
ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କମନ ମ୍ୟାନ ସର୍ଟକଟ-ସିଏମ୍ (common man) ଙ୍କ ପାଇଁ ଅର୍ଗସ ନ୍ୟୁଜ୍ ଚ୍ୟାନେଲ୍ ସମର୍ପିତ କରିଛନ୍ତି ଏହାର ସମ୍ପାଦକ ସଞ୍ଜୟ ଜେନା । ଡିଜିଟାଲ ପ୍ଲାଟଫର୍ମରୁ ଏକ ସାଟେଲାଇଟ ଚ୍ୟାନେଲର ଲୋକାର୍ପଣ ଉତ୍ସବ ଅବସରରେ ଦର୍ଶକଙ୍କୁ ସମ୍ବୋଧିତ କରି ଏହା କହିଛନ୍ତି ଏହାର ସମ୍ପାଦକ ।
Union Finance Minister Nirmala Sitharaman virtually launches @ArgusNews_in satellite channel today. #ArgusNews pic.twitter.com/yAYltaq3su
— Argus News (@ArgusNews_in) May 15, 2021
ଗତ ତିନି ବର୍ଷ ଧରି ସୋସିଆଲ ମିଡିଆରେ ଲୋକଙ୍କ ସ୍ୱର ହେବା ପରେ ବର୍ତ୍ତମାନ ଆଜିଠାରୁ ଏହା ସାଟେଲାଇଟ ଜରିଆରେ ଖବର ପ୍ରସାରଣ କରୁଛି । ଆଜି ଏହାର ଲୋକାର୍ପଣ ଉତ୍ସବ ଥିଲା । କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ ଭର୍ଚୁଆଲ ଯୋଗେ ଏହାର ଲୋକାର୍ପଣ କରି ଶୁଭେଚ୍ଛା ଜଣାଇବା ସହ ଏହାର ସଫଳତା ଏବଂ ପ୍ରତିଟି ଓଡ଼ିଆଙ୍କ ସ୍ୱର ହେଉ ବୋଲି କାମନା କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଲେଖିକା ଡକ୍ଟର ପ୍ରତିଭା ରୟ ପ୍ରମୁଖ ସାମିଲ ହୋଇଥିଲେ ।
0 Comments