ଆସନ୍ତା କାଲି ଓଡ଼ିଶା ଆସିବ ଓମିସିୟୋର କିଟ୍, ସହଜ ହେବ ଓମିକ୍ରନ୍ ଚିହ୍ନଟ
Prism News January 16, 2022
ପ୍ରିଜମ ନ୍ୟୁଜ ବ୍ୟୁରୋ:ଆସନ୍ତାକାଲି ଓଡ଼ିଶାକୁ ଆସିବ ଓମିକ୍ରନ୍ ଟେଷ୍ଟିଂ କିଟ୍ ‘ଓମିସିୟୋର କିଟ୍’। ଦେଶର ପ୍ରଥମ ରାଜ୍ୟ ଭାବେ ଓମିସିୟୋର ଟେଷ୍ଟ କିଟ୍ ଆଣୁଛି ଓଡ଼ିଶା। ସହଜରେ ଓମିକ୍ରନ ଚିହ୍ନଟ କରିବାରେ ସହାୟକ ହେବ ‘ଓମିସିୟୋର କିଟ୍’। ଆଉ ଜିନମ ସିକ୍ବେନ୍ସିଂ କରିବା ଆବଶ୍ୟକ ପଡିବନି। ଓମିକ୍ରନର ଲକ୍ଷଣ ଥିଲେ ସଙ୍ଗେ ସଙ୍ଗେ ଏହି କିଟ୍ ଦ୍ଵାରାରେ ଟେଷ୍ଟ କରି ଓମିକ୍ରନ ପଜେଟିଭି କି ନାହିଁ ଜାଣି ହେବ । ରାଜ୍ୟ ସରକାର ୫ ଲକ୍ଷ ‘ଓମିସିୟୋର କିଟ୍’ ମଗାଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ପ୍ରଥମ ପର୍ଯ୍ୟାୟରେ କିଛି କିଟ୍ ସୋମବାର ଓଡ଼ିଶାରେ ପହଞ୍ଚିବ ବୋଲି କୁହାଯାଇଛି । ଟାଟା ଏମଡି ଓଡ଼ିଶାକୁ ଏହି କିଟ୍ ଦେବ । କିଛି ଦିନ ତଳେ ଓମିକ୍ରନ ଚିହ୍ନଟ କରିବା ପାଇଁ ଟାଟା ପ୍ରସ୍ତୁତ କରିଥିବା ଟେଷ୍ଟିଂ କିଟ୍ ଓମିସିୟୋରକୁ ମଞ୍ଜୁରୀ ପ୍ରଦାନ କରିଥିଲା ଆଇସିଏମଆର ।
0 Comments