ଖୁବଶୀଘ୍ର ଘୋଷଣା ହେବ ‘ରାଧେ’ ରିଲିଜ ତାରିଖ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଅଭିନେତା ରଣଦୀର ହୁଡ୍ଡା ଏବଂ ଦିଶା ପଟାନୀଙ୍କ ପରେ ସଲମାନ ଖାନ ମଧ୍ୟ ତାଙ୍କର ଆଗାମୀ ଫିଲ୍ମ ‘ରାଧେ’ ସୁଟିଂ ଶେଷ କରିଛନ୍ତି। ଗତ କିଛିଦିନ ଧରି ସଲମାନଙ୍କ ଫ୍ୟାନ୍ସ ଏନେଇ ଅତି ଉତ୍ସାହିତ ରହିଛନ୍ତି। ନିକଟରେ ରଣଦୀପ ଓ ଦିଶା ଏକ ଫଟୋ ସେୟାର କରିଥିଲେ। ସେହିଦିନ ଠାରୁ ସଲମାନଙ୍କ ଫ୍ୟାନମାନେ ମଧ୍ୟ ତାଙ୍କର ସୁଟିଂ ଶେଷ ହେବା ନେଇ ପ୍ରତୀକ୍ଷା କରିଥିଲେ। ଖୁବଶୀଘ୍ର ଫିଲ୍ମର ରିଲିଜ ତାରିଖ ଘୋଷଣା ହେବ।

ମୁମ୍ୱାଇ ମିରର୍ ର ଏକ ରିପୋର୍ଟ ଅନୁସାରେ, ଯଥେଷ୍ଟ ପୂର୍ବରୁ ସଲମାନ ସୁଟିଂ ଶେଷ କରିଛନ୍ତି। ଆମ୍ୱି ଭ୍ୟାଲି, ମେହବୁବ ଷ୍ଟୁଡିଓ ଏବଂ ଏନଡି ଷ୍ଟୁଡିଓରେ ଫିଲ୍ମର ସୁଟିଂ ସଫଳତାର ସହ ଶେଷ ହୋଇଛି। ସେହିପରି ସୁଟିଂ ସମୟରେ ସରକାରଙ୍କ ଏସଓପିକୁ ପାଳନ କରାଯାଇଥିଲା। ତେବେ ଫିଲ୍ମର ଫାଇନାଲ୍ କଟ୍ ଡିସେମ୍ୱର ସୁଦ୍ଧା ତୟାର ହୋଇଯିବ ବୋଲି ସୂତ୍ରରୁ ଜଣାପଡ଼ିଛି। ଲକଡାଉନ ସମୟରେ ହିଁ ଏହି ଫିଲ୍ମର ପୋଷ୍ଟ ପ୍ରଡକ୍ସନ କାମ ଶେଷ ହୋଇଯାଇଛି।

%d bloggers like this: