ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବଲିଉଡ ଅଭିନେତା ଆଦିତ୍ୟ ରୟ କପୁର ନିଜ ଜନ୍ମଦିନରେ ତାଙ୍କର ଆଗାମୀ ଫିଲ୍ମ ନେଇ ଘୋଷଣା କରିଛନ୍ତି। ତାଙ୍କର ଆଗାମୀ ଫିଲ୍ମର ନାଁ ରହିଛି ‘ଓମ୍’। ଆକ୍ସନଭିତ୍ତିକ ଏହି ସିନେମା ଆସନ୍ତା ଡିସେମ୍ୱରରେ ଫ୍ଲୋରକୁ ଆସିବାର ସମ୍ଭାବନା ରହିଛି।
ଏକ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି, ଗତବର୍ଷ ଏହି ସମୟରେ ସେ ଏକାସାଙ୍ଗରେ ‘ଲୁଡୋ’ ଓ ‘ମଲଙ୍ଗ’ ପାଇଁ ବ୍ୟସ୍ତ ଥିଲେ। ଦୁଇଟି ଯାକ ପ୍ରୋଜେକ୍ଟରେ ତାଙ୍କ ଅଭିନୟକୁ ତାରିଫ ମଧ୍ୟ ମିଳିଥିଲା। ନିକଟରେ ‘ଲୁଡୋ’ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହୋଇଛି।

ତେବେ ଏହି ସୂଚନା ମିଳିବା ପରେ ସୋସିଆଲ ମିଡିଆରେ ଘମାସାନ ଦେଖିବାକୁ ମିଳିଛି। ଟ୍ୱିଟରରେ ତ ଆଦିତ୍ୟ ରୟ କପୁରଙ୍କୁ ଟ୍ରୋଲ ହେବାକୁ ପଡ଼ିଛି। ତାଙ୍କରି ଫିଲ୍ମକୁ ବୟକଟ୍ କରିବାକୁ ଲୋକମାନେ ବିଭିନ୍ନ ପୋଷ୍ଟ ମଧ୍ୟ କରିଛନ୍ତି।
Wherever I watch #AdityaRoyKapur acting on big screen, me be like🤭#OM pic.twitter.com/SSaNIE5BJI
— Sachin Singh (@Sachin_anshu06) November 16, 2020
Friends time to boycott #AdityaRoyKapur s #OM the one who replaced #Sushant in some movies, brother in law of the lady #VidyaBalan who time and again indicate #Sushant death needed no probe, he needed peace
— Meena Das Narayan (@MeenaDasNarayan) November 16, 2020