ପୌରାଞ୍ଚଳ ନିର୍ବାଚନ ଫଳାଫଳ: ସମସ୍ତ ମହାନଗର ନିଗମ ମେୟର ପଦ ହତେଇଲା ବିଜେଡି

ପୌରାଞ୍ଚଳ ନିର୍ବାଚନ ଫଳାଫଳ: ସମସ୍ତ ମହାନଗର ନିଗମ ମେୟର ପଦ ହତେଇଲା ବିଜେଡି

ପ୍ରିଜମ ନ୍ୟୁଜ ବ୍ୟୁରୋ:ପଞ୍ଚାୟତ ନିର୍ବାଚନ ପରି ମହାନଗର ନିଗମ ନିର୍ବାଚନରେ ବାଜିମାତ କରିଛି ବିଜୁ ଜନତା ଦଳ। ତିନି ମହାନଗର ନିଗମ ଶାସନ ଭାର ଯାଇଛି ବିଜେଡି ହାତକୁ। ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ମହାନଗରରେ ପୁଣି ଥରେ ବିଜେଡି ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ଭୁବନେଶ୍ବର ମହାନଗର ନିଗମରେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ, କଟକରେ ବିଜେଡି ମେୟର ପ୍ରାର୍ଥୀ ସୁବାଷ ସିଂହ, ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ ବିଜୟୀ ହୋଇଛନ୍ତି । ତେବେ ଭୁବନେଶ୍ବର ଓ ବ୍ରହ୍ମପୁରରେ ବିଜେଡି ମେୟର ପ୍ରାର୍ଥୀଙ୍କୁ ବିଜେପି ପ୍ରାର୍ଥୀ କଡ଼ା ଟକ୍କର ଦେଇଥିବା ବେଳେ କଟକରେ ବିଜେଡିକୁ ଟକ୍କର ଦେଇଛନ୍ତି କଂଗ୍ରେସ ପ୍ରାର୍ଥୀ । ଭୁବନେଶ୍ବରରେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ୬୧ ହଜାର ୧୪୩ ଭୋଟ୍‌ରେ ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ୍‌ଙ୍କୁ ପରାସ୍ତ କରିଛନ୍ତି ।

ସେହିଭଳି ବ୍ରହ୍ମପୁରରେ ବିଜେଡି ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ସବିତା ସୁଆରଙ୍କୁ ପ୍ରାୟ ୨୦ହଜାର ଭୋଟରେ ହରାଇଛନ୍ତି । କଟକରେ ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂହ ବିଜୟୀ ହୋଇଥିବା ବେଳେ ତାଙ୍କୁ କଡ଼ା ଟକ୍କର ଦେଇଛନ୍ତି କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା । ସେହିଭଳି ଭୁବନେଶ୍ବର ମହାନଗର ନିଗମରେ ୬୭ ଓ୍ବାର୍ଡ଼ ଭିତରୁ ଅଧିକାଂଶ ଓ୍ବାର୍ଡ଼ରେ ବିଜୟୀ ହୋଇଛନ୍ତି ବିଜେଡି କର୍ପୋରେଟର ପ୍ରାର୍ଥୀ । ବ୍ରହ୍ମପୁରରେ ୪୨ଟି ଓ୍ବାର୍ଡ଼ ଭିତରୁ ବିଜେଡି ୩୦ଟି ଓ୍ବାର୍ଡ଼ ଜିତିଥିବା ବେଳେ ବିଜେପି ୭, କଂଗ୍ରେସ ୧ ଓ ସ୍ବାଧୀନ ପ୍ରାର୍ଥୀ ୪ଟି ଓ୍ବାର୍ଡ଼ରେ ବିଜୟୀ ହୋଇଛନ୍ତି । କଟକ ମହାନଗର ନିଗମର ମୋଟ୍ ୫୯ଟି ଓ୍ଵାର୍ଡରୁ ୩୮ଟି ଓ୍ଵାର୍ଡ ଦଖଲ କରିଛି ବିଜେଡି। ତେବେ ପଛରେ ପଡ଼ିଛି କଂଗ୍ରେସ ଏଠି ଦଳ ୮ଟି ୱାର୍ଡ ଦାଖଲ କରିଥିବା ବେଳେ ବିଜେପି ୭ଟି ଓ୍ଵାର୍ଡରେ ଜିତିବାକୁ ସକ୍ଷମ ହୋଇଛି। ସ୍ଵାଧୀନ ଖାତାକୁ ଯାଇଛି ୬ଟି ଓ୍ଵାର୍ଡ। ସେହିପରି ମେୟର ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୁବାସ ସିଂହ ୫୫୭୨୨ ଭୋଟ୍ ପାଇ ଆଗରେ ରହିଛନ୍ତି। ତାଙ୍କୁ ଆରମ୍ଭରୁ କଡା ଟକ୍କର ଦେଇଥିବା କଂଗ୍ରେସ ପ୍ରାର୍ଥୀ ଗିରିବାଳ ବେହେରା ୩୩୪୬୨ ଭୋଟ୍ ପାଇ ଦ୍ଵିତୀୟ ଏବଂ ବିଜେପି ପ୍ରାର୍ଥୀ ଶ୍ରୀତମ ଦାସ ୧୯୧୨୩ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଛନ୍ତି।

ତେବେ ୧୦୫ଟି ମ୍ୟୁନିସିପାଲିଟି ଓ ଏନ୍‌ଏସିର ଅଧ୍ୟକ୍ଷ ପଦ ପାଇଁ ଅନୁଷ୍ଠିତ ହୋଇଥିବା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଥିବା ବେଳେ ବିଜେଡ଼ି ସର୍ବାଧିକ ୭୩ଟି ଅଧ୍ୟକ୍ଷ ପଦ ହାତେଇଛି। ସେହିପରି ବିଜେପିକୁ ମିଳିଛି ୧୬ଟି ଆସନ। କଂଗ୍ରେସକୁ ୭ଟି ଅଧ୍ୟକ୍ଷ ପଦ ମିଳିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ୯ଟି ଅଧ୍ୟକ୍ଷ ପଦ ପାଇଛନ୍ତି। ବିଜେଡିର ବିପୁଳ ବିଜୟ ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ତେବେ କେଉଁଠୁ କିଏ ଜିତିଲେ ତଳ ତାଲିକାରେ ଦିଆଗଲା।

ମ୍ୟୁନିସିପାଲିଟି ଅଧ୍ୟକ୍ଷ:

ଅନୁଗୋଳ- ଅକ୍ଷୟ ସାମନ୍ତ (ବିଜେଡି),ତାଳଚେର- ପବିତ୍ର ଭୂତିଆ (ବିଜେଡି),ବଲାଙ୍ଗିର- ଲିକା ସାହୁ (ବିଜେଡି),ଟିଟିଲାଗଡ଼- ମମତା ଜୈନ (ବିଜେପି),ବାଲେଶ୍ୱର- ସବିତା ସାହୁ (ବିଜେଡି),ସୋର- ମାଧବ ଧଡ଼ା (ବିଜେପି),ଜଳେଶ୍ୱର- ପ୍ରତୀପ ପ୍ରଧାନ (ବିଜେଡି),ବରଗଡ଼- କଳ୍ପନା ମାଝୀ (ବିଜେଡି),ଭଦ୍ରକ- ଗୁଲମାକି ଦଲୱାଜି (ସ୍ୱାଧୀନ),ବାସୁଦେବପୁର- ନିବେଦିତା ବେହେରା (ବିଜେଡି),ଚୌଦ୍ୱାର- ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ (ବିଜେଡି),ଦେବଗଡ଼- ଶାନ୍ତିମଂଜରୀ ଦେଇ (ବିଜେଡି),ଢେଙ୍କାନାଳ- ଜୟନ୍ତୀ ପାତ୍ର (ବିଜେପି),ପାରଳାଖେମୁଣ୍ଡି- ନିର୍ମଳା ସେଠୀ (ବିଜେଡି),ହିଂଜିଳିକାଟୁ- ସୁବାସ ପଲେଇ (ବିଜେଡି),ଜଗତସିଂହପୁର- ଅର୍ଚ୍ଚନା ସିଂହ (କଂଗ୍ରେସ),ପାରାଦୀପ- ବସନ୍ତ ବିଶ୍ୱାଳ (ବିଜେଡି),ଯାଜପୁର- ରଂଜୁଲତା ହୋତା (ବିଜେଡି),ବ୍ୟାସନଗର- ସଂଗୀତା ପିଙ୍ଗୁଆ (ବିଜେଡି),ଝାରସୁଗୁଡ଼ା- ରାଣୀ ହାତୀ (ବିଜେଡି),ବେଲପାହାଡ଼- ନିମାଇଁ ପଣ୍ଡା (କଂଗ୍ରେସ),ବ୍ରଜରାଜନଗର- ଯାଜ୍ଞସେନୀ ଓରାମ (ବିଜେଡି),ଭବାନୀପାଟଣା- ସଂଯୁକ୍ତା ବେହେରା (ବିଜେଡି),ଫୁଲବାଣୀ- ସ୍ମିତାରାଣୀ ମହାନ୍ତି (ବିଜେପି),କେନ୍ଦ୍ରାପଡ଼ା- ସରିତା ସାହୁ (ବିଜେଡି),ପଟ୍ଟାମୁଣ୍ଡାଇ- ହେମନ୍ତ ସାହୁ (ବିଜେଡି),ଆନନ୍ଦପୁର- ରଜନୀରାଣୀ ଖଟୁଆ (ବିଜେଡି),ଯୋଡ଼ା- ଜଗଦୀଶ ସାହୁ (ବିଜେଡି),କେନ୍ଦୁଝରଗଡ଼- ନିକୁ ସାହୁ (ବିଜେପି),ବଡ଼ବିଲ- ଲକ୍ଷ୍ମଣ ମହାନ୍ତ (ବିଜେଡି),ଜଟଣୀ- ଅନନ୍ତ ବେହେରା (ବିଜେଡି),ଖୋର୍ଦ୍ଧା- କନକଲକ୍ଷ୍ମୀ ମହାନ୍ତି (ବିଜେଡି),ଜୟପୁର- ନରେନ୍ଦ୍ର ମହାନ୍ତି (କଂଗ୍ରେସ),କୋରାପୁଟ- ଲଲାଟ ରଂଜନ ସେଠୀ (ବିଜେଡି),ସୁନାବେଡ଼ା- ରାଜେନ୍ଦ୍ର ପାତ୍ର (ସ୍ୱାଧୀନ),ମାଲକାନଗିରି- ମନୋଜ ବାରିକ (ବିଜେଡି),ରାଇରଙ୍ଗପୁର- ଅଭିଷେକ ପଟ୍ଟନାୟକ (ବିଜେଡି),ବାରିପଦା- କୃଷ୍ଣାନନ୍ଦ ମହାନ୍ତି (ବିଜେଡି),ନୟାଗଡ଼- ନିରୂପମା ଖଟେଇ (ବିଜେଡି),ନବରଙ୍ଗପୁର- କୁନୁ ନାୟକ (ବିଜେପି),ଉମରକୋଟ- ରାଧା ଭତ୍ରା (ବିଜେଡି),ଗୁଣୁପୁର- ମମତା ଗୌଡ଼ (ସ୍ୱାଧୀନ),ରାୟଗଡ଼ା- ମହେଶ ପଟ୍ଟନାୟକ (ବିଜେଡି),ସୋନପୁର- ତାମସୀ ତାମସ୍ମିତା ନାୟକ (ବିଜେଡି),ବୀରମିତ୍ରପୁର- ସନ୍ଦୀପ ମିଶ୍ର (ବିଜେଡି),ସୁନ୍ଦରଗଡ଼- ତନୟା ମିଶ୍ର (ବିଜେପି),ରାଜଗାଙ୍ଗପୁର- ମାଧୁରୀ ଲୁଗୁନ (ବିଜେଡି)

ଏନ୍‌ଏସି ଅଧ୍ୟକ୍ଷ:ଆଠମଲ୍ଲିକ- ଆଶା କୁମାରୀ ସାହୁ (ବିଜେଡି),ତୁଷୁରା- ଅଜୟ ଜୟସ୍ୱାଲ (ବିଜେଡି)କଣ୍ଟାବାଞ୍ଜି- ବରିୟାମ ସିଂ ସାଲୁଜା (କଂଗ୍ରେସ),ପାଟଣାଗଡ଼- ମାନସୀ ବିଶ୍ୱାଳ (ବିଜେଡି),ରେମୁଣା- ତନୁଜା ଗିରି (ବିଜେଡି),ନୀଳଗିରି- ଅମ୍ବିକା ଦାସ (ବିଜେଡି),ବିଜେପୁର- ସୀତା ବାରିକ (ବିଜେଡି),ପଦ୍ମପୁର- ସାବିତ୍ରୀ ବାଗ (ବିଜେଡି),ବରପାଲି- ଦିନେଶ ଗହୀର (ସ୍ୱାଧୀନ),ଚାନ୍ଦବାଲି- ଶାନ୍ତିଲତା ସେଠୀ (ବିଜେଡି),ବୌଦ୍ଧ- ମୃତ୍ୟୁଞ୍ଜୟ ମିଶ୍ର (ବିଜେଡି),ଆଠଗଡ଼- ସସ୍ମିତା ରାଉତ (ବିଜେଡି),ବାଙ୍କୀ- ମାଣିକ ସାହୁ (ବିଜେଡି),ଭୁବନ- ଶୁଭେନ୍ଦୁ ସାହୁ (ବିଜେଡି),କାମାକ୍ଷାନଗର- ଧର୍ମାନନ୍ଦ ପରିଡ଼ା (ବିଜେଡି),କାଶୀନଗର- ଏମ୍‌ ସୁଧାରାଣୀ (ବିଜେଡି),ବୁଗୁଡ଼ା- ଚିତ୍ରସେନ ପ୍ରଧାନ (ବିଜେଡି),ସୋରଡ଼ା- ଶିବଶଙ୍କର ପଣ୍ଡା (ବିଜେଡି),ଦିଗପହଣ୍ଡି- ପ୍ରଫୁଲ୍ଲ ପଣ୍ଡା (କଂଗ୍ରେସ),ବେଲଗୁଣ୍ଠା- ଫିରୋଜ ସେଠୀ (ବିଜେଡି),ଖଲ୍ଲିକୋଟ- ନିରଞ୍ଜନ ବେହେରା (ବିଜେଡି),କୋଦଳା- ସୂର୍ଯ୍ୟ ନାରାୟଣ ନାୟକ (ବିଜେପି),ରମ୍ଭା- ମାନସୀ ସ୍ୱାଇଁ (ବିଜେପି),ଗଞ୍ଜାମ- ପ୍ରତିଭା ପାଢ଼ୀ (ସ୍ୱାଧୀନ),ପୁରୁଷୋତ୍ତମପୁର- ପ୍ରିୟଙ୍କା ଗୌଡ଼ (ସ୍ୱାଧୀନ),ଗୋପାଳପୁର- ଏ ଜାନକୀରାମ (ବିଜେଡି),ଚିକିଟି- ଦୀପା ସାହୁ (ବିଜେଡି),ଭଞ୍ଜନଗର- ଗୋପବନ୍ଧୁ ମହାପାତ୍ର (ବିଜେଡି),ଆସିକା- ବିନେତା ସ୍ୱାଇଁ (ବିଜେଡି),କବିସୂର୍ଯ୍ୟନଗର- ସିଏଚ୍‌ ଲକ୍ଷ୍ମୀ ସେଠୀ (ବିଜେଡି),ପୋଲସରା- ସଂଗୀତା ବେହେରା (ବିଜେଡି),ଛତ୍ରପୁର- ଶର୍ମିଷ୍ଠା ପ୍ରଧାନ (ବିଜେପି),ଧର୍ମଗଡ଼- ଅଶୋକ ମହାନ୍ତି (ବିଜେପି),କେସିଙ୍ଗା- ନୃପରାଜ ଯାଦବ (ବିଜେଡି),ଜୁନାଗଡ଼ା- ମୁକେଶ ଅଗ୍ରୱାଲ (ବିଜେପି),ବାଲିଗୁଡ଼ା- ଗୋବିନ୍ଦ ପ୍ରଧାନ (ବିଜେଡି),ଜି. ଉଦୟଗିରି- ଭାନୁପ୍ରଭା ମିଶ୍ର (ବିଜେଡି),ଚମ୍ପୁଆ- ଗିରିଜା ଶଙ୍କର ସାହୁ (ବିଜେଡି),ବାଲୁଗାଁ- ସୁକାନ୍ତି ପାଇକରାୟ (ବିଜେଡି),ବାଣପୁର- ମିଟୁ ନାୟକ (ବିଜେଡି),କୋଟପାଡ଼- ଏମ୍‌ ଶଙ୍କର ରାଓ (କଂଗ୍ରେସ),ବାଲିମେଳା- ପ୍ରଦୀପ ନାଏକ (ବିଜେପି),କରଞ୍ଜିଆ- ପପି ପୃଷ୍ଟି (ବିଜେଡି),ଉଦଳା- ପ୍ରମିଳା ପଣ୍ଡା (ବିଜେପି),ଖଣ୍ଡପଡ଼ା- ଆରତି ପ୍ରଧାନ (ସ୍ୱାଧୀନ),ରଣପୁର- ରଙ୍ଗୀନ ମହାନ୍ତି (ବିଜେଡି),ଦଶପଲ୍ଲା- ପୁନମ ପ୍ରିୟଦର୍ଶିନୀ (ସ୍ୱାଧୀନ),ନୂଆପଡ଼ା- ମହମ୍ମଦ ଆଦମ (ସ୍ୱାଧୀନ),ଖରିଆର ରୋଡ୍‌- ସୋନିଆ ଜୈନ (ବିଜେପି),ଖରିଆର- ଉଜ୍ଜ୍ୱଳ ଗୁପ୍ତା (କଂଗ୍ରେସ),କୋଣାର୍କ- ସଂଯୁକ୍ତା ତ୍ରିପାଠୀ (ବିଜେଡି),ନିମାପଡ଼ା- ସସ୍ମିତା ସାହୁ (ବିଜେଡି),ପିପିଲି- ସେକ୍ ବାବୁ (ବିଜେଡି),ଗୁଡ଼ାରୀ- ଶର୍ମିଷ୍ଠା ଶବର (ବିଜେଡି),କୁଚିଣ୍ଡା- ପ୍ରଦ୍ୟୁତ କୁମାର ମହାନ୍ତି (ବିଜେଡି),ରେଢ଼ାଖୋଲ- ଶିବରାମ ସାହୁ (ବିଜେପି),ବିନିକା- ସୁବାସ ଭୋଇ (ବିଜେଡି),ତରଭା- ବନ୍ଦିତା ନାୟକ (ବିଜେଡି)।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: