ଦୁର୍ଗା ପୂଜା ପାଇଁ ଦିଲ୍ଲୀରେ ବଢ଼ିଲା ପ୍ରଦୂଷଣ, ଚେତାଇଲେ ବିଶେଷଜ୍ଞ

ଦୁର୍ଗା ପୂଜା ପାଇଁ ଦିଲ୍ଲୀରେ ବଢ଼ିଲା ପ୍ରଦୂଷଣ, ଚେତାଇଲେ ବିଶେଷଜ୍ଞ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସାରା ଦେଶରେ ବିଜୟାଦଶମୀ ସରିବା ସହ ଦିଲ୍ଲୀ ବାସୀଙ୍କ ପାଇଁ ଚିନ୍ତିତ କଲା ଭଳି ଖବର ନେଇ ଆସିଛି । ଦଶହରା ସରିବା ସହ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ସ୍ତର ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ ରାଜଧାନୀ ନିକଟବର୍ତ୍ତି ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆଜି ଦିଲ୍ଲୀ ସମେତ ଏନସିଆରର ଅନେକ ସ୍ଥାନରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ହୋଇଥିବାର ଦେଖିବାକୁ ମିଳିଛି ଏବଂ ଲୋକମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଦିଲ୍ଲୀର ଏଭଳି ସ୍ଥିତି ଦେଖି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସରକାର ଓ ଜନସାଧାରଣଙ୍କୁ ଚେତେଇ ଦେଇଛନ୍ତି।
ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଏମସି ମିଶ୍ର କହିଛନ୍ତି ଯେ ଶୀତ ଋତୁ ଆସିବା ମାତ୍ରେ ଶ୍ୱାସକ୍ରିୟା ଜନିତ ରୋଗ ବଢ଼ିବାରେ ଲାଗିଥାଏ। ଏହାସହ ଶୀତ ଋତୁରେ ପ୍ରଦୂଷଣ ସ୍ତର ବଢ଼ିବା ଆରମ୍ଭ ହେବା ଭାୟଙ୍କର ହୋଇଥାଏ।ସେତେବେଳେ ଏହି ରୋଗଗୁଡିକ ଅତ୍ୟନ୍ତ ବିପଜ୍ଜନକ ହୋଇଯାଏ। ପ୍ରାୟତଃ ଶୀତ ଋତୁ ଆସିବା ପରେ ହୃଦଘାତ ଏବଂ ବ୍ରେନ୍ ଷ୍ଟ୍ରୋକ୍ ପରିସ୍ଥିତି ଅଧିକ ବଢ଼ିଥାଏ। ଏହାରି ଭିତରେ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ସ୍ଥିତି ବୃଦ୍ଧି ହୋଇଛି। ଏହା ପରେ ଅନେକ ରୋଗ ବୃଦ୍ଧି ହେବାର ଆଶଙ୍କା ମଧ୍ୟ ବଢିଛି। ଏଥିମଧ୍ୟରେ ଫୁସଫୁସ ରୋଗ COPD, ଶ୍ୱାସ ରୋଗ ଯେପରିକି ଆଜମା , ଛାତି ଯନ୍ତ୍ରଣା ଏବଂ ହେମୋପ୍ଟାଇସିସ୍ ଯଥା ଶ୍ୱସରେ ରକ୍ତ ପଡିବା, ଯକ୍ଷ୍ମା, ଟିବି, ଫୁସଫୁସ କର୍କଟ ଇତ୍ୟାଦି ଅନ୍ତର୍ଭୁକ୍ତ।
ଡାକ୍ତର ମିଶ୍ର କହିଛନ୍ତି ଯେ କରୋନା ମଧ୍ୟ ଏକ ଶ୍ୱାସକ୍ରିୟା ରୋଗ। ଏହା ମଧ୍ୟ ଲୋକଙ୍କ ଫୁସଫୁସରେ ଅନେକ କ୍ଷତି ଘଟାଉଛି। ଯେଉଁମାନେ କରୋନାରୁ ସୁସ୍ଥ ହୋଇଛନ୍ତି ସେମାନଙ୍କ ପାଖରେ କିଛି ସିଣ୍ଡ୍ରୋମ କିମ୍ବା ପୋଷ୍ଟ କୋଭିଡ ଇଫେକ୍ଟ ଆକାରରେ ରୋଗଗୁଡିକ ଫୁସଫୁସରେ ଦେଖାଯାଉଛି । ଏଭଳି ପରିସ୍ଥିତିରେ ପ୍ରଦୂଷଣ ସ୍ତର ବୃଦ୍ଧି ହେତୁ ରୋଗୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ବୟସ୍କମାନଙ୍କଠାରୁ ଆରମ୍ଭ କରି ପିଲାମାନଙ୍କ ପର୍ଯ୍ୟନ୍ତ, ଶ୍ୱାସକ୍ରିୟା ରୋଗ କିମ୍ବା ପୋଷ୍ଟ କୋଭିଡ୍ ପ୍ରଭାବ ମଧ୍ୟ ଉତ୍ପନ୍ନ ହୋଇପାରେ। ବାୟୁ ପ୍ରଦୂଷଣ କାରଣରୁ ନିମୋନିଆ ସମ୍ବନ୍ଧୀୟ ରୋଗ ପିଲାମାନଙ୍କଠାରେ ଦେଖାଦେବ। ଶରୀରରେ ଅମ୍ଳଜାନର ଅଭାବ ଅନେକ ସମସ୍ୟା ସୃଷ୍ଟି କରିପାରେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: