ପଣ୍ଡିତ ଡ. ଦାମୋଦର ହୋତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ

ପଣ୍ଡିତ ଡ. ଦାମୋଦର ହୋତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ

ପ୍ରିଜମ ନ୍ୟୁଜ ବ୍ୟୁରୋ: ହିନ୍ଦୁସ୍ତାନୀ ସଙ୍ଗୀତ ଗାୟକ ତଥା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପଣ୍ଡିତ ଡ. ଦାମୋଦର ହୋତାଙ୍କର ପରଲୋକ ହୋଇଯାଇଛି। ଶନିବାର ରାତି ପ୍ରାୟ ୧୨ଟା ୧୫ ସମୟରେ ନୟାପଲ୍ଲୀସ୍ଥିତ ବାସଭବନ ‘ସୀତାରାମ’ ନିବାସରେ ପରଲୋକ ଘଟିଛି। ତାଙ୍କୁ ୮୭ବର୍ଷ ହୋଇଥିଲା। ସେ ପାରମ୍ପରିକ ଓଡ଼ିଶୀ ବା ଉଡ୍ରପଦ୍ଧତୀୟ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଏବଂ ଗବେଷକ ଥିଲେ। ଡ଼. ହୋତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଏଥିସହ ଦାମୋଦରଙ୍କ ପାର୍ଥିବ ଶରୀରର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ଘୋଷଣା କରିଛନ୍ତି। ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରରେ ତାଙ୍କ ଅବଦାନକୁ ଆଗାମୀ ପିଢ଼ି ମନେ ରଖିବ ବୋଲି କହିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ପ୍ରମୁଖ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: