
ମଣିପୁର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି
ପ୍ରିଜମ ନ୍ୟୁଜ ବ୍ୟୁରୋ:ମଣିପୁର ବିଧାନସଭା ନିର୍ବାଚନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କଲା ବିଜେପି । ବିଜେପି ରବିବାର ରାଜ୍ୟର ସମସ୍ତ ୬୦ ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । ତିନୋଟି ଆସନରେ ମହିଳା ପ୍ରାର୍ଥୀଙ୍କୁ ଓହ୍ଲାଇଛି ବିଜେପି। ଏଥର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ହିଙ୍ଗାଙ୍ଗ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡିଛି। ପ୍ରାର୍ଥୀଙ୍କ ନାଁ ଘୋଷଣା କରି ବିଜେପି ନେତା ସମ୍ୱିତ ପାତ୍ର କହିଛନ୍ତି, ମଣିପୁରରେ ଆମ ଦଳରେ କୌଣସି ବିବାଦ ନାହିଁ।ଦୁଇ-ତୃତୀୟାଂଶ ସଂଖ୍ୟା ସହ ଆମେ ସରକାର ଗଠନ କରିବୁ ବୋଲି ସେ କହିଛନ୍ତି। ମଣିପୁରରେ ଦୁଇଟି ପର୍ଯ୍ୟାୟରେ ୬୦ ଆସନ ପାଇଁ ହେବ ନିର୍ବାଚନ। ଫେବ୍ରୁଆରୀ ୨୭ରେ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୩ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ମାର୍ଚ୍ଚ ୧୦ରେ ପ୍ରକାଶ ପାଇବ ଫଳାଫଳ।
0 Comments