ସବୁ ଉଦ୍ୟମ ବିଫଳ, ରାତାରାତି ଛିଡ଼ା ହୋଇନି କୋଟିଆ ବିବାଦ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଓଡ଼ିଶାର ସବୁ ଉଦ୍ୟମ ଫସର ଫାଟିଲା। ଦୁଇ ଦିନ ପୂର୍ବେ ଓଡ଼ିଶା ସରକାର ଆରମ୍ଭ କରିଥିବା ରାସ୍ତା ଓ ପାନୀୟଜଳ ପ୍ରକଳ୍ପ ଭଳି ମୌଳିକ ସମସ୍ୟା ଦୂରୀକରଣ ଉଦ୍ୟମକୁ ନଜର ଅନ୍ଦାଜ କରି ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ୍ ଦେଲେ କୋଟିଆବାସୀ। ଖାଲି ତ ଭୋଟ୍ ଦେଇ ନାହାନ୍ତି ୬୦ ପ୍ରତିଶତରୁ ଅଧିକ ମତଦାନ କରି ରେକର୍ଡ ମଧ୍ୟ କରିଛନ୍ତି। ଗାଁ’ର ୧୦୨୫ ଭୋଟରଙ୍କ ଭିତରୁ ୬୦୦ରୁ ଅଧିକ କରିଛନ୍ତି ମତଦାନ। ଏକଥା ଦେଖି ଓଡ଼ିଶା ସରକାର ପାଟି ଚୁପ୍ କରି ବସିଛନ୍ତି। ସ୍ଥାନୀୟ ଜନପ୍ରତିନିଧି ନିଜ ଭୋଟରଙ୍କୁ ବୁଝାଇବାରେ ଓ ଅଟକାଇବାରେ ବିଫଳ ହୋଇଛନ୍ତି। ଏହାରି ଭିତରେ ଓଡ଼ିଶା ସରକାର ସୁପ୍ରିମ କୋର୍ଟକୁ ନ୍ୟାୟ ଆଶାରେ ଯାଇଛନ୍ତି। ସୁପ୍ରିମ ଶୁଣାଣି ଉପରେ ଭରସା କରି ତାରିଖକୁ ଚାହିଁ ବସିଛନ୍ତି।

କୋଟିଆରେ ଗୋଟିଏ ପଞ୍ଚାୟତକୁ ୪ଟି ପଞ୍ଚାୟତ କରି ଆନ୍ଧ୍ର ନିର୍ବାଚନ କରୁଛି। ତେଣୁ ସ୍ୱାଭାବିକ ଭାବରେ, ସେଠାରେ ଉନ୍ନୟନ କାମ ଚାରିଗୁଣା ହୋଇଛି। କେବଳ କୋଟିଆ ନୁହେଁ, ଗଜପତି, ରାୟଗଡ଼ା, ଗଞ୍ଜାମ ଓ ମାଲକାନଗିରି ଜିଲ୍ଲାର ଅନେକ ଅଞ୍ଚଳରେ ଆନ୍ଧ୍ର ପ୍ରଦେଶ ପଞ୍ଚାୟତ ନିର୍ବାଚନ କରୁଛି। ପ୍ରାଶାସନିକ ଅଧିକାରୀ ଏଠାରେ ପଇଁତରା ମାରୁଛନ୍ତି। ସୀମାନ୍ତର ଗୁଡ଼ିଖୁଡ଼ି ହେଉଛି ଏପରି ଏକ ଗାଁ’, ଯାହାର ବାସିନ୍ଦା ପାଇଛନ୍ତି ତିନିଟି ପ୍ରଶାସନର ରାସନ କାର୍ଡ। ଆଜି ବି ସେଠାକାର ଲୋକ ଜାଣନ୍ତିନି ଯେ, ଗଞ୍ଜାମ ଜିଲ୍ଲା ‘ପାତ୍ରପୁର’ ସେମାନଙ୍କ ବ୍ଲକ୍ ନା ଗଜପତି ଜିଲ୍ଲା ‘ରାଇଘର’ ସେମାନଙ୍କ ବ୍ଲକ୍। ଏଠାରେ ଆନ୍ଧ୍ର ଅଙ୍ଗନୱାଡ଼ି ଖୋଲିଛି। ଜଳସେଚନ ପ୍ରକଳ୍ପ କରିଛି। ପାଟସୁନେରୀ ଗାଁ’ର ରାସ୍ତା କାମରେ ଗୋଟିଏ ପଟେ ଆନ୍ଧ୍ର ଫଳକ ଲଗାଇଥିବା ବେଳେ ଅପର ପାର୍ଶ୍ୱରେ ଓଡ଼ିଶାର ଫଳକ ଲାଗିଛି। ବିଜୁଳି ବୋର୍ଡରେ ବି ସମାନ କଥା। ନେଡ଼ିଗୁଡ଼ କହୁଣୀକୁ ବୋହିଯିବା ପରେ ଓଡ଼ିଶା ସରକାର ସୁପ୍ରିମ କୋର୍ଟଙ୍କ ଦରଜା ବାଡ଼େଇଛନ୍ତି।

ତେବେ ଏ ବିବାଦ ରାତାରାତି ଛିଡ଼ା ହୋଇନାହିଁ। ସୀମା ବିବାଦ କେମିତି ଓ କାହିଁକି, ଆସନ୍ତୁ ତା’ ଉପରେ ବି ଟିକିଏ ନଜର ପକାଇବା…

  • ୧୯୩୬ ମସିହାରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ
  • ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପଛରେ ଥିଲା ପାରଳା ମହାରାଜାଙ୍କ ଉତ୍ସର୍ଗୀକୃତ ଉଦ୍ୟମ
  • ସ୍ୱତନ୍ତ୍ର ରାଜ୍ୟ ଗଠନ ପରେ ଏଠାରେ ନିର୍ବାଚନ କରିବା ଉପରେ ଗୁରୁତ୍ୱ ଦିଆଗଲା
  • ଭାଷାଭିତ୍ତିକ ରାଜ୍ୟ ହୋଇଥିବାରୁ ପ୍ରଥମେ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଉପରେ ରହିଲା ଫୋକସ୍
  • ସିଧାକଥାରେ କହିବାକୁ ଗଲେ ଆରମ୍ଭରୁ ଆଜିପର୍ଯ୍ୟନ୍ତ ଉପକୂଳ ଓଡ଼ିଶାକୁ ବେଶି ପ୍ରାଧାନ୍ୟ ମିଳିଛି
  • ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ପଡ଼ୋଶୀ ରାଜ୍ୟର ଛାପ ଥିବାରୁ ସେଠାରେ ଉନ୍ନୟନ କାମ ଗୌଣ
  • ତିତଲି ବାତ୍ୟାପରେ ଆନ୍ଧ୍ର ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ସୀମାବର୍ତ୍ତୀ ଅଞ୍ଚଳର ବିକାଶ କଲା।
    ଏ କ୍ଷେତ୍ରରେ ଓଡ଼ିଶା ପ୍ରଶାସନ ସେଠାରେ ଉନ୍ନୟନ କାମରେ ଆଖିଦୃଶିଆ ଭାବରେ ପଛେଇଗଲା
    ପ୍ରାଶାସନିକ ଅଧିକାରୀ ବାସ୍ତବରେ ତୃଣମୂଳ ସ୍ତରକୁ ନ ଯାଇ ଗ୍ରାଉଣ୍ଡ ରିପୋର୍ଟ ଦେଲେ
%d bloggers like this: