ଓଡ଼ିଶା ପାଇଁ ଆଗକୁ ବଡ଼ ବିପଦ: ଆଜି ଆଉ ୬୧୬ କରୋନା ଆକ୍ରାନ୍ତ ଚିହ୍ନଟ, ତାଲିକାର ଶୀର୍ଷରେ ଗଞ୍ଜାମ

ଓଡ଼ିଶା ପାଇଁ ଆଗକୁ ବଡ଼ ବିପଦ: ଆଜି ଆଉ ୬୧୬ କରୋନା ଆକ୍ରାନ୍ତ ଚିହ୍ନଟ, ତାଲିକାର ଶୀର୍ଷରେ ଗଞ୍ଜାମ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆଜି ରାଜ୍ୟର ୨୩ଟି ଜିଲ୍ଲାରୁ ୬୧୬ଜଣ କରୋନା ପିଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୪୧୫ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୦୧ଟି ସ୍ଥାନୀୟ ମାମଲା ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତିଦିନ ଭଳି ଆଜି ବି ଗଞ୍ଜାମରୁ ସର୍ବାଧିକ ୨୮୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ ମୋଟ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୭୩୭ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୮,୭୫୦ ସୁସ୍ଥ ହୋଇସାରିଥିବା ବେଳେ ୪,୮୯୬ ଚିକିତ୍ସାଧୀନ ଅଛନ୍ତି। ୭୦ ଜଣଙ୍କ ମୃତ୍ୟୁ ବି ଘଟିଛି। ଆଉ ୨୧ ଜଣ କରୋନା ଆକ୍ରାନ୍ତଙ୍କର ବି ମୃତ୍ୟୁ ଘଟିଛି। ତେବେ ସେମାନଙ୍କ ମୃତ୍ୟୁର କାରଣ କରୋନା ନୁହେଁ ବୋଲି କୁହାଯାଇଛି।




ନୂତନ ଭାବେ ଚିହ୍ନଟ ଏହି ୬୧୬ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୦୧ଟି ଲୋକାଲ୍ କେସ୍‌। ସେହିପରି ୬୧୬ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୮୩ ଜଣ ଚିହ୍ନଟ ହୋଇଛନ୍ତି।ଅନୁଗୋଳରୁ ୭ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୭, ବରଗଡ଼ରୁ ୩୧, ଭଦ୍ରକରୁ ୨, ବଲାଙ୍ଗିରରୁ ୨, କଟକରୁ ୨୩, ଢେଙ୍କାନାଳରୁ ୭, ଗଜପତି ଜଣେ, ଜଗତସିଂହପୁରରୁ ୧୮, ଯାଜପୁରରୁ ୧୭, ଝାରସୁଗୁଡ଼ାରୁ ୧୧, କନ୍ଧମାଳରୁ ୬, କେନ୍ଦ୍ରାପଡ଼ାରୁ ଜଣେ, କେନ୍ଦୁଝରରୁ ୨୩, ଖୋର୍ଦ୍ଧାରୁ ୨୯, କୋରାପୁଟରୁ ୫୦, ମାଲକାନଗିରିରୁ ୧୪, ମୟୂରଭଞ୍ଜରୁ ୧୩, ନବରଙ୍ଗପୁରରୁ ୪୦, ନୂଆପଡ଼ାରୁ ୫, ପୁରୀରୁ ଜଣେ ଓ ସୁନ୍ଦରଗଡ଼ରୁ ୫ ଜଣ ଚିହ୍ନଟ ହୋଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: