୧୪ରୁ ମୌସୁମୀ ଅଧିବେଶନ, ବିନା ଛୁଟିରେ ଚାଲିବ

୧୪ରୁ ମୌସୁମୀ ଅଧିବେଶନ, ବିନା ଛୁଟିରେ ଚାଲିବ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସେପ୍ଟେମ୍ବର ୧୪ରୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ କୌଣସି ଛୁଟି ରହିବ ନାହିଁ । ଏପରିକି ଶନିବାର ଓ ରବିବାରରେ ମଧ୍ୟ ଅଧିବେଶନ ଜାରି ରହିବ । ପ୍ରଥମ ଦିନ ଲୋକସଭା ସକାଳ ୯ଟାରୁ ଦ୍ବିପ୍ରହର ଗୋଟାଏ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର ୧୫ତାରିଖରୁ ଅପରାହ୍ଣ ୩ ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ । ତେବେ କୋରୋନା ମହାମାରୀ ଯୋଗୁ ଚଳିତ ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ ବୋଲି ଲୋକସଭା କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଶୂନ୍ୟକାଳ ଏବଂ ଅନ୍ୟାନ୍ୟ ପ୍ରକ୍ରିୟା କାର୍ଯ୍ୟସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ |

ସେପଟେ ମୌସୁମୀ ଅଧିବେଶନ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିରୋଧୀ ଦଳ ନୋତାଙ୍କ ସହ ଫୋନ ମାଧ୍ୟମରେ ଆଲୋଚନା କରି ଅଧିବେଶନକୁ ସୂଚାରୁ ରୂପେ ସମାପ୍ତ କରିବା ପାଇଁ ଅନୁରୋଧ କରିଛନ୍ତି । ଗତକାଲି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ଗୁଲାମ ନବୀ ଆଜାଦଙ୍କ ସହ ରାଜନାଥ ସିଂହ ଆଲୋଚନା କରିଥିବା ଜଣାପଡ଼ିଛି । ତେବେ ପ୍ରଶ୍ନକାଳ ରଖାନଯିବାକୁ କଂଗ୍ରେସ ସାଂସଦ ଶଶି ଥରୁର ଟୁଇଟ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

%d bloggers like this: