ପ୍ରଧାନମନ୍ତ୍ରୀଙ୍କ ବିଦେଶ ଭ୍ରମଣ ଖର୍ଚ୍ଚ 4 ବର୍ଷରେ 5ଶହ କୋଟି; 58ଟି ଦେଶ ବୁଲିଛନ୍ତି ମୋଦି

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: 4ବର୍ଷରେ 58ଟି ଦେଶ ବୁଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକା, ରୁଷିଆ ଏବଂ ଚୀନ୍‌ ପ୍ରତ୍ୟେକକୁ ପାଞ୍ଚ ଥର, ସିଙ୍ଗାପୁର, ଜର୍ମାନୀ, ଫ୍ରାନ୍‌ସ, ଶ୍ରୀଲଙ୍କା ଏବଂ ସଂଯୁକ୍ତ ଆରବ ଏମିରେଟ୍‌ସ ସମେତ ଅନ୍ୟ ଦେଶକୁ ଏକାଧିକ ଥର ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ୍‌। ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି ମନ୍ତ୍ରୀ ମୁରଲୀଧରନ ।

ମାର୍ଚ୍ଚ ୨୦୧୫ରୁ ନଭେମ୍ବର ୨୦୧୯ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶ ଗସ୍ତ ବାବଦରେ ଖର୍ଚ୍ଚ ହୋଇଛି ୫୧୭.୮୨ କୋଟି ଟଙ୍କା ବୋଲି ଗୃହକୁ ଜଣାଇଛନ୍ତି ମନ୍ତ୍ରୀ ମୁରଲୀଧରନ । ପ୍ରଧାନମନ୍ତ୍ରୀ କରିଥିବା କିଛି ଗସ୍ତ ବହୁ ଦେଶ ଭ୍ରମଣ ହୋଇଥିବା ବେଳେ କେତେକ ଦ୍ୱିପାକ୍ଷିକ ଗସ୍ତ ମଧ୍ୟ ରହିଥିଲା। ଗତ ବର୍ଷ ନଭେମ୍ବର ୧୩ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଶେଷ ବିଦେଶ ଗସ୍ତ ଥିଲା ବ୍ରାଜିଲ୍‌। ସେଠାରେ ବ୍ରାଜିଲ-ରୁଷ- ଭାରତ- ଚୀନ୍‌- ଦକ୍ଷିଣ ଆଫ୍ରିକା (ବ୍ରିକ୍ସ) ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ

%d bloggers like this: