କଂଗ୍ରେସ ନେତ୍ରୀଙ୍କୁ ମାଡ଼: ଭିଡିଓ ଭାଇରାଲ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ନେତାଙ୍କୁ ମାଡ଼ ମାରିଲେ କର୍ମୀ । କରୋନା କାଳରେ ଏମିତି ଆକ୍ରମଣର ଶିକାର ହୋଇଛନ୍ତି ଜଣେ କଂଗ୍ରେସ ନେତ୍ରୀ । ଘଟଣା ବେଳର ଭିଡିଓ ଏବେ ବେଶ୍ ଭାଇରାଲ ହେଉଛି ।

ଉତ୍ତରପ୍ରଦେଶର ଦେଓରିଆରେ ଏହି ଘଟଣା ଘଟିଛି । ଜଣେ ଦୁଷ୍କର୍ମକାରୀକୁ କ’ଣ ପାଇଁ ନିର୍ବାଚନ ଲଢ଼ିବାକୁ ଟିକେଟ ଦିଆଗଲା ବୋଲି ପ୍ରଶ୍ନ କରିବାରୁ ତାଙ୍କୁ ମାଡ଼ ମରାଯାଇଥିବା ଜଣାପଡ଼ିଛି।

ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିବେଦନ କରିଛନ୍ତି ପୀଡ଼ିତା।   

ପୀଡ଼ିତା ତାରା ଯାଦବଙ୍କ କହିବା ମୁତାବକ,  ‘ଆଗାମୀ ଉପ-ନିର୍ବାଚନ ପାଇଁ ଜଣେ ଦୁଷ୍କର୍ମକାରୀ ମୁକୁନ୍ଦ ଭାସ୍କରଙ୍କୁ ଟିକେଟ ଦେବା ପାଇଁ ଦଳର ନିଷ୍ପତ୍ତି ଉପରେ ପ୍ରଶ୍ନ କରିବାବେଳେ ମୋତେ ଦଳର କର୍ମୀମାନେ ଠେଲିବା ସହ ମାଡ଼ ମାରିଥିଲେ । ବର୍ତ୍ତମାନ ମୁଁ ପ୍ରିୟଙ୍କା ଗାନ୍ଧୀଙ୍କ କାର୍ଯ୍ୟାନୁଷ୍ଠାନ ପାଇଁ ଅପେକ୍ଷା କରିଛି।

ମିଳିଥିବା ସୂଚନା ମୁତାବକ, କଂଗ୍ରେସ ରାଷ୍ଟ୍ରୀୟ ସଚିବ ସଚିନ ନାୟକ କଂଗ୍ରେସ କର୍ମୀଙ୍କ ସହ ଆଲୋଚନା କରୁଥିବାବେଳେ ତାରା ଯାଦବ ସଭା ସ୍ଥଳରେ ପହଞ୍ଚି ମୁକୁନ୍ଦ ଭାସ୍କର ମଣିଙ୍କୁ ଟିକେଟ ଦେବା ନିଷ୍ପତ୍ତିକୁ ବିରୋଧ କରିଥିଲେ। ଏହାପରେ ତାଙ୍କୁ ଠେଲି ଦେବା ସହ ଦଳୀୟ କର୍ମୀମ‌ାନେ ମାଡ଼ ମାରିଥିବା ଭିଡିଓରେ ଦେଖାଯାଇଛି।

%d bloggers like this: