ପଞ୍ଜାବରେ ୬୮%, ୟୁପିରେ ୫୭% ମତଦାନ

ପଞ୍ଜାବରେ ୬୮%, ୟୁପିରେ ୫୭% ମତଦାନ

ପ୍ରିଜମ ନ୍ୟୁଜ ବ୍ୟୁରୋ: ପଞ୍ଜାବର ସମସ୍ତ ୧୧୭ ଆସନରେ ରବିବାର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ମତଦାନ ହାର ୬୮ ପ୍ରତିଶତ ଥିବା ଜଣାପଡ଼ିଛି। ସକାଳ ୮ରୁ ଭୋଟଗ୍ରହଣ ଅାରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ଯନ୍ତ ଚାଲିଥିଲା। ସୁରକ୍ଷା ଓ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର ୭୦୦ କମ୍ପାନୀ ଯବାନଙ୍କ ସମେତ ରାଜ୍ୟ ପୋଲିସ ମୁତୟନ ହୋଇଥିଲେ। ୯୩ ମହିଳାଙ୍କ ସମେତ ମୋଟ ୧,୩୦୪ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଯାଇଛି ।
ଫିରୋଜପୁର ସହରାଞ୍ଚଳ ନିର୍ବାଚନ ମଣ୍ଡଳୀରେ ଭାଜପା ସମର୍ଥକଙ୍କ ଅାକ୍ରମଣରେ ଏଏପି କର୍ମୀ ସୁର୍ଜିତ ସିଂ ଅାହତ ହୋଇଛନ୍ତି। ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି। ଅମୃତସରରେ ପଞ୍ଜାବ କଂଗ୍ରେସ ସଭାପତି ନବଜ୍ୟୋତି ସିଂ ସିଦ୍ଧୁ ଏବଂ ଏସ୍ଏଡି ନେତା ବିକ୍ରମ ସିଂ ମାଜିଥତ୍ଅା ପରସ୍ପରର ସାମ୍ନାସାମ୍ନି ହୋଇଛନ୍ତି। ସେମାନେ ଅମୃତସର ପୂର୍ବ ଅାସନରେ ପରସ୍ପର ବିରୋଧରେ ପ୍ରାର୍ଥୀ ହୋଇଛନ୍ତି। ଅମୃତସରର ଯୋଡ଼ା ଯମଜ ସୋହନ ସିଂ ଓ ମୋହନ ସିଂ ପ୍ରଥମ ଥର ପାଇଁ ଭୋଟ ଦେଇଛନ୍ତି ।
ରବିବାର ଉତ୍ତରପ୍ରଦେଶରେ ତୃତୀୟ ପଯର୍ୟାୟରେ ୫୯ ଅାସନ ଲାଗି ମତଦାନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ନିର୍ବାଚନ ଅଧତ୍କାରୀଙ୍କ ସୂଚନା ଅନୁଯାୟୀ ଅପରାହ୍ନ ସୁଦ୍ଧା ସେଠାରେ ହାରାହାରି ୫୭.୫୮ ପ୍ରତିଶତ ମତଦାନ ହୋଇଛି। ଏହି ପର୍ଯ୍ୟାୟରେ ୬୨୭ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ୧୬ ଜିଲାର ୨.୧୫ କୋଟି ଭୋଟର ସେମାନଙ୍କର ମତାଧତ୍କାର ସାବ୍ୟସ୍ତ କରିଛନ୍ତି । ତୃତୀୟ ପର୍ଯ୍ଯାୟରେ ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ରହିଛନ୍ତି ଏସପି ଅଧ୍ୟକ୍ଷ ଅଖିଳେଶ ଯାଦବ, ଭାଜପାରୁ କେନ୍ଦ୍ରମନ୍ତ୍ରୀ ଏସ୍.ପି. ସିଂ ବଘେଲ, ଶିବପାଲ ସିଂ ଯାଦବ ଓ ବଘେଲ କରହଲ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: