ପ୍ରିଜମ୍ ନ୍ୟୁଜ ବ୍ୟୁରୋ:କେନ୍ଦ୍ରସରକାର କର୍ମଚାରୀଙ୍କ ପାଇଁ ଖୁସିଖବର ଆଣୁଛନ୍ତି ମୋଦି ସରକାର। ବହୁତ ଜଲ୍ଦି ଖୁସି ଖବର ଦେଇ ପାରନ୍ତି। ସରକାର, କର୍ମଚାରୀମାନଙ୍କ ଅବସର ବୟସ ଏବଂ ପେନସନ ରାଶି ବଢ଼ାଇବା ଉପରେ ବିଚାର କରୁଥିବାର ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ଏହି ପ୍ରସ୍ତାବ (ୟୁନିଭର୍ସାଲ ପେନସନ ସିଷ୍ଟମ) ଆର୍ଥିକ ପରାମର୍ଶଦାତା ସମିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଠାଇଛି, ଯେଉଁଥିରେ କର୍ମଚାରୀମାନଙ୍କର କାର୍ଯ୍ୟ ବୟସ ସୀମା ବଢ଼ାଇବା କଥା ଦର୍ଶାଯାଇଛି। ପ୍ରଧାନମନ୍ତ୍ରୀଙ୍କୁ ଆର୍ଥିକ ପରାମର୍ଶଦାତା ସମିତି କହିଛି ଯେ ଦେଶରେ ଅବସର ବୟସ ସୀମା ବଢ଼ାଇବା ସାଙ୍ଗକୁ ୟୁନିଭର୍ସାଲ ପେନସନ ସିଷ୍ଟମ ମଧ୍ୟ ଆରମ୍ଭ କରି ଦିଆଯାଉ। ଯଦି ଏହି ସୁପାରିଶକୁ ମୋଦି ସରକାର ଗ୍ରହଣ କରି ନିଅନ୍ତି, ତେବେ କର୍ମଚାରୀମାନଙ୍କୁ ବଡ଼ ଲାଭ ମିଳି ପାରିବ ବୋଲି ଆଶା କରାଯାଉଛି।ସମିତିର ରିପୋର୍ଟ ମୁତାବକ, ଏହି ପ୍ରସ୍ତାବରେ ଏହା ମଧ୍ୟ ପରାମର୍ଶ ଦିଆଯାଇଛି କି, ବରିଷ୍ଠ ନାଗରିକମାନଙ୍କୁ ପ୍ରତି ମାସରେ ସର୍ବନିମ୍ନ ୨୦୦୦ ଟଙ୍କା ପେନସନ ଦିଆଯାଉ। ଆର୍ଥିକ ପରାମର୍ଶଦାତା ସମିତି ଦେଶରେ ବରିଷ୍ଠ ନାଗରିକମାନଙ୍କ ସୁରକ୍ଷାର ସୁବନ୍ଦୋବସ୍ତ କରିବାକୁ ଏହି ସୁପାରିଶ କରିଛି। ଏଥି ସହିତ ରିପୋର୍ଟରେ ପ୍ରସ୍ତାବ ରହିଛି କି, ଅବସର ବୟସ ସୀମା ବଢ଼ାଇବା ଜରୁରୀ। ଏହା ସାମାଜିକ ସୁରକ୍ଷା ବ୍ୟବସ୍ଥା ଉପରେ ଚାପ କମାଇ ପାରିବ। ରିପୋର୍ଟରେ ୫୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନଙ୍କ କୌଶଳ ବିକାଶ ସମ୍ପର୍କରେ ପରାମର୍ଶ ଦିଆଯାଇଛି।ପ୍ରସ୍ତାବ ମୁତାବକ, କେନ୍ଦ୍ର ଏବଂ ରାଜ୍ୟ ସରକାର ଏମିତି ନୀତି ପ୍ରସ୍ତୁତ କରନ୍ତୁ, ଯାହାଦ୍ଵାରା କୌଶଳ ବିକାଶ କରାଯାଇ ପାରିବ। ଏହି ପ୍ରୟାସରେ ଅସଙ୍ଗଠିତ କ୍ଷେତ୍ରରେ ରହୁଥିବା ଲୋକେ, ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକେ, ଶରଣାର୍ଥୀ, ପ୍ରବାସୀ, ଯାହାଙ୍କ ପାଖରେ ପ୍ରଶିକ୍ଷଣ ପ୍ରାପ୍ତ କରିବାର ସାଧନ ନାହିଁ, ସେମାନଙ୍କୁ ପ୍ରଶିକ୍ଷିତ କରାଯିବା ଉଚିତ। World Population Prospects ୨୦୧୯ ରିପୋର୍ଟ ମୁତାବକ, ଭାରତରେ ୨୦୫୦ ମସିହା ସୁଦ୍ଧା ପାଖାପାଖି ୩୨ କୋଟି ବରିଷ୍ଠ ନାଗରିକ ହୋଇ ଯାଇଥିବେ। ଅର୍ଥାତ୍ ଦେଶର ପାଖାପାଖି ୧୯.୫ ପ୍ରତିଶତ ଜନସଂଖ୍ୟା ଅବସର ଶ୍ରେଣୀକୁ ଆସିଯିବ। ବର୍ଷ ୨୦୧୯ରେ ଭାରତରେ ପାଖାପାଖି ୧୦ ପ୍ରତିଶତ ଜନସଂଖ୍ୟା ଅର୍ଥାତ୍ ୧୪ କୋଟି ଲୋକ ବରିଷ୍ଠ ନାଗରିକ ଶ୍ରେଣୀରେ ଅଛନ୍ତି। ଏହି ପରିପ୍ରେକ୍ଷୀରେ ଏବେ ଠାରୁ ପ୍ରସ୍ତୁତି କରାଯିବା ଉଚିତ।
0 Comments