ପଖାଳ ଓଡ଼ିଆ ଅସ୍ମିତାର ଚିର ଯାଜୁଲ୍ୟମାନ ସ୍ମାରକ

ପଖାଳ ଓଡ଼ିଆ ଅସ୍ମିତାର ଚିର ଯାଜୁଲ୍ୟମାନ ସ୍ମାରକ

ପ୍ରିଜମ ନ୍ୟୁଜ ବ୍ୟୁରୋ: ପଖାଳ କେବଳ ଏକ ଖାଦ୍ଯ ନୁହେଁ ବରଂ ସମସ୍ତଙ୍କ ପାଇଁ ଓଡିଆ ଅସ୍ମିତାର ଚିର ଯାଜୁଲ୍ୟମାନ ସ୍ମାରକ। ଆମ ସାଂସ୍କୃତିକ ମହାସ୍ରୋତର ଏକ ଚିରନ୍ତିନି ଧାରା ଓ ଧାର୍ମିକ ବିଶ୍ବାସର ଅତୁଟ ବନ୍ଧନ। ଏହି ଦିବସ ଉପଲକ୍ଷେ ନୂଆଦିଲ୍ଲୀ ସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି ବିଶ୍ବ ପଖାଳ ଦିବସ ।| ସଂଗଠନର ଦେବେନ୍ଦ୍ର ନାଥ ରାଉତଙ୍କ ଆବାହକତ୍ଵରେ ଏହି ଦିବସଟିକୁ ଓଡ଼ିଶା ନିବାସ ସ୍ଥିତ କ୍ୟାଣ୍ଟିନ ପରିସରରେ ଓଡିଆ ବ୍ଯକ୍ତିତ୍ବଙ୍କ ଉପସ୍ଥିତିରେ ପାଳନ କରାଯାଇଛି। ପଖାଳ ଦିବସ ମାଧ୍ୟମରେ ଓଡିଆ ଅସ୍ମିତାର ସ୍ବାକ୍ଷର ରାଷ୍ଟ୍ରୀୟ ରାଜଧାନୀରେ ଅଧିକ ସୁଦୃଢ କରିବା ସହିତ ଆଗାମୀ ପିଢୀଙ୍କୁ ବର୍ତ୍ତମାନ ପିଢୀ ସହିତ ଅତି ନିବିଡ ଭାବରେ ସାଂସ୍କୃତିକ ବନ୍ଧନରେ ବାନ୍ଧିବା ପାଇଁ ଏହି ପ୍ରୟାସ କରାଯାଉଛି ବୋଲି ସେ ରାଉତ ପ୍ରକାଶ କରିଥିଲେ| ଏହି ଅବସରରେ ଭାରତ ସରକାରଙ୍କର ପୂର୍ବତ୍ତନ ବୈଦେଶିକ ସଚିବ ତଥା ବିଶିଷ୍ଟ କବି ଡଃ ଅମରେନ୍ଦ୍ର ଖଟୁଆ, ଅବସରପ୍ରାପ୍ତ ପ୍ରଶାସକ ତଥା ସାହିତ୍ୟିକ ଡଃ ଦେବୀ ପ୍ରସାଦ ଦାସ, ଡଃ ଆମ୍ବେଦକର ଫାଉଣ୍ଡେସନର ନିର୍ଦେଶକ ଡଃ ଦେବେନ୍ଦ୍ର ମାଝୀ, ସୁପ୍ରିମ କୋର୍ଟର ବରିଷ୍ଟ ଓକିଲ ବିରଜା ମହାପାତ୍ର, ଡଃ ଅନିତା ପଣ୍ଡା, ପ୍ରଫେସର ମିହିର ରଞ୍ଜନ ପାତ୍ର, ପ୍ରୀତମ ନାୟକ, ଶ୍ୟାମନୁଜ ଦାସ, କ୍ଷିତିଶ ବେଦାନ୍ତ, ସରୋଜ ନାୟକ, ନବଜ୍ୟୋତି ଦାସ, ରାଜେନ୍ଦ୍ର ମହାପାତ୍ର, ସତିଶ ବେଦାନ୍ତ, ଦିଲୀପ କୁମାର ସ୍ବାଇଁ ତଥା ଦିଲ୍ଲୀରେ ଅବସ୍ଥାପିତ ସମସ୍ତ ସମ୍ବାଦ ସରବରାହ ସଂସ୍ଥାର କାର୍ଯ୍ୟନିର୍ବାହୀ ଓଡିଆ ସାମ୍ବାଦିକ ବନ୍ଧୁମାନେ ଯୋଗଦେଇଥିଲେ। ଏହି ଦିବସକୁ ପାଳନ କରିବା ସହିତ ପଖାଳ ସହିତ ବିଭିନ୍ନ ସ୍ଵାଦିଷ୍ଟ ଓଡିଆ ବ୍ୟଞ୍ଜନର ମଜା ନେଇଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: