ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ରାଜ୍ୟର ବଛା ବଛା ଜ୍ୟୋତିର୍ବିଦଙ୍କ ପରାମର୍ଶକ୍ରମେ ଆଜିଠୁ ଆରମ୍ଭ ହେଇଛି ପ୍ରିଜମ୍ ର ସ୍ୱତନ୍ତ୍ର ରାଶିଫଳ । ଏଠାରେ ଆପଣ ପ୍ରତ୍ୟୋକ ଦିନର ରାଶିଫଳ, ଗ୍ରହ ଚଳନ, ଜୀବନ ଉପରେ ରାଶିଚକ୍ରର ପ୍ରଭାବ ଓ ଏହାର ପ୍ରତିକାର ସମ୍ପର୍କରେ ନିର୍ଭୁଲ ଓ ସତ୍ୟ ସଠିକ୍ ସୂଚନା ପାଇ ପାରିବେ । ଅଧିକ ତଥ୍ୟ ଜାଣିବା ପାଇଁ ଆମ ଫେସବୁକ ପେଜ୍ କିମ୍ବା ୟୁଟ୍ୟୁବ୍ ଚ୍ୟାନେଲରେ କମେଣ୍ଟ ଦେଇ ପାରିବେ କିମ୍ବା ଇମେଲ ଯୋଗେ ମଧ୍ୟ ନିଜ ପ୍ରତିକ୍ରିୟା ରଖିପାରିବେ।…
ଆଜି ଜୁଲାଇ ମାସ, 31 ତାରିଖ ଏବଂ ରବିବାର । ସୈାର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ ।
ଶୁଭ ସମୟ:-
- ଦିବା ୧୦/୧୬ ରୁ ୦୧/୧୦
- ରାତ୍ରି ୦୮/୩୩ ରୁ ୧୦/୪୬
- ରାତ୍ରି ୧୨/୧୫ ରୁ ୦୧/୪୪
- ରାତ୍ରି ୦୨/୨୮ ରୁ ୦୩/୫୭
ଅଶୁଭ ସମୟ:-
- ଋାହୁକାଳ – ଦିବା ୦୮/୩୯ ରୁ ୧୦/୧୬
- କାଳବେଳା – ପ୍ରାତଃ ୦୫/୨୫ ରୁ ୦୭/୦୨ ଓ ଦିବା ୦୪/୪୩ ରୁ ୦୬/୨୦
- ବାରବେଳା –ଦିବା ୦୧/୨୯ ରୁ ୦୩/୦୬
- କାଳରାତ୍ରି – ସନ୍ଧ୍ୟା ୦୬/୨୦ ରୁ ୦୭/୪୩ ଓ ରାତ୍ରି ୦୪/୦୨ରୁ ୦୫/୨୫
ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ…
ମେଷ:-
- ଅଶ୍ୱନୀ – ଲାଗି ରହିଥିବା ବିବାଦ ଆପଣଙ୍କ ପକ୍ଷରେ ଯିବାର ସମ୍ଭାବନା ରହିଛି
- ଦ୍ୱିଜା – ବେକାରକୁ ରୋଜଗାର କରିବାର ସୁଯୋଗ ମିଳିବ
- କୃତିକା – ପୁରୁଣା କାମ ପୂରା କରିବା ପାଇଁ ଦିନଟି ଭଲ ରହିବ
ପ୍ରତିକାର – ନୃସିଂହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ବୃଷ:-
- କୃତିକା – ସମ୍ମାନ ହାନି ଓ ଅପବ୍ୟୟ ଘଟିପାରେ
- ରୋହିଣୀ –କର୍ମ ପ୍ରତି ବିପଦ ଏବଂ କର୍ମ ହରାଇବାର ସମ୍ଭାବନା ଅଧିକ ରହିଛି
- ମୃଗଶିରା – ଆର୍ଥିକ ସ୍ଥିତି ବିଗିଡି ଯାଇପାରେ
ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ :-
- ମୃଗଶିରା – ସମାଜରେ ଆଦର ସମ୍ମାନ ପାଇବେ
- ଆଦ୍ରା – ଶତ୍ରୁ ଦମନ ପାଇଁ ଦୃଢ ପଦକ୍ଷପ ନେବେ
- ପୁନର୍ବସୁ – ଇଶ୍ୱରଙ୍କ ପ୍ରତି ବିଶ୍ୱାସ ବଢିବ
ପ୍ରତିକାର –ଦତାତ୍ରୟଙ୍କ ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
କର୍କଟ :-
- ପୁନର୍ବସୁ – ଅଫିସରେ ଲାଗିରହିଥିବା ଅଶାନ୍ତି ସମାପ୍ତି ହେବ
- ପୁଷ୍ୟା – ବେପାର ବୃତିରୁ ସଫଳତା ହାସଲ କରିବେ
- ଅଶ୍ଳେଷା – ବ୍ୟକ୍ତିଙ୍କ ମନଭାବକୁ ଶିଘ୍ର ବୁଝି ପାରିବେ
ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ସିଂହ :-
- ମଘା – ପୁରୁଣା କଥାର ପର୍ଯ୍ୟାଲୋଚନା କରି ମନରେ ଅଶାନ୍ତି ଆସିପାରେ
- ପୂ , ଫାଲଗୁନୀ – କଚେରୀ ମାମଲା ମାନସିକ ସ୍ଥିତିକୁ ବିଗାଡି ଦେଇପାରେ
- ଉ ,ଫାଲଗୁନୀ –ଅନ୍ୟ ମନସ୍କତା ଓ ଆଘାତପ୍ରାପ୍ତିର ଆଶଙ୍କା ରହିଛି
ପ୍ରତିକାର – କୂଳ ଦେବତାଙ୍କ ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
କନ୍ୟା :-
- ଉ , ଫାଲଗୁନୀ – ଶୁଭ କାମରେ ବହୁ ବାଧାବିଘ୍ନ ଲାଗିବ
- ହସ୍ତା–ଅଯଥା ବିବାଦିୟ ସି୍ଥତି ଉପୁଜିବ
- ଚିତ୍ରା –ମାତୃ କ୍ଲେଶ ଓ ସୁଖ ହାନୀ ଦେଖାଦେବ
ପ୍ରତିକାର – ବୁଧଙ୍କର ମନ୍ତ୍ର ପାଠ କରନ୍ତୁ
ତୁଳା:-
- ଚିତ୍ରା –ଧନ ସଂମ୍ପତି ବୃଦ୍ଧି ହୋଇପାରେ
- ସ୍ୱାତୀ – କୈାଣସି ଧର୍ମ ସ୍ଥାନକୁ ଯାତ୍ରା କରିପାରନ୍ତି
- ବିଶାଖା – ମହିଳା ମାନେ ଆତ୍ମ ସମ୍ମାନ ବଜାୟ ରଖିବେ
ପ୍ରତିକାର – କମଳାଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ
ବିଛା :-
- ବିଶାଖା –କର୍ମଜୀବି ମାନେ ଅତ୍ୟନ୍ତ ସଫଳତା ପାଇବେ
- ଅନୁରାଧା–ପ୍ରଶଂସା ପ୍ରାପ୍ତିର ସୈଭାଗ୍ୟ ଅର୍ଜନ କରିପାରନ୍ତି
- ଜ୍ୟେଷ୍ଠା –ସ୍ୱାସ୍ଥ୍ୟରେ ସକାରତ୍ମକ ପରିବର୍ତନ ଆସିପାରେ
ପ୍ରତିକାର – ମା ବଗମାମୁଖୀଙ୍କ ମହାକବଚ ଧାରଣ କରନ୍ତୁ
ଧନୁ :-
- ମୂଳା –ଅନେକ ଉଥାନ, ପତନ ଦେଇ ଗତି କରିବେ
- ପୂ , ଷାଢା – ଶାରିରୀକ ଓ ମାନସିକ ପୀଡା ଦେଖାଦେଇ ପାରେ
- ଉ , ଷାଢା – ପରିଶ୍ରମରୁ ସୁଫଳ ନପାଇ ପାରନ୍ତି
ପ୍ରତିକାର – ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ମକର :-
- ଉ , ଷାଢା – ସମସ୍ୟା ଗୁଡିକ ସେତେ ଗୁରୁତର ହେବ ନାହିଁ
- ଶ୍ରବଣା – ଚାକିରୀଆ ମାନେ ଉପରିସ୍ଥ ମାନଙ୍କର ଶ୍ରଦ୍ଧା ଲାଭ କରିବେ
- ଧନିଷ୍ଠା – ଶିକ୍ଷାର୍ଥୀ ମାନେ ବିଦ୍ୟାରେ ସଫଳତା ହାସଲ କରିବେ
ପ୍ରତିକାର – ସକାଳୁ ଗାଧୋଇ ସାରି ବରଗଛ ମୂଳରେ କ୍ଷୀର ଢାଳନ୍ତୁ
କୁମ୍ଭ :-
- ଧନିଷ୍ଠା – ଶିକ୍ଷାର୍ଥୀ ମାନେ ଅଧ୍ୟୟନ ଦିଗରେ ମନ ବଳାଇବେ
- ଶତଭିଷା – ବିବାହାଦି ମାଙ୍ଗଲ୍ୟକର୍ମ ସମ୍ପାଦନା ହୋଇପାରେ
- ପୂ , ଭାଦ୍ରପଦ –ଅଫିସକୁ ସୁନ୍ଦର ଭାବରେ ସଜାଇ ପାରନ୍ତି
ପ୍ରତିକାର – ଶନିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ମୀନ :-
- ପୂ , ଭାଦ୍ରପଦ – କଠିନ ଶ୍ରମ ଓ ଦୂରଦର୍ଶିତା ସଫଳତାର ପୃଷ୍ଟ ହୋଇପାରେ
- ଉ,ଭାଦ୍ରପଦ – କଳକାରଖାନା ବ୍ୟବସାୟରେ ଉନ୍ନତି ଘଟିବ କଚେରୀ
- ରେବତୀ – ସରକାରୀ ସ୍ଥରରେ କେତେକ ସୁବିଧା ପାଇବା ହେତୁ ଖୁସି ରହିବେ
ପ୍ରତିକାର – ଓଁ ବୃଂ ବୃହସ୍ପତୟେ ନମଃ ପାଠ କରନ୍ତୁ
0 Comments