ମା’ ହେବେ  ଗାୟିକା ରିହାନା

ମା’ ହେବେ ଗାୟିକା ରିହାନା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଗାୟିକା ରିହାନା ଏବେ ପୁଣି ଚର୍ଚ୍ଚାରେ। ନିଜ ଫ୍ୟାନ୍ସମାନଙ୍କୁ ଖୁସି ଖବର ଦେବା ସହ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ଏଭଳି ଫଟୋ। ରିହାନା ମା’ ହେବା ନେଇ ଗୁଜବ ପ୍ରକାଶ ପାଉଥିବା କଥାକୁ ସେ ସତ ବୋଲି ପ୍ରମାଣ କରିଛନ୍ତି। ୨୦୨୨ଆରମ୍ଭରେ କରୋନା ମହାମାରୀର ଚାପ ମଧ୍ୟରେ ସେଲିବ୍ରିଟି ରିହାନା ଆଣି ଦେଇଛନ୍ତି ଏଭଳି ଖୁସି ଖବର। ବିୟୁ ରାପର୍‌ ରକିଙ୍କ ସହ ତାଙ୍କ ପ୍ରଥମ ସନ୍ତାନକୁ ଆଶା କରିଥିବା ଖୁଲାସା କରିଛନ୍ତି। ରିହାନା ସୋସିଆଲ ମିଡିଆରେ ରକିଙ୍କ ସହ ପ୍ରେଗନେଣ୍ଟ ଥିବାର ଫଟୋ ଅପଲୋଡ କରିଛନ୍ତି। ଏକ ଉଜ୍ଜ୍ୱଳ ଗୋଲାପୀ ରଙ୍ଗର ପଫର୍‌ ଜ୍ୟାକେଟରେ ନିଜକୁ ଆବୃତ କରି ବେବି ବମ୍ପ ସହ ଫଟୋଗୁଡ଼ିକରେ ସେ ଆକର୍ଷଣୀୟ ଦିଶୁଛନ୍ତି। ଏହା ସହ ଏକ ବଡ଼ ରଙ୍ଗୀନ ହାର ଓ ଷ୍ଟେଟମେଣ୍ଟ କ୍ରସ ପେଣ୍ଡାଲ । ୩୩ ବର୍ଷୀୟା ରିହାନା କିଛିଦିନ ତଳେ ଏକ ପରିବାର ଆରମ୍ଭ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ରକିଙ୍କ ସହିତ ଥିବା ତାଙ୍କ ପ୍ରେମ ସମ୍ପର୍କକୁ ୨୦୧୯ରେ ସର୍ବସାଧାରଣରେ ସେ ପ୍ରକାଶ କରିଥିଲେ। ରିହାନା ଏକାସାଙ୍ଗରେ ଜଣେ ବାରବାରିୟାନ୍‌ ଗାୟିକା, ଫ୍ୟାସନ ଡିଜାଇନର୍‌ ଏବଂ ବ୍ୟବସ୍ୟୟିକ ମହିଳା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: