୪୭୭ ପୁଲିସ SI ପଦ ପାଇଁ ୧,୩୨,୪୯୬ ଆବେଦନ!ଓଡ଼ିଶାର ବେକାରୀ ଚିତ୍ରକୁ ନେଇ ରିପୋର୍ଟ

୪୭୭ ପୁଲିସ SI ପଦ ପାଇଁ ୧,୩୨,୪୯୬ ଆବେଦନ!ଓଡ଼ିଶାର ବେକାରୀ ଚିତ୍ରକୁ ନେଇ ରିପୋର୍ଟ

ପ୍ରିଜମ ନ୍ୟୁଜ ବ୍ୟୁରୋ; ଓଡିଶା ପୋଲିସ ପକ୍ଷରୁ SI ପଦବୀ ପାଇଁ ବାହାରିଥିବା ବିଜ୍ଞପ୍ତିର ଶେଷ ହୋଇଛି ତାରିଖ । ଜୁନ 22ରୁ ଜୁଲାଇ 15 ପର୍ଯ୍ୟନ୍ତ ରହିଥିଲା ଆବେଦନର ସମୟ ସୀମା । ଏହାରି ମଧ୍ୟରେ 1 ଲକ୍ଷ 32 ହଜାର 496 ଜଣ ଆଶାୟୀ ସେମାନଙ୍କ ଅନଲାଇନ ଫର୍ମ ପୂରଣ କରିଛନ୍ତି ।

ଆବେଦନକାରୀଙ୍କ ମଧ୍ୟରେ 97 ହଜାର 506 ଜଣ ପୁରୁଷ, 34 ହଜାର 964 ମହିଳା ଏବଂ ୨୬ ଜଣ କିନ୍ନର ରହିଛନ୍ତି । ସେଥିମଧ୍ୟରୁ SC ହେଉଛନ୍ତି 29 ହଜାର 710, ST ହେଉଛନ୍ତି 24 ହଜାର 193, SEBC 52 ହଜାର 274 ଓ UR ହେଉଛନ୍ତି 26 ହଜାର 319 । ସମୁଦାୟ ସଂଖ୍ୟା 1 ଲକ୍ଷ 32 ହଜାର 496 ।

ଏହି ପ୍ରସଙ୍ଗରେ ମତ ରଖି ଜଣେ ଫସଵୁକ ୟୁଜର୍ସ ଲେଖିଛନ୍ତି.

ଦୁର୍ଭାଗ୍ୟ ଜନକ । ଏହା କେବଳ ଓଡ଼ିଶାରେ ନୁହେଁ, ସାରା ଭାରତର ସାମଗ୍ରିକ ଚିତ୍ର । ସବୁ ରାଜ୍ୟରେ ସେଇଆ । ଦେଶ ଓ ରାଜ୍ୟ ଶାସନରେ ରହିଆସିଥିବା ବା ରହିଥିବା କୁହାଳିଆ ମଣିଷ ମାନଙ୍କ ଅସଂଯୋଜିତ,ଅଣ ଯୋଜନାବଦ୍ଧ ଦୁସ୍କୃତି ତଥା ଅପରିଣାମଦର୍ଶିତାର ଫଳ ଇଏ । ନା ସ୍ୱାବଲମ୍ବୀ ହେବାର ପର୍ଯ୍ୟାପ୍ତ ପ୍ରୋତ୍ସାହନ ଯୋଗାଇ ପାରିଛନ୍ତି ନା ଚାକିରିଆ ହେବାର ସୁଯୋଗ ଦେଇ ପାରୁଛନ୍ତି । ଏ ସରକାରମାନଙ୍କ ଅଯୋଗ୍ୟତା ଓ ଉଦାସୀନତା କାରଣରୁ ଗ୍ରାମୀଣ ଅର୍ଥନୀତି ଓ ଉପାର୍ଜ୍ଜନ ଭିତ୍ତିଭୂମି ବିପର୍ଯ୍ୟସ୍ତ ହେବା ପରେ ଏ ଅବସ୍ଥା ଅତ୍ୟନ୍ତ ଉତ୍କଟ । ସବୁ ସହର ମୁହାଁ , ଚାକିରୀ ମୁହାଁ ।
ଯାହାତ ଅବସ୍ଥା ଥିଲା, ଏବେ କରୋନା ପରେ ବେକାରୀ ଏକ ବିଭୀଷିକାମୟ ପରିସ୍ଥିତି ସୃଷ୍ଟି କରିଛି । ଆମେମାନେ ଓ ଆମ ମାନସିକତା ବି କେତେକାଂଶରେ ଦାୟୀ । ଆଗକୁ ତ ଭୀଷଣ ବିପର୍ଯ୍ୟୟ ଆଶଙ୍କା ।
ଦୋଷ କାହାକୁ ଦେବାନାହିଁ, ଏ ଦେଶ ଓ ରାଜ୍ୟକୁ କେବଳ ଭଗବାନ ଭରସା ।

ଅନ୍ୟ ଜଣେ ଲେଖିଛନ୍ତି …

ଖାଲିଥିବା ସମୁଦାୟ ସବ୍-ଇନ୍ସପେକ୍ଟର ପଦବୀର ସଂଖ୍ୟା ୪୭୭ ନା, ପୋଲିସ ତାଲିମ କେନ୍ଦ୍ରରେ ସର୍ବାଧିକ ଆସନ ସଂଖ୍ୟା ସେତିକି ? ଅଧିକ ପଦବୀ ସୃଷ୍ଟି କରାଯାଉନାହିଁ କାହିଁକି ??

ଯେଉଁ ଚାକିରୀରେ ଭଲ ରୋଜଗାର, ସେଠାକୁ ଯୁବସମାଜ ଯିବାକୁ ଆଗ୍ରହୀ ହେବେ ହିଁ ହେବେ ! ଦେଖିବେ, ଆବେଦନକାରୀଙ୍କ ମଧ୍ୟରେ ନିଶ୍ଚୟ ଅନେକ ଥିବେ ଇଞ୍ଜିନିୟରିଂ ସ୍ନାତକ ଓ ବିଭିନ୍ନ ସରକାରୀ, ବେସରକାରୀ ସଂସ୍ଥାରେ କାମକରୁଥିବା ଅନେକ ଯୁବକ, ଯୁବତୀ ଓ ତୃତୀୟ ଲିଙ୍ଗୀ।
ଅବଶ୍ୟ, ବେକାରୀର ଚିତ୍ର ଆମରାଜ୍ୟରେ ନିଶ୍ଚୟ ଉତ୍କଟ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: