ଆସୁଛି ବାତ୍ୟା ଜୱାଦ,୪ରେ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡ ଫଲ୍

ଆସୁଛି ବାତ୍ୟା ଜୱାଦ,୪ରେ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡ ଫଲ୍

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ମାଡି ଆସୁଛି ବାତ୍ୟା ଜୱାଦ । ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ବାତ୍ୟାର ରୂପ ନେବ। ଏ ନେଇ ସତର୍କ କରାଇଛନ୍ତି ଆଇଏମ୍‌ଡି (IMD)ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଡିସେମ୍ବର ୪ ତାରିଖ ସକାଳେ ବାତ୍ୟା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ମଧ୍ୟରେ ସ୍ଥଳଭାଗ ଛୁଇଁବ। ଏହା ପ୍ରଭାବରେ ୩ ତାରିଖ ରାତିରୁ ସାରା ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ। ଆଇଏମ୍‌ଡି ଡିଜି କହିଛନ୍ତି, ଆଜି ପୂର୍ବାହ୍ନରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଧିରେ ଧିରେ ଏହା ପଶ୍ଚିମ-ଉତ୍ତର ଆଡ଼କୁ ଗତିକରି ୨ ତାରିଖରରେ ଅବପାତରେ ପରିଣତ ହେବ। ୩ ତାରିଖ ରାତିରୁ ଓଡ଼ିଶା ଉପକୂଳରେ ବର୍ଷା ସହ ମଧ୍ୟରାତ୍ରରୁ ପବନର ବେଗ ବଢ଼ିବ। ଉପକୂଳ ଛୁଇଁବା ପରେ ବାତ୍ୟା ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ । ବାତ୍ୟା ହେଲେ ୬୦ରୁ ୯୦ କିମି ବେଗରେ ବହିପାରେ ପବନ । ଭୀଷଣ ବାତ୍ୟାର ରୂପ ନେବା ଆଶଙ୍କା ରହିଛି। ପ୍ରଭାବରେ ଡିସେମ୍ବର ୩ ସନ୍ଧ୍ୟାରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି, ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୪ ତାରିଖ ସକାଳୁ ୬ ତାରିଖ ଯାଏ ୯ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଏହି ୯ ଜିଲ୍ଲା-ପୁରୀ, ଜଗତସିଂହପୁର, ଗଞ୍ଜାମ, ନୟାଗଡ଼, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର, କଟକ ଓ ଖୋର୍ଦ୍ଧା।ସମୁଦ୍ର ମଧ୍ୟକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଡିସେମ୍ବର ୨ ତାରିଖ ସୁଦ୍ଧା ଫେରି ଆସିବାକୁ ପରାମର୍ଶ ଦେଇଛନ୍ତି ଆଇଏମଡି ଜିଜି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: