ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ ନବବିବାହିତ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଜନ୍ମ ଜନ୍ମର ସାଥୀ ହୋଇ ସାଥ୍ ଚାଲିବାକୁ କଥା ଦେଇଥିଲେ କିନ୍ତୁ ଏକାଠି ଗଛରେ ଝୁଲି ହୋଇଗଲେ ଆତ୍ମହତ୍ୟା କରି ଆରପାରିକୁ ଚାଲିଯାଇଛନ୍ତି । ଆଉ ପଛରେ ଛାଡ଼ି ଯାଇଛନ୍ତି ଅନେକ ପ୍ରଶ୍ନ । ମାଲକାନଗିରି ଜିଲ୍ଲା ଏମଭି-୪୨ ଗାଁର ଏକ ବର ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ପ୍ରେମୀଯୁଗଳ। ମୃତ ଦୁଇ ଜଣ ହେଲେ ଭିକି ସିକଦର ଓ ସୋରି ସରକାର। ଉଭୟ ମନ୍ଦିରରେ ବିବାହ କରିବା ପରେ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି।

ଘଟଣା ସ୍ଥଳରେ ମାଲକାନଗିରି ପୁଲିସ୍ ପହଂଚି ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ବିବାହ ପରେ ଦୁହିଁଙ୍କର ଏଭଳି ଆତ୍ମହତ୍ୟା କରିବା ପଛର କାରଣ ଜଣାପଡ଼ିନାହିଁ। ଏ ନେଇ ତଦନ୍ତ ଆରମ୍ଭ କରିଛି ମାଲକାନଗିରି ପୁଲିସ।

%d bloggers like this: