ପ୍ରିଜମ ନ୍ୟୁଜ ବ୍ୟୁରୋ: ଶ୍ରୀମନ୍ଦିରରେ ରୋଷ ଘର ଚୁଲି ଭାଙ୍ଗିବା ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ସେହି ସନ୍ଦିଗ୍ଧ ଜଣଙ୍କ ହେଉଛନ୍ତି ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳର ଜେ.ମହାପାତ୍ର,ବୟସ(୩୦)। ତେବେ ସନ୍ଦିଗ୍ଧ ଜଣଙ୍କ ଶ୍ରୀମନ୍ଦିରରେ ରୋଷ ଘର ଚୁଲି ଭାଙ୍ଗିଥିବା ନେଇ ସ୍ବୀକାର କରିଛନ୍ତି ବୋଲି ଏସ୍ପି କନ୍ଓ୍ବର ବିଶାଲ ସିଂ ସୂଚନା ଦେଇଛନ୍ତି। ନିଜକୁ ଭଲ ନ ଲାଗିବାରୁ ରୋଷ ଘର ଚୁଲି ଭାଙ୍ଗିଥିବା କହିଛନ୍ତି ସେହି ସନ୍ଦିଗ୍ଧ ଜଣଙ୍କ। ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ସହ ମାନସିକ ସ୍ଥିତି ଯାଞ୍ଚ ଲାଗି ବିଶେଷଜ୍ଞଙ୍କ ସହାୟତା ନିଆଯିବ ବୋଲି ଏସ୍ପି କହିଛନ୍ତି।
0 Comments