ଭୟଙ୍କର ହେଉଛି ୟୁକ୍ରେନ-ରୁଷିଆ ଯୁଦ୍ଧ, ଜାଣନ୍ତୁ କେତେ ଜଣଙ୍କ ମୃତ୍ୟୁ ହେଲାଣି

ଭୟଙ୍କର ହେଉଛି ୟୁକ୍ରେନ-ରୁଷିଆ ଯୁଦ୍ଧ, ଜାଣନ୍ତୁ କେତେ ଜଣଙ୍କ ମୃତ୍ୟୁ ହେଲାଣି

ପ୍ରିଜମ ନ୍ୟୁଜ ବ୍ୟୁରୋ: ୨୬ ଦିନରେ ପହଞ୍ଚିଲା ରୁଷ-ୟୁକ୍ରେନ୍ ଯୁଦ୍ଧ । ଦିନକୁ ଦିନ ତେଜିବାରେ ଲାଗିଛି ଯୁଦ୍ଧ । ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଜୋରଦାର ଚାଲିଛି । ଯୁଦ୍ଧରେ ସାଧାରଣ ଲୋକଙ୍କ ଜୀବନ ଯାଉଛି । ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ୟୁକ୍ରେନର ୯ଶହରୁ ଅଧିକ ଲୋକଙ୍କର ଜୀବନ ଗଲାଣି । ଜାତିସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମୃତକଙ୍କ ଭିତରେ ଶିଶୁ ବି ଅଛନ୍ତି । ସରକାରୀ ଭାବରେ ମୃତ୍ୟୁସଂଖ୍ୟା ୯୦୦ ବୋଲି କୁହାଯାଉଛି । କିନ୍ତୁ ବେସରକାରୀ ଭାବରେ ମୃତ୍ୟୁସଂଖ୍ୟା ଢ଼େର ଅଧିକ ହେବ ବୋଲି କୁହାଯାଉଛି । କିଭ, ଖାରକିଭ୍, ଚେର୍ଣ୍ଣିହିଭ, ମାରିୟୁପୋଲ, ସୁମୀ ଆଦି ସହରରେ ରୁଷ୍ ସେନା ଆତଙ୍କ ଖେଳାଉଛି । ଘନ ଘନ ମିସାଇଲ୍ ଓ ରକେଡ୍ ମାଡ଼ କରୁଛି । ଆକାଶରୁ ଲୋକଙ୍କ ଉପରେ ଖସୁଛି ମୃତ୍ୟୁ ।ବର୍ତ୍ତମାନ ସୁଦ୍ଧା ୨୬ ଦିନ ଯୁଦ୍ଧରେ ୟୁକ୍ରେନ୍ ଉପରେ ରୁଷ୍ ୧୧ଶହରୁ ଅଧିକ ମିସାଇଲ୍ ମାଡ଼ କଲାଣି । ଜନବସତି, ସ୍କୁଲ, ଥିଏଟର, ସପିଂ ମଲ୍, ହସ୍ପିଟାଲ ଆଦି ସ୍ଥାନରେ ତୁହାକୁ ତହା ହମଲା ବି କରୁଛି । ଆଗକୁ ରୁଷ୍-ୟୁକ୍ରେନ୍ ଯୁଦ୍ଧ କେଉଁ ସ୍ତରରେ ପହଞ୍ଚିବା କହିବା ମୁସ୍କିଲ ହୋଇପଡିଛି । ୟୁକ୍ରେନ୍ ଉପରେ ରୁଷ ହମଲା ବନ୍ଦ କରୁ ବୋଲି ବିଭିନ୍ନ ରାଷ୍ଟ୍ର ଦାବି କରୁଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: