖବର ପଢ଼ନ୍ତୁ…..

ଆପଣଙ୍କୁ କଣ ଲାଗୁଛି ଏଲିୟନ ସତରେ ଅଛନ୍ତି ନା ନାହିଁ? ଯଦି ନାହିଁ ତେବେ ଆପଣ ଭୁଲ୍ ବୁଝୁଛନ୍ତି ? ହଁ ଆମେ ଏହି ଦାବି କରୁଛୁ କାହିଁକିନା ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚାରେ ରହିଛି ଏଲିୟନଙ୍କ ଅସ୍ଥିତ୍ୱ ।

ଏଲିୟନ ଅଛନ୍ତି କିନ୍ତୁ ସେମାନଙ୍କ ଗୁପ୍ତ ସମ୍ପର୍କ କେବଳ ଆମେରିକା ଓ ଇସ୍ରାଏଲ ସହ ରହିଛି । ସେମାନେ ଏଥିପାଇଁ ନିଜର ଅସ୍ଥିତ୍ୱ ଜାହିର କରିବାରେ ଅସମର୍ଥ ହେଉଛନ୍ତି କାହିଁକିନା ବର୍ତ୍ତମାନର ମାନବ ସଭ୍ୟତା ଏଲିୟନଙ୍କ ଅସ୍ଥିତ୍ୱକୁ ଗ୍ରହଣ କରିବେ ନାହିଁ । ଏଭଳି ବୟାନ ରଖିଛନ୍ତି ହେମ୍ ଇସାଦ ନାମକ ଜଣେ ମହାକାଶ ବିଜ୍ଞାନୀ । ହେମ୍ ଇସାଦ (Haim Eshed) ଇସ୍ରାଏଲ ସ୍ପେଶ ସିକ୍ୟୁରିଟି ପ୍ରୋଗ୍ରାମର ମୁଖ୍ୟ ଭାବେ ଗତ 30 ବର୍ଷ ଧରି କାର୍ଯ୍ୟ କରିଛନ୍ତି । ସେ ଏବେ ଅବସର ନେଇ ଘରେ ରହିଛନ୍ତି । ଆଉ ଏହି ସମୟ ମଧ୍ୟରେ ସେ ଏଲିୟନଙ୍କୁ ନେଇ ଦେଇଛନ୍ତି ଏଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛନ୍ତି ।

87 ବର୍ଷୀୟ ଏହି ମହାକାଶ ବିଜ୍ଞାନୀ କହିଛନ୍ତି ଯେ, ମଙ୍ଗଳ ଗ୍ରହ ହେଉଛି ଏହି ଏଲିୟନମାନଙ୍କ ଘର । ଗାଲାକଟିକ୍ ଫେଡେରେସନ କଥା କହି ସେ ଏଲିୟନ ଏବଂ ଆମେରିକା-ଇସ୍ରାଏଲ ସହିତ ଗୁପ୍ତ ସମ୍ପର୍କ ସହ ବୁଝାମଣା ସହ ରହିଛି । ମଙ୍ଗଳ ଗ୍ରହଣର ଏକ ଗୁପ୍ତ ବେସ୍ ରେ ରହୁଥିବା ଦାବି କରିଛନ୍ତି ହେମ୍ ଇସାଦ ।

ସେ ଆହୁରି କହିଛନ୍ତି ଯେ, ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ଏଲିୟନ ସମ୍ପର୍କରେ ଜାଣିଛନ୍ତି । ସେ ଏହାକୁ ବିଶ୍ୱବାସୀଙ୍କୁ ଜଣାଇବା ପାଇଁ ଚାହୁଁଥିଲେ କିନ୍ତୁ ବର୍ତ୍ତମାନ ଲୋକମାନଙ୍କୁ କାମ୍ (ଶାନ୍ତ) ରହିବାକୁ ଦିଅ ପରବର୍ତ୍ତୀ ସମୟରେ ଏହି ସମ୍ପର୍କରେ ଅବଗତ କରାଇବା ବୋଲି ସେ ଟ୍ରମ୍ପଙ୍କୁ ଏଲିୟନ ପରାମର୍ଶ ଦେଇଥିଲେ । ସମୟ ଆସିଲେ ଭୁ-ଲୋକ ସହ ସମ୍ପର୍କ ସ୍ଥାପନ କରିବାକୁ ସେମାନେ ଆଗ୍ରହୀ ହେବେ ବୋଲି କହିଛନ୍ତି ।

%d bloggers like this: