ପ୍ରିଜମ ନ୍ୟୁଜ ବ୍ୟୁରୋ: ବହୁ ଚର୍ଚ୍ଚିତ ଶିନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁର୍ଖାଜୀ ଦୀର୍ଘ ଦିନ ପରେ ଜେଲ ବାହାରକୁ ଆସିଛନ୍ତି । ସିବିଆଇ ଅଦାଲତ ୨ ଲକ୍ଷ ଟଙ୍କାର ବଣ୍ଡ ବିନିମୟରେ ଜାମିନ ଦେଇଥିଲା । ଏହି ପୂର୍ବତନ ଗଣମାଧ୍ୟମ କାର୍ଯ୍ୟନିର୍ବାହୀ ତାଙ୍କ ଝିଅ ଶିନା ବୋରାଙ୍କୁ ୨୦୧୨ରେ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଥିଲେ । ଡ୍ରାଇଭରଙ୍କ ବୟାନ ଯୋଗୁ ଇନ୍ଦ୍ରାଣୀ ଗିରଫ ହୋଇଥିଲେ । ପାଖାପାଖି ୬ ବର୍ଷ ପରେ ସୁପ୍ରିମକୋର୍ଟ ତାଙ୍କୁ ଏହି ଜାମିନ ପ୍ରଦାନ କରିଥିଲେ । ସେ ଜେଲରୁ ବାହାରିବା ପରେ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ଘେରି ଯାଇଥିଲେ । ସେ ଏକ ମର୍ସିଡିଜରେ ବସି ଘରକୁ ଯାଇଥିଲେ । ମୁଁ ବହୁତ ଖୁସି ବୋଲି ସେ ଯିବା ପୂର୍ବରୁ ସାମ୍ବାଦିକମାନଙ୍କୁ କହିଥିଲେ ।
ଇନ୍ଦ୍ରାଣୀଙ୍କ ପ୍ରଥମ ପତିଙ୍କ ଝିଅ ହେଲେ ଶୀନା । ତେବେ ସେ ହତ୍ୟା କରି ନାହାନ୍ତି ବୋଲି ଜିଦ ଧରିବା ସହ ଶୀନା ବଂଚିଛନ୍ତି ଏବଂ କଶ୍ମୀରରେ ଅଛନ୍ତି ବୋଲି ଇନ୍ଦ୍ରାଣୀ କହି ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଥିଲେ । ଏପରିକି ଯାଂଚ ଏଜେନ୍ସି ଏହାର ତଦନ୍ତ କରନ୍ତୁ ବୋଲି ସେ ଲିଖିତ ଆକାରରେ ଅନୁରୋଧ କରିଥିଲେ ।
0 Comments