ପାର୍ବଣରେ ସୁନିଧି ଚୌହାନଙ୍କ ସ୍ୱରରେ ଦଶଭୂଜାଙ୍କ ଦଶରା ଗୀତ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ପାର୍ବଣର ପବିତ୍ର ଅବସରକୁ ସ୍ମୃତିମୟ କରିବା ପାଇଁ ଅନେକ ଭିନ୍ନ ଭିନ୍ନ ଶୈଳି ଆପଣାଇଥାନ୍ତି । ଚଳିତ ଥର କିନ୍ତୁ ମହାମାରୀ କରୋନା କାରଣରୁ ପାର୍ବଣ ଫିକା ପଡ଼ିଛି ସତ ହେଲେ ଉତ୍ସାହ କମିନାହିଁ । କିଛି ଯୁବ ସଂଗୀତକାର, କଳାକାର ଓ କଳାପ୍ରେମୀଙ୍କୁ ନେଇ ପ୍ରସ୍ତୁତ ହୋଇଛି ‘ଦୁର୍ଗା ଏଲୋ’ ନାମକ ଏକ ମ୍ୟୁଜିକ ଭିଡିଓ ।

 ଏସଭିଏଫ୍ ମ୍ୟୁଜିକ୍ ଦ୍ୱାରା ପ୍ରସ୍ତୁତ ଏହି ଭିଡିଓ ଆଲବମକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି । ଏହି ଗୀତ ବଙ୍ଗଳାରେ ରେକର୍ଡ ହୋଇଥିଲେ ମଧ୍ୟ ଏହାକୁ ଓଡ଼ିଶାରେ ମଧ୍ୟ ଢେର ସାରା ଭଲ ପାଇବା ମିଳିଛ । ବଲିଉଡ ସିଙ୍ଗର ସୁନିଧୀ ଚୌହାନ ଏହାର ପ୍ରଛଦପଟ୍ଟ ଗାୟିକା ରହିଥିବା ବେଳେ ସଂଗୀତ ନିର୍ଦ୍ଦେଶକ ଭାବେ ଶ୍ରୋତାଙ୍କ ମନ ଜିଣିଛନ୍ତି ତକଡୋମ ।

ସେହିଭଳି କୌଶିକ, ଗୁଡ୍ଡୁ ଏବଂ ଶିଲାଦିତ୍ୟ ସରକାର ଏହାର ସଂଗୀତ ସଂଯୋଜନା ଭାର ସମ୍ଭାଳିଛନ୍ତି । ଇନ୍ଦ୍ରନୀଲ ଦାଶ ଏହାର ଗୀତକୁ ଲେଖିଛନ୍ତି । 2019ରେ ଏହି ଗୀତକୁ ପ୍ରସ୍ତୁତ କରାଯାଇଥିବା ବେଳେ ଏବର୍ଷ ବି ଏହା ଲୋକପ୍ରିୟତାର ଶୀର୍ଷରେ ରହିଛି କାହିଁକିନା ଏହା ହେଉଛି ଦୁର୍ଗା ଏଲୋର ସିକ୍ୱେଲ ।  ଏହି ମ୍ୟୁଜିକ ଭିଡିଓ ପ୍ରଡକ୍ସନ ଯଦି ଆଜି ଲୋକପ୍ରିୟତା ସାଉଁଟୁଛି ତେବେ ଏହା କେବଳ ସମ୍ଭବ ଓଡ଼ିଆ ପୁଅ ସୌଗତ ରୟ ଚୌଧୁରୀ ଏବଂ ପ୍ରତୀକ ଗୁପ୍ତା ।  

ଏହି ପାର୍ବଣରେ ଆପଣ ମଧ୍ୟ ମାଆଙ୍କ ଏହି ସୁନ୍ଦର ମ୍ୟୁଜିକାଲ ଭିଡିଓ ଦେଖନ୍ତୁ, ଶୁଣନ୍ତୁ ଏବଂ ଆଧ୍ୟାତ୍ମିକ ଭାବନାରେ ବୁଡ଼ି ରୁହନ୍ତୁ ।

%d bloggers like this: