ପ୍ରିଜମ ନ୍ୟୁଜ ବ୍ୟୁରୋ:ଆସନ୍ତା ମାସରେ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି, ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ପଞ୍ଜାବ ଲୋକ କଂଗ୍ରେସ (PLC) ଓ ଶିରୋମଣୀ ଅକାଳୀ ଦଳ (SAD) ମଧ୍ୟରେ ମେଣ୍ଟ ହୋଇଛି । ଆଗାମୀ ନିର୍ବାଚନ ପାଇଁ ଆସନ ବୁଝାମଣା ମଧ୍ୟ ଶେଷ ହୋଇଛି । ରାଜ୍ୟରେ ୬୫ ଟି ଆସନରେ ବିଜେପି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ପୂର୍ବତନ ଅମରିନ୍ଦର ସିଂଙ୍କ PLC ୩୭ ଟି ଆସନ ଏବଂ ଶିରୋମଣି ଅକାଳୀ ଦଳ ୧୫ ଟି ଆସନରେ ପ୍ରାର୍ଥୀ ଦେବା ନେଇ ସ୍ପଷ୍ଟ ହୋଇଛି।ଫେବୃୟାରୀ ୨୦ ତାରିଖରେ ୧୧୭ ସଦସ୍ୟ ବିଶିଷ୍ଟ ପଞ୍ଜାବ ବିଧାନସଭା ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ । ତେବେ ଆଜି ୩ ଦଳ ମଧ୍ୟରେ ମେଣ୍ଟ ଗଠନ ହୋଇଥିବା ବେଳେ ଏହା ପୂର୍ବରୁ ଅର୍ଥାତ୍ ଗତକାଲି ୨୨ ଟି ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ ପଞ୍ଜାବ ଲୋକ କଂଗ୍ରେସ ମୁଖ୍ୟ କ୍ୟାପଟେନ ସିଂ । ପୂର୍ବରୁ କ୍ଷମତାରେ ଥିବା କଂଗ୍ରେସ କିଛି ପର୍ଯ୍ୟାୟର ପ୍ରାର୍ଥୀ ତାଲିକା ମଧ୍ୟ ଘୋଷଣା କରିସାରିଥିବା ବେଳେ ଏକାକୀ ନିର୍ବାଚନୀ ମୈଦାନକୁ ଓହ୍ଲାଉଛି ।
0 Comments