ନ୍ୟାସନାଲ ଜିଓଗ୍ରାଫିର ‘ମେଗା ଆଇକନ’ ରେ ନିଜ ଆତ୍ମ କାହାଣୀ ଶୁଣାଇବେ ଦୀପିକା

ନ୍ୟାସନାଲ ଜିଓଗ୍ରାଫିର ‘ମେଗା ଆଇକନ’ ରେ ନିଜ ଆତ୍ମ କାହାଣୀ ଶୁଣାଇବେ ଦୀପିକା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ‘ମେଗା ଆଇକନ’ ରେ ନିଜ ଆତ୍ମ କାହାଣୀ ଶୁଣାଇବେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ । ଚଳିତ ବର୍ଷ କିଛି ଖାସ୍‌ ଲୋକଙ୍କୁ ନେଇ ଫେରୁଛି ନ୍ୟାସନାଲ ଜିଓଗ୍ରାଫି ଚ୍ୟାନେଲର ଟପ୍‌ ସୋ ‘ମେଗା ଆଇକନ୍‌’ । ବଲିଉଡ୍‌ର ସଫଳ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ଓସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏ ଆର ରେହମାନ ଓ ରତନ ଟାଟା ମଧ୍ୟ ନିଜ କାହାଣୀ କହିବେ । ତେବେ ପ୍ରଥମ ବଲିଉଡ୍‌ ଅଭିନେତ୍ରୀ ଭାବେ ଦୀପିକା ଏହି ସୋ ରେ ନଜର ଆସିବେ । ‘ମେଗା ଆଇକନ୍’ ସୋ ମାଧ୍ୟମରେ ନିଜର ପସନ୍ଦ, ଜୀବନ ରହସ୍ୟ ପଛର କାହାଣୀ ଓ ସଫଳତା-ବିଫଳତାର ମୂହୁର୍ତ୍ତକୁ ପ୍ରକାଶ କରନ୍ତି । ଦେଶର ସଫଳ ବ୍ୟକ୍ତିତ୍ବଙ୍କ ଜୀବନୀ ଉପରେ ତଥ୍ୟ ଦେବା ସହ ଖୁଲମଖୁଲା ନିଜ ମନ କଥା ରଖନ୍ତି । ନିଜେ କହିବା ସହ ପରିବାର ଲୋକ ମଧ୍ୟ ଉପସ୍ଥିତ ରହି ଛୋଟ ଛୋଟ ଘଟଣାକୁ ପ୍ରକାଶ କରିବା ପାଇଁ ସୁଯୋଗ ମିଳିଥାଏ । ସାକ୍ଷାତକାର ବେଳେ ନିଜ କ୍ୟାରିଅର ସହ ପର୍ସନାଲ ଲାଇଫ ଉପରେ ଖୋଲା ହୃଦୟରେ ଆଲୋଚନା କରନ୍ତି । ସିଜିନ ୨ର ରେସ୍‌ ପାଇଁ ଥିଲେ ହିନ୍ଦୀ ସିନେମାର ଅନେକ ଅଭିନେତ୍ରୀ । ହେଲେ ସମସ୍ତଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଦୀପିକା ପାଦୁକୋନ । ଏହାକୁ ନେଇ ଦୀପିକା ବହୁତ ଉତ୍ସାହିତ ଥିବା କହିଛନ୍ତି । ନିଜ ବିଷୟରେ କିଛି କହିବା ପାଇଁ ସୁଯୋଗ ମିଳିଥିବାରୁ ସେ ବହୁତ ଖୁସି ଥିବା କହିଛନ୍ତି ଦୀପିକା। ସେହିପରି ଦେଶର ପ୍ରଥମ ଭାରତୀୟ ମହିଳା ମହାକାଶଚାରୀ କଳ୍ପନା ଚାୱଲାଙ୍କ ସଫଳତା କାହାଣୀ ରଖିବେ ତାଙ୍କ ସମ୍ପର୍କୀୟ । ଏହି ସୋର ୪ଟି ଭାଗ ରହିବ । ସେପ୍ଟେମ୍ବର ୨୦ରେ ପ୍ରଥମ ଏପିସୋଡ ରିଲିଜ୍‌ ହେବ । ସେଥିରେ ଦୀପିକାଙ୍କ କ୍ୟାରିଅର ଯାତ୍ରା ପ୍ରସାରିତ ହେବ । ପରେ ସେପ୍ଟେମ୍ବର ୨୭ର ଦ୍ବିତୀୟ ଏପିସୋଡର ଫୋକସ ରହିବ ବ୍ୟବସାୟୀ ରତନ ଟାଟା । ତୃତୀୟ ଏପିସୋଡ ଅକ୍ଟୋବର ୪ରେ ପ୍ରସାରଣ ହେବ । ଏଥିରେ ଏ ଆର ରେହମାନ ନିଜ ଜୀବନ ଯାତ୍ରା କଥା ଶୁଣାଇବେ । ଶେଷ ବା ଅନ୍ତିମ ଏପିସୋଡରେ କଳ୍ପନା ଚାୱଲାଙ୍କ ଉପରେ ଅକ୍ଟୋବର ୧୧ରେ ପ୍ରସାରଣ ହେବ । ଏହି ଶେଷ ଭାଗରେ କଳ୍ପନାଙ୍କ ପରିବାର ଲୋକ ସାମିଲ ହେବେ ।

%d bloggers like this: