ନେଚର କ୍ୟାମ୍ପ ପ୍ରତି ଆଗ୍ରହ ବଢ଼ୁଛି, ନୂଆ ପ୍ଲାନ ପ୍ରସ୍ତୁତ: ପର୍ଯ୍ୟଟନ ବିଭାଗ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ରାଜ୍ୟରେ ବିଦେଶୀ ପର୍ଯ୍ୟଟକଙ୍କ ତୁଳନାରେ ଦେଶୀ(ଓଡ଼ିଆ ପର୍ଯ୍ୟଟକ)ଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଇଛି । ନେଚର କ୍ୟାମ୍ପ, ୱାଇଲ୍ଡ ଲାଇଫ୍ ଅନୁଭୂତି ସାଉଁଟିବାରେ ମଧ୍ୟ ଓଡ଼ିଆ ପର୍ଯ୍ୟଟକ ପୂର୍ବାପେକ୍ଷା ଅଧିକ ଆଗ୍ରହ ବଢ଼ିଛି । ବିଶେଷ କରି ଯେବେଠୁ ରାଜ୍ୟ ସରକାର ପର୍ଯ୍ୟଟନ ଶିଳ୍ପକୁ ନିଆ ଦିଶା ପାଇଁ ଇକୋ ରିଟ୍ରିଟ୍ ର ଶୁଭାରମ୍ଭ କରିଛନ୍ତି ଏବଂ ଇକୋ ଟୁରିଜିମ୍ ର ପ୍ରଚାର ପ୍ରସାର ପାଇଁ କାମ କରୁଛନ୍ତି ସେବେଠାରୁ ପର୍ଯ୍ୟଟନ ଶିଳ୍ପକୁ ନୂଆ ପରିଚୟ ଓ ବୁଷ୍ଟ ମିଳିଛି । ଆଶା କରାଯାଉଛି ଏହି ପରିବର୍ତ୍ତନ ପାଇଁ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ଆସିବାକୁ ଯାଉଛି ବଡ଼ ଧରଣର ବିପ୍ଳବ ।

ରାଜ୍ୟରେ ଥିବା ଲୋକପ୍ରିୟ ପର୍ଯ୍ୟଟନ କ୍ଷେତ୍ର ସହ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହେବ ନୂଆ ଆକର୍ଷଣୀୟ ସ୍ଥାନ ଯେଉଁଠି ଭିତ୍ତିଭୂମି ଥିବ ସେଠି ଏବେ ଆୟୋଜନ ହେବ ଇକୋ ରିଟ୍ରିଟ୍ । ଦେଶୀ ବିଦେଶୀ ପର୍ଯ୍ୟଟକଙ୍କୁ ଅନ୍ତର୍ଜାତୀୟ ସ୍ତରର ପର୍ଯ୍ୟଟନର ଅନୁଭୂତି ଦେବାକୁ ବ୍ଲୁ ପ୍ରିଣ୍ଟି ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ସବୁ କ୍ଷେତ୍ର ଭଳି ଓଡ଼ିଶା ପର୍ଯ୍ୟଟନ ଶିଳ୍ପକୁ ଅଧିକ ବଳ ଦେବାକୁ ବଦ୍ଧ ପରିକର ରାଜ୍ୟ ସରକାର । ପର୍ଯ୍ୟଟନ କ୍ଷେତ୍ରରେ ବିଶ୍ୱରେ ଓଡିଶାର ଭାଗିଦାରୀ ଓ ଭାରତରେ ଯୋଗଦାନ ପାଇଁ ରାଜ୍ୟ ସରକାର ନୂଆ ପରିକଳ୍ପନା କରିଛନ୍ତି ।

ରାଜ୍ୟରେ ନୂଆ ପର୍ଯ୍ୟଟନ କ୍ଷେତ୍ର ଚିହ୍ନଟ ସହ ଏହାକୁ ଲୋକଲୋଚନକୁ ଆଣିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ନିଷ୍ପ୍ପତ୍ତି ନେଇଛି । ଆଗାମୀ କିଛି ବର୍ଷରେ ବିଶେଷ କରି ନେଚର ଟୁରିଜିମ୍ ଏବଂ ଇକୋ ରିଟ୍ରିଟର ଆୟୋଜନ ହେବ । ରାଜ୍ୟ ଓ ରାଜ୍ୟ ବାହାରର ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କୁ ଆମନ୍ତ୍ରଣ କରିବାରେ ସରକାର ସଫଳ ହେବେ ବୋଲି ବିଭାଗ ଆଶା ରଖିଛି ।

ରାଜ୍ୟକୁ ଅଧିକ ସଂଖ୍ୟକ ପ୍ରକୃତିପ୍ରେମୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ଅଧିକ ସଂଖ୍ୟକ ପର୍ଯ୍ୟଟନ କ୍ଷେତ୍ର ଚିହ୍ନଟ ସହ ସେହି ସବୁ ସ୍ଥାନରେ ଇକୋ ରିଟ୍ରିଟ୍ ଆୟୋଜନ କରି ଏହି କ୍ଷେତ୍ରକୁ ବଳ ଦେବାକୁ ଯାଉଛି ପର୍ଯ୍ୟଟନ ବିଭାଗ । ଏ ସଂକ୍ରାନ୍ତୀୟ ଏକ ବୈଠକରେ  ଏହାକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଏନେଇ ସେ ରାଜ୍ୟ ପର୍ଯ୍ୟଟନ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ ସଚିବଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ।

ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସିଏସ୍ ଲେଖିଥିବା ଚିଠିରେ କୁହାଯାଇଛି ଯେ, ସେମାନଙ୍କ ଜିଲ୍ଲାରେ ନୂଆ ପର୍ଯ୍ୟଟନ କ୍ଷେତ୍ର ଚିହ୍ନଟ କରନ୍ତି । ଇଅର ରାଉଣ୍ଡ ଅର୍ଥାତ ବର୍ଷ ତମାମ ଯେମିତି ସେହି ସବୁ ପର୍ଯ୍ୟଟନ କ୍ଷେତ୍ରରେ ଇକୋ ଟୁରିଜିମ୍ ର ବ୍ୟବସ୍ଥା କରାଯାଇପାରିବ ସେଥିପ୍ରତି ଦୃଷ୍ଟି ଦେବେ । କେବଳ ଇକୋ ରିଟ୍ରିଟ୍ କାହିଁକି, ଜଙ୍ଗଲ ସଫାରୀ, ନେଚର କ୍ୟାମ୍ପ, ଡେ ଡେଷ୍ଟିନି, ବୋଟଟିଂ, ୱାଇଲ୍ଡ ଲାଇଫ୍ ସାଇଟିଙ୍ଗ ଟାୱାର ର ବ୍ୟବସ୍ଥା ରହିବା ଭଳି ଭିତ୍ତିଭୂମି ଥିବା ପର୍ଯ୍ୟଟନ କ୍ଷେତ୍ରକୁ ଚିହ୍ନଟ ପାଇଁ ଚିଠିରେ ଉଲ୍ଲେଖ ରହିଛି ।

ଜିଲ୍ଲାପାଳଙ୍କ ପକ୍ଷରୁ ଯେଉଁ ପ୍ରସ୍ତାବିତ ପର୍ଯ୍ୟଟନ କ୍ଷେତ୍ରର ତାଲିକା ଆସିବ ତାକୁ ପର୍ଯ୍ୟଟନ ବିଭାଗ ସଚିବ ବିଶାକ କୁମାର ଦେବ, ଇଡକୋ ଚେୟାରମ୍ୟାନ-ମ୍ୟାନେଜିଂ ଡାଇରେକ୍ଟଟର ଏସ.କେ. ସିଂ ତଦାରଖ କରି ଚିହ୍ନଟ କରିବେ । ନେଚର ଟୁରିଜିମ୍ ପ୍ରତି ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ କମୁଥିବା ବେଳେ ଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଯୋଜନା କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ନେଚର ଟୁରିଜିମ୍ ଏବଂ ଇକୋ ରିଟ୍ରିଟ ପ୍ରତି ଆଗ୍ରହ ବଢୁଥିବାରୁ ଏହାକୁ ଅଗ୍ରାଧିକାର ଭିତ୍ତିରେ ଦୃଷ୍ଟି ଦେବାକୁ ସ୍ଥିର କରିଛନ୍ତି ରାଜ୍ୟ ସରକାର ।

ପ୍ରାଥମିକ ପର୍ଯ୍ୟାରରେ କିନ୍ତୁ ପର୍ଯ୍ୟଚନ ବିଭାଗ ତାଳସରୀ, କୋଣାର୍କ, ସାତପଡ଼ା, ଚାନ୍ଦିପୁର, ଦେବ୍ରିଗଡ଼, ଭିତରକନିକା, ସିମିଳିପାଳ, ଦାରିଙ୍ଗିବାଡ଼ି, ଅସ୍ତରଙ୍ଗ, ସାତକୋଶିଆ, ଟିକରପଡ଼ା, ହୀରାକୁଦ, ଚିଲିକା, ନଳବଣକୁ ପ୍ରାଥମିକତା ଦିଆଯାଇଛି ।

ବିଭାଗୀୟ ଅଧିକାରୀଙ୍କୁ ଫରେଷ୍ଟ ଏରିଆରେ ଟୁରିଜିମ୍ ଜୋନ, ଡ୍ୟାମ, ନଦୀଗୁଡ଼ିକର ତାଲିକା ପ୍ରସ୍ତୁତ କରିବା ପାଇଁ କହିଛନ୍ତି ଯେଉଁଠି ବୋଟିଂ, ୱାଟର ବୋଟ୍ସ, କ୍ରୁଜ୍, ହାଉସ ବୋଟ ଚଲାଇବାର ସୁବନ୍ଦୋବସ୍ତ ହୋଇପାରିବ ।  ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ ଡକ୍ଟର ମୋନା ଶର୍ମା ନେଚର କ୍ୟାମ୍ପକୁ ଗୁରୁତ୍ୱ ଦେବା ସହ ବର୍ଷକୁ 30ରୁ 40ଟି ସ୍ଥାନରେ ଏହାର ଆୟୋଜନ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ରାଜ୍ୟ ପର୍ଯ୍ୟଟନ ଶିଳ୍ପରେ ଘରୋଇ ପୁଞ୍ଜିନିବେଶକଙ୍କୁ ଆମନ୍ତ୍ରଣ କରି ରୋଜଗାର ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ।

%d bloggers like this: