ଏହି ତାରିଖରେ ରିଲିଜ ହେବ ‘ପୃଥ୍ବୀରାଜ’

ଏହି ତାରିଖରେ ରିଲିଜ ହେବ ‘ପୃଥ୍ବୀରାଜ’

ପ୍ରିଜମ ନ୍ୟୁଜ ବ୍ୟୁରୋ: ବଲିଉଡ୍‌ ଷ୍ଟାର ଅକ୍ଷୟ କୁମାର ଏବଂ ମାନୁଷୀ ଛିଲ୍ଲରଙ୍କ ବହୁ ପ୍ରତୀକ୍ଷିତ ଐତିହାସିକ ଫିଲ୍ମ ‘ପୃଥ୍ବୀରାଜ’ର ରିଲିଜ୍‌ ତାରିଖ ଘୋଷଣା ହୋଇଯାଇଛି। ଚନ୍ଦ୍ର ପ୍ରକାଶ ଦ୍ୱିବେଦୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଜୁନ ୧୦ ତାରିଖ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ୨୦୧୭ର ମିସ୍‌ ୱାର୍ଲ୍ଡ ହୋଇଥିବା ମାନୁଷୀ ପ୍ରଥମ ଥର ପାଇଁ ଚଳଚ୍ଚିତ୍ର ଦୁନିଆର ସଦସ୍ୟ ହେବାକୁ ଯାଉଛନ୍ତି। ଫିଲ୍ମଟି ସମ୍ରାଟ୍‌ ପୃଥ୍ବୀରାଜ ଚୌହାନଙ୍କ ବିଜୟ ଗାଥାକୁ ନେଇ ଆଧାରିତ। ଏଥିରେ ଅକ୍ଷୟ ପୃଥ୍ବୀରାଜଙ୍କ ସ୍ଥାନରେ ଏବଂ ମାନୁଷୀ ରାଜକୁମାରୀ ସଂୟୋଗିତାଙ୍କ ଭୂମିକାରେ ନଜରକୁ ଆସିବେ। ମୁଭିରେ ସୋନୁ ସୁଦ ଏବଂ ସଞ୍ଜୟ ଦତ୍ତଙ୍କୁ ଦେଖିବାକୁ ମିଳିବ। ଫିଲ୍ମରେ ଚନ୍ଦ୍ର ବରଦାଈଙ୍କ ଭୂମିକାରେ ସୋନୁ ଏବଂ ସଞ୍ଜୟ କାକା କାହ୍ନାଙ୍କ ଭୂମିକାରେ ନଜରକୁ ଆସିବେ। ଗତବର୍ଷ ନଭେମ୍ବରରେ ସିନେମାର ଟିଜର ରିଲିଜ୍‌ ହୋଇଥିଲା। ଫିଲ୍ମଟି ହିନ୍ଦୀ, ତାମିଲ ଓ ତେଲୁଗୁ ଆଦି ତିନୋଟି ଭାଷାରେ ମୁକ୍ତିଲାଭ କରିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: