ଅଧିନାୟକ ପଦ ଛାଡିବା ବିରାଟଙ୍କ ବ୍ୟକ୍ତଗତ ନିଷ୍ପତ୍ତି: BCCI

ଅଧିନାୟକ ପଦ ଛାଡିବା ବିରାଟଙ୍କ ବ୍ୟକ୍ତଗତ ନିଷ୍ପତ୍ତି: BCCI

ପ୍ରିଜମ ନ୍ୟୁଜ ବ୍ୟୁରୋ: ଗତକାଲି ବିରାଟ କୋହଲି ଭାରତୀୟ ଦଳର ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେବା ପରଠୁ ଚର୍ଚ୍ଚା ଜୋର ଧରିଛି। ଶନିବାର ଟିମ ଇଣ୍ଡିଆର ଅଧିନାୟକ ପଦ ଛାଡି ପାଇଁ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଥିଲେ ବିରାଟ କୋହଲି । ତେବେ ଟିମ ଇଣ୍ଡିଆର ଏହି ସଫଳ ଅଧିନାୟକଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛି ବିସିସିଆଇ। ଆଉ ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ଟୁଇଟ୍ କରି ସୂଚନା ଦେଇଛି। ଆଜି ବିସିସିଆଇ ବିରାଟ କୋହଲିଙ୍କ ନିଷ୍ପତି ନେଇ ଏକ ବିସ୍ତୃତ ବୟାନ ଜାରି କରିଛି ।ବିସିସିଆଇ ନିଜ ବୟାନରେ କହିଛି ଯେ, ବିରାଟ କୋହଲି ଭାରତୀୟ କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଟେଷ୍ଟ କ୍ୟାପଟେନ । ଧୋନୀଙ୍କଠାରୁ ଅଧିନାୟକ ପଦ ଗ୍ରହଣ କରିବା ପରେ ୬୮ଟି ଟେଷ୍ଟ ମ୍ୟାଚରେ ସେ ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ । ଯେଉଁଥିରେ ସେ ୪୦ଟି ମ୍ୟାଚରେ ବିଜୟ ହାସଲ କରିଛନ୍ତି । ତାଙ୍କ ବିଜୟ ହାର ୫୮.୮୨ ପ୍ରତିଶତ ରହିଛି । ଅଧିନାୟକ ଭାବେ ସେ ଶେଷ ଥର ଶ୍ରୀଲଙ୍କାରେ ସିରିଜ ବିଜୟ ହାସଲ କରିଥିଲେ । ବିସିସିଆଇ ଆହୁରି ମଧ୍ୟ କହିଛି ଯେ, ବିରାଟଙ୍କ ଅଧିନାୟକତ୍ୱରେ ଭାରତ ୨୦୧୮ରେ ଅଷ୍ଟ୍ରେଲିଆରେ ଐତିହାସିକ ବିଜୟ ହାସଲ କରିଥିଲା । ୱେଷ୍ଟଇଣ୍ଡିଜକୁ ହରାଇ, ଟେଷ୍ଟରେ ୧ ନମ୍ବର ସ୍ଥାନ ହାସଲ କରିଥିଲା ଟିମ ଇଣ୍ଡିଆ । ଚାମ୍ପିୟନସିପର ଫାଇନାଲରେ ମଧ୍ୟ ନିଜ ଉତ୍କର୍ଷତା ବଜାୟ ରଖିଥିଲା ଟିମ ଇଣ୍ଡିଆ । ବିରାଟ ଭାରତରେ ୩୧ଟି ଟେଷ୍ଟ ମ୍ୟାଚରେ ଅଧିନାୟକତ୍ବ କରିଛନ୍ତି, ଯେଉଁଥିରେ ସେ ୨୪ଟିରେ ବିଜୟୀ ହୋଇଥିଲବା ବେଳେ ମାତ୍ର ୨ଟି ମ୍ୟାଚରେ ପରାଜୟ ହୋଇଛନ୍ତି। ଶନିବାର ସେ ସାମାଜିକ ସୋସିଆଲ ଗଣମାଧ୍ୟମରେ ତାଙ୍କର ଇସ୍ତଫା ନେଇ ଘୋଷଣା କରିଥିଲେ। ଏକଦିବସୀୟ ଅଧିନାୟକ ପଦରୁ ହଟାଇବା ଲାଗି ବିସିସିଆଇ ନିଷ୍ପତ୍ତିର ଗୋଟିଏ ମାସ ପରେ ‌କୋହଲି ଏହି ପଦକ୍ଷେପ ନେଇଛନ୍ତି। ଏହାସହ ଟି-୨୦ର ଅଧିନାୟକ ପଦରୁ ଓହରିଯିବା ଲାଗି ବିରାଟ ନିଜ ଆଡ଼ୁ ଘୋଷଣା କରିଥିଲେ।ଏହା ସହ କୋହିଲଙ୍କ ଇସ୍ତଫା ନେଇ ପ୍ରତିକ୍ରିୟା ରଖିଛନ୍ତି ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି। ଗାଙ୍ଗୁଲି କହିଛନ୍ତି ଯେ, ବିରାଟଙ୍କ ନେତୃତ୍ୱରେ ଭାରତ ସବୁ ଫର୍ମାଟରେ ଉନ୍ନତ ପ୍ରଦର୍ଶନ କରିଛି । ତାଙ୍କର ଅଧିନାୟକ ଭାର ଛାଡିବା ବ୍ୟକ୍ତିଗତ ନିଷ୍ପତ୍ତି । ବିସିସିଆଇ ତାଙ୍କର ବହୁ ସମ୍ମାନ କରେ । ସେ ଭବିଷ୍ୟତରେ ଦଳକୁ ଶିଖରରେ ପହଁଚାଇବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବେ । ସେ ଜଣେ ମହାନ ଖେଳାଳି ବୋଲି କହିଛନ୍ତି ଗାଙ୍ଗୁଲି । ଅନ୍ୟ ପକ୍ଷରେ ଟେଷ୍ଟ ଅଧିନାୟକ ପଦରୁ କୋହଲିଙ୍କ ଇସ୍ତଫା ଦେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଟିମ ଇଣ୍ଡିଆର ପୂର୍ବତନ ମ୍ୟାନଜେର ରଞ୍ଜୀବ ବିଶ୍ୱାଳ କହିଛନ୍ତି , କୋହଲି ପଦ ଛାଡିବା ପାଇଁ ବିସିସିଆଇ ଦାୟୀ । କୋହଲି ଜଣେ ସଫଳ ଅଧିନାୟକ । ଗୋଟିଏ ରାଜନୀତି ପାଇଁ ପଦ ଛାଡିବାକୁ ତାଙ୍କୁ ଚାପ ପକାଗଲା । ଚାପରେ ରହିଲେ ଖେଳ ଉପରେ ପ୍ରଭାବ ପଡିବ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: