ଆହତଙ୍କୁ ମାଗଣା ଚିକିତ୍ସା ସେବା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ରାଜଧାନୀ ରାଜଭବନ ଛକ ନିକଟ ପେଟ୍ରୋଲ୍‌ ପମ୍ପରେ ନିଆଁ ଲାଗି ବିରାଟ ବିସ୍ଫୋରଣ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ସେମାନଙ୍କ ମାଗଣା ଚିକିତ୍ସା ଲାଗି ଘୋଷଣା କରିଛନ୍ତି ।

ଏହା ପୂର୍ବରୁ ଏତେବଡ଼ ଅଘଟଣର ଯାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର କେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

 ସୂଚନାଯୋଗ୍ୟ, ପେଟ୍ରୋଲ୍‌ ପମ୍ପରେ ଘଟିଥିବା ଏହି ଘଟଣାରେ ୫ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତରଙ୍କୁ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଆଶୁ ଚିକିତ୍ସା ଦିଆଯାଇ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରଣ କରି ଦିଆଯାଇଛି। ଏହିି ଦୁଇ ଜଣଙ୍କର ଆଖିରେ ଆଘାତ ଲାଗିଛି। ଅନ୍ୟପକ୍ଷରେ ଘଟଣାର ତଦନ୍ତ ଲାଗି ପୁଲିସର ଫରୋନ୍‌ସିକ୍‌ ଟିମ୍‌ ଆସି ପେଟ୍ରୋଲ ଟାଙ୍କିରେ ପହଞ୍ଚିଛନ୍ତି। ରାଜଧାନୀର ଏଜି ଛକଠାରୁ ରାଜଭବନ ଛକ, ରାଜଭବନଛକରୁ ଗୋପବନ୍ଧୁ ଛକ ଏବଂ ପାୱାର ହାଉସ୍‌ ଛକଠାରୁ ରାଜଭବନ ଛକ ପର୍ଯ୍ୟନ୍ତ ରାସ୍ତାକୁ ସିଲ୍‌ କରାଯାଇଛି।

%d bloggers like this: