ଫିଲ୍ମ ‘ଦି କଶ୍ମୀର ଫାଇଲ୍ସ’ ଜିଣୁଛି ଦର୍ଶକଙ୍କ ମନ

ଫିଲ୍ମ ‘ଦି କଶ୍ମୀର ଫାଇଲ୍ସ’ ଜିଣୁଛି ଦର୍ଶକଙ୍କ ମନ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବିବେକ ରଞ୍ଜନ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ଦି କଶ୍ମୀର ଫାଇଲ୍ସ ସିନେପ୍ରେମୀଙ୍କୁ ଖୁବ୍ ପସନ୍ଦ ଅାସିଛି। ୧୧ ତାରିଖରେ ଫିଲ୍ମଟି ରିଲିଜ୍ ହୋଇଥିବାବେଳେ ପ୍ରଥମ ଦିନରେ ଏହା ୩.୫୫ କୋଟି ବ୍ୟବସାୟ କରିଛି। ୧୯୯୦ ମସିହା କଶ୍ମୀରରେ ହୋଇଥିବା ନରସଂହାର ଉପରେ ଫିଲ୍ମର କାହାଣୀ ପର୍ଯ୍ୟବେସିତ। କଶ୍ମୀରର ଜଣେ ସ୍କୁଲ ଶିକ୍ଷକ ପୁଷ୍କର ନାଥ ପଣ୍ଡିତଙ୍କ ଭୂମିକାରେ ଅଭିନୟ କରିଛନ୍ତି ଅନୁପମ ଖେର। ପୁଷ୍କରଙ୍କ ଶେଷ ଇଚ୍ଛା ପୂରା କରିବା ପାଇଁ ତାଙ୍କ ନାତି କୃଷ୍ଣା ଦିଲ୍ଲୀରୁ କଶ୍ମୀର ଅାସୁଛନ୍ତି। ସେଠାରେ ସେ ପୁଷ୍କରଙ୍କ ବନ୍ଧୁ ବ୍ରହ୍ମ ଦତ୍ତଙ୍କ ଘରେ ରୁହନ୍ତି। କଶ୍ମୀରରେ ରହିବା ଭିତରେ ପୁଷ୍କରଙ୍କ ଅନ୍ୟ ସବୁ ବନ୍ଧୁ କୃଷ୍ଣାଙ୍କୁ ଭେଟନ୍ତି ଏବଂ ୧୯୯୦ର ନରସଂହାର ଏବଂ ପୁଷ୍କରଙ୍କ ପରିବାରଙ୍କ ପ୍ରତି ହୋଇଥିବା ଅତ୍ୟାଚାର ବିଷୟରେ କୃଷ୍ଣାଙ୍କୁ କୁହନ୍ତି । ଫିଲ୍ମରେ ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ, ପଲ୍ଲବୀ ଜୋଷୀ, ଦର୍ଶନ କୁମାର, ଭାଷା ସୁମ୍ବଲି, ଚିନ୍ମୟ ମାଣ୍ଡେଲକର ଅାଦି ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ମୋଟାମୋଟି ଭାବେ ଫିଲ୍ମରେ ସମସ୍ତ କଳାକାର ସୁନ୍ଦର ଅଭିନୟ କରିଥିବାବେଳେ ୧୯୯୦ର କଶ୍ମୀରକୁ ଚଳଚ୍ଚିତ୍ରରେ ଅତି ସୁନ୍ଦର ଭାବେ ଚିତ୍ରଣ କରାଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: