ପଞ୍ଚଭୂତରେ ଲୀନ  ମିହିର, ବିଦାୟ ଦେଲା ଓଡ଼ିଶା

ପଞ୍ଚଭୂତରେ ଲୀନ ମିହିର, ବିଦାୟ ଦେଲା ଓଡ଼ିଶା

ପ୍ରିଜମ ନ୍ୟୁଜ ବ୍ୟୁରୋ: ପଞ୍ଚଭୂତରେ ଲୀନ ହେଲେ ଅଭିନେତା ମିହିର ଦାସ । କଟକ ସତୀଚୈରା ଶ୍ମଶାନରେ ଆଜି ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ପରିବାର, ପ୍ରଂଶସକ ଓ ଆତ୍ମୀୟଙ୍କ ଉପସ୍ଥିତିରେ ଶେଷ ବିଦାୟ ନେଇଛନ୍ତି ମିହିର। ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ସମ୍ମାନ ଅର୍ଥେ ଗାର୍ଡ ଅଫ୍‌ ଅର୍ନର ଦିଆଯିବା ପରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ପୁଅ ଅମ୍ଲାନ ଦାସ ବାପାଙ୍କୁ ମୁଖାଗ୍ନି ଦେଇଥିଲେ । ସୂଚନା ଯୋଗ୍ୟ ଯେ, ମଙ୍ଗଳବାର ଦିନ ଅପରାହ୍ନରେ ୬୩ ବର୍ଷ ବୟସରେ ବିଶିଷ୍ଟ ଅଭିନେତା ମିହିର ଦାସ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସେ ଡାଇଵେଟିସ ସମେତ ଅନେକ ରୋଗରେ ପୀଡିତ ଥିବା ବେଳେ ସ୍ବାସ୍ଥ୍ଯବସ୍ଥା ଗୁରୁତର ଥିଲା । ଡିସେମ୍ବର ୮ ରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ତାଙ୍କ ଶରୀରର ଗୁରୁତ୍ବପୁର୍ଣ୍ଣ ଅଙ୍ଗ ଗୁଡ଼ିକ କାମ କରିବା ବନ୍ଦ କରିଦେଥିଲା। ଯାହାପରେ ତାଙ୍କୁ ଆଇ.ସି.ୟୁ.ରେ ଭର୍ତ୍ତି କରାଯିବା ସହ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା । ମିହିରଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ଆଜି ସକାଳୁ ଏକ ଶୋଭାଯାତ୍ରାରେ ମିହିର ଦାସଙ୍କ ମୃତଦେହକୁ କଟକ ସ୍ଥିତ ବାସଭବନରୁ ସତୀଚୌରା ଶ୍ମଶାନ ଅଭିମୁଖେ ବାହାରିଥିଲା । ସେଠାରେ ସମସ୍ତ ରୀତିନୀତିରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା । ମିହିର ଦାସଙ୍କ ମୃତ୍ୟୁ ଓଡ଼ିଆ ସିନେମା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଲେ ଭୁଲ ହେବନି। ତାଙ୍କ ମୃତ୍ୟୁରେ ପ୍ରଶାସକଙ୍କ ଭିତରେ ଦୁଃଖର କଳାବାଦଲ ଖେଳି ଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: