ପ୍ରଥମ ରାତିରେ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା: ଅନୁଭବ

ପ୍ରଥମ ରାତିରେ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା: ଅନୁଭବ

ପ୍ରିଜମ ନ୍ୟୁୁଜ୍ ବ୍ୟୁରୋ: ଓଲିଉଡର ଲୋକପ୍ରିୟ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ଜୀବନରେ ଉଠିଥିବା ଝଡ଼ରେ ଆଜି ଆସିଛି ନୂଆ ମୋଡ଼ । ଗତକାଲି ପତ୍ନୀ ବର୍ଷାଙ୍କ ଅଭିଯୋଗ ପରେ ଛାଡ଼ପତ୍ର ନେଇ କୋର୍ଟରେ ୪୭ ପୃଷ୍ଠାର ପିଟିସନ ଦାଖଲ କରିଛନ୍ତି ଅନୁଭବ ମହାନ୍ତି । ପତ୍ନୀଙ୍କ ଆଚରଣ ତାଙ୍କୁ ମର୍ମାହତ କରିଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ଅନୁଭବ ମହାନ୍ତି । ୨୦୧୫ରେ ବର୍ଷାଙ୍କୁ ନେଇ ଆମେରିକା ଯାଇଥିଲେ ଅନୁଭବ । ଆସନ୍ତୁ ଦେଖିବା କୋର୍ଟରେ କଣ କହିଛନ୍ତି ଅନୁଭବ..


ପିଟିସନରେ ଅନୁଭବଙ୍କ ଅଭିଯୋଗ :
– ସମ୍ପର୍କ ରଖୁ ନ ଥିଲେ ବର୍ଷା ପ୍ରିୟଦର୍ଶିନୀ, ଯାହା ତାଙ୍କୁ ଅସହଜ ଓ ଅସୁଖୀ କରିଥିଲା।
– ପ୍ରଥମ ରାତିରେ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା
– ସମ୍ପର୍କ ରଖିବାକୁ ୩,୪ ମାସ ସମୟ ମାଗିଥିଲେ ବର୍ଷା।
– ବର୍ଷାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇଥିଲେ ଅନୁଭବ।
– ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ସମ୍ପର୍କରେ ସୁଧାର ପାଇଁ ଚେଷ୍ଟା କରିଥିଲେ ଅନୁଭବ।
କିନ୍ତୁ ସମ୍ପର୍କ ରଖିବାକୁ ଅସହଜ ମନେ କରୁଥିଲେ ବର୍ଷା।
– ପତ୍ନୀଙ୍କ ଏଭଳି ଆଚରଣ ମର୍ମାହତ କରିଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ଅନୁଭବ।
– ଜନ୍ମଦିନରେ ସବୁ ସ୍ୱାଭାବିକ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ବି
ବର୍ଷା ଭଲ ପତ୍ନୀ ଏବଂ ଭଲ ବୋହୂ ହେବାରେ ବିଫଳ ହୋଇଛନ୍ତି ।

%d bloggers like this: