ପ୍ରିଜମ୍ ନ୍ୟୁଜ ବ୍ୟୁରୋ: “୨୦୦-ହାଲା ହୋ” ଫିଲ୍ମ ଜରିଆରେ ପ୍ରାୟ ୧୨ ବର୍ଷ ପରେ ଚଳଚ୍ଚିତ୍ର ଦୁନିଆକୁ କମ୍ ବ୍ୟାକ କରିଛନ୍ତି ଭେଟେରାନ ଅଭିନେତା ଅମୋଲ ପାଲେକର। ସେ କହିଛନ୍ତି ଯେ ହିନ୍ଦୀ ସିନେମାରେ ଜାତିକୁ କ୍ୱଚିତ୍ ଏକ ପ୍ରସଙ୍ଗ ଭାବରେ ଉଠାଯାଇଥାଏ, କାରଣ ଏହା ପାରମ୍ପାରିକ ଭାବରେ ଏକ ମନୋରଞ୍ଜନ ପ୍ରସଙ୍ଗ ହୋଇନାହିଁ। ଫିଲ୍ମ ‘୨୦୦-ହାଲା ହୋ’ ଜଣେ ଦଳିତ ମହିଳାଙ୍କ ସତ କାହାଣୀ ଉପରେ ଆଧାରିତ, ଯିଏ କି ଏକ ଖୋଲା ଅଦାଲତରେ ଜଣେ ବଳାତ୍କାରୀକୁ ଆକ୍ରମଣ କରିଥିଲା। ସାର୍ଥକ ଦାସଗୁପ୍ତଙ୍କ ଦ୍ୱାରା ନିର୍ଦ୍ଦେଶିତ ତଥା ଦାସଗୁପ୍ତ ଏବଂ ଗୌରବ ଶର୍ମାଙ୍କ ଦ୍ୱାରା ଲିଖିତ ଏହି ଚଳଚ୍ଚିତ୍ରରେ ୨୦୦ ଦଲିତ ମହିଳାଙ୍କ ଆଖିରେ ଯୌନ ହିଂସା, ଜାତି ନିର୍ଯ୍ୟାତନା, ଦୁର୍ନୀତି ଏବଂ ଆଇନଗତ ତ୍ରୁଟି ଆଦି ପ୍ରସଙ୍ଗ ବିଷୟରେ ଦେଖା ଯାଇଛି।
୧୯୭୯ ଦଶକରେ ‘ରଜନୀଗନ୍ଧା’, ‘ଚିତଚୋର’, ‘ଛୋଟି ସି ବାତ’, ‘ଗୋଲ ମାଲ’ ଭଳି ହିନ୍ଦୀ ଚଳଚ୍ଚିତ୍ରର ନାୟକ ହୋଇଥିବା ପାଲେକର କହିଛନ୍ତି ଯେ ନିର୍ମାତାମାନେ ସାଧାରଣତଃ ଏହିପରି “ବିବାଦୀୟ” ବିଷୟରୁ ଦୂରେଇ ଯାଆନ୍ତି। ପାଲେକର ଏକ ସାକ୍ଷାତକାରରେ କହିଛନ୍ତି, “ଏହି ଚଳଚ୍ଚିତ୍ରର କାହାଣୀରେ ଜାତିର ପ୍ରସଙ୍ଗ ଉଠାଯାଇଛି, ଯାହା ଭାରତୀୟ ସିନେମାରେ ବର୍ତ୍ତମାନ ଅଦୃଶ୍ୟ ହୋଇପଡିଛି। ଏହିପରି ବିଷୟଗୁଡିକ ବିବ୍ରତ ଏବଂ ପାରମ୍ପାରିକ ଭାବରେ ‘ମନୋରଞ୍ଜନଧର୍ମୀ’ ନୁହେଁ। ନିର୍ମାତାମାନେ ସେମାନଙ୍କର ସିନେମା ଯାତ୍ରା ସମୟରେ ଏହିପରି ଚଳଚ୍ଚିତ୍ର ନିର୍ମାଣରୁ ଦୂରେଇ ରୁହନ୍ତି।
ମରାଠୀ ଏବଂ ତାମିଲ ସିନେମାରେ ଜାତି ସମସ୍ୟାକୁ ସଫଳତାର ସହିତ ଉଠାଯାଇଛି। ଏହା ନାଗରାଜ ମଞ୍ଜୁଲେଙ୍କ “ଫନ୍ଦରୀ” ଏବଂ “ସୋରାଟ” ଏବଂ ପା ରଣଜିତଙ୍କ “କାଲା” ଏବଂ “ସରପଟ୍ଟ ପରମ୍ୱାରି” ଭଳି ଚଳଚ୍ଚିତ୍ରରେ ସ୍ଥାନ ପାଇଛି। ମୁଖ୍ୟ ସ୍ରୋତ ହିନ୍ଦୀ ସିନେମାରେ ନୀରଜ ଘୟୱାନଙ୍କ “ମାସାନ” ଏବଂ “ଗିଲି ପୁଚି” ବ୍ୟତୀତ ଜାତି ପ୍ରସଙ୍ଗ ମୁଖ୍ୟତଃ ଅଦୃଶ୍ୟ ରହିଆସିଛି। ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ‘ଆଜିବ ଦସ୍ତାନ’ରେ ଏହା ଦର୍ଶାଯାଇଛି।
0 Comments