ଚିନ୍ତା ବଢ଼ାଉଛି କୋରୋନାର ନୂଆ ଷ୍ଟ୍ରେନ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋରୋନା ନୂଆ ଷ୍ଟ୍ରେନ ବଢ଼ାଉଛି ସରକାରଙ୍କ ଚିନ୍ତା । ଅତି କମ୍ ACE-2 ରିସେପ୍ଟର ଜରିଆରେ ନୂଆ ଷ୍ଟ୍ରେନ ଶରୀରରେ ପ୍ରବେଶ କରୁଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କଠୋର ପଦକ୍ଷପ ନିଆଯାଉଛି । କୋରୋନାର ପୁରୁଣା ଷ୍ଟ୍ରେନ ବୟସ୍କଙ୍କ ପାଇଁ ଘାତକ ହୋଇଥିବାବେଳେ ନୂଆ ଷ୍ଟ୍ରେନ ଶିଶୁଙ୍କ ପାଇଁ ଅତ୍ୟନ୍ତ ସାଂଘାତିକ ସାବ୍ୟସ୍ତ ହୋଇଛି। ପୂର୍ବ କୋରୋନା ଭାଇରସ ତୁଳନାରେ ନୂଆ ଷ୍ଟ୍ରେନ ୭୦ ପ୍ରତିଶତ ତୀବ୍ର ବେଗରେ ସଂକ୍ରମଣ ହେଉଥିବାରୁ ଏବେ ଲୋକେ ଅଧିକ ସତର୍କ ରହିବା ଜରୁରୀ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମରାମର୍ଶ ଦେଇଛି। ସେପଟେ ବ୍ରିଟେନରେ ପୁଣି ଗୋଟିଏ ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଛି, ଯାହା ବିଶ୍ୱର ବୈଜ୍ଞାନିକ, ଡାକ୍ତର ଓ ଗବେଷକଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି।

ଅନ୍ୟପଟେ ରାଜ୍ୟ ସରକାର ମଧ୍ୟ ବ୍ରିଟେନ ଫେରନ୍ତାଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଫେରିଥିବା ଲୋକେ ନିଜ ଆଡୁ ସରକାରଙ୍କୁ ତଥ୍ୟ ଦେବା ପାଇଁ ଅପିଲ କରିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ । ୧୮ଟି ଜିଲ୍ଲାକୁ ବ୍ରିଟେନରୁ ଫେରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଧିକାଂଶ ଭୁବନେଶ୍ୱର ବାସିନ୍ଦା ରହିଛନ୍ତି। ସେମାନଙ୍କୁ ଖୋଜିବାକୁ ବିଏମସି ଟିମ୍ ପ୍ରୟାସ ଆରମ୍ଭ କରିଛନ୍ତି। ଏହାସହ ନୂଆ ଷ୍ଟ୍ରେନ୍ ନେଇ ରାଜ୍ୟ ସରକାର କେନ୍ଦ୍ରର ଏସଓପି ପାଳନ କରୁଥିବା ବିଏମସି କମିଶନର ସୂଚନା ଦେଇଛନ୍ତି।

%d bloggers like this: