
ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆଜି ରାତି ୮ଟାରୁ ଟ୍ବିନ ସିଟିରେ ଲାଗୁ ହୋଇଛି ନାଇଟ୍ କର୍ଫ୍ୟୁ । ସୁରକ୍ଷା ପାଇଁ ନିୟୋଜିତ ହେବାକୁ ଥିବା ପୋଲିସ ଅଧିକାରୀଙ୍କ ସହ ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଆଲୋଚନା ।
ମା ଦୂର୍ଗାଙ୍କ ପବିତ୍ର ଷଷ୍ଠୀ ପୂଜା ଉପଲକ୍ଷେ ଶୁଭେଚ୍ଛା ଓ ଅଭିନନ୍ଦନ ।କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୈତ୍ବ ନଗରୀରେ ଆଜି ରାତି ୮ଟାରୁ ଆସନ୍ତା ୨୦ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ହେବ ।ତେଣୁ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦତ୍ତ ଗାଇଡ୍ ଲାଇନକୁ ସଠିକ ଭାବେ ପାଳନ କରିବାକୁ ଟ୍ବିନସିଟି ବାସୀଙ୍କୁ ବିନମ୍ର ନିବେଦନ।
— DGP, Odisha (@DGPOdisha) October 11, 2021
ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସହରରେ ଜାରି ରହିବ ନାଇଟ୍ କର୍ଫ୍ୟୁ । ଦୁର୍ଗାପୂଜା ପାଇଁ କଟକ ସହରକୁ ୮ଟି ସେକ୍ଟରରେ ବିଭକ୍ତ କରାଯାଇଛି ବୋଲି କହିଲେ ପୋଲିସ କମିସନର। ୪ ଅତିରିକ୍ତ ଏସପି,୧୧DSP, ୨୭ ଇନ୍ସ୍ପେକ୍ଟର, ୨୧୬ ଅଫିସର, ୪୪ ହାବିଲଦାର,୪୨୭ କନେଷ୍ଟବଳ, ୨୮୮ ହୋମଗଡ଼, ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ସୂଚନା ଦେଇଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ।
ଏହାସହ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୨ ଟ୍ରାଫିକ SPଙ୍କୁ ଦାୟିତ୍ବ ଦିଆଯାଇଛି।
0 Comments