କେବେ ଶୁଣି ନ ଥିବେ ଏମିତି ଦଣ୍ଡ

କେବେ ଶୁଣି ନ ଥିବେ ଏମିତି ଦଣ୍ଡ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପ୍ରତ୍ୟେକ ଦେଶରେ ବିଭିନ୍ନ ଅପରାଧ ପାଇଁ ଭିନ୍ନ ଭିନ୍ନ ଦଣ୍ଡର ବ୍ୟବସ୍ଥା ରହିଥାଏ। ଅପରାଧ ଛୋଟ ହେଉ କି ବଡ, ଅନେକ ଦେଶରେ କୋର୍ଟ ଅପରାଧୀଙ୍କୁ ଏପରି ଦଣ୍ଡ ଦେଇଥାନ୍ତି, ଯାହା ଶୁଣିବା ଦ୍ୱାରା ଲୋକଙ୍କ ହୃଦୟ କମ୍ପି ଉଠେ। ଉତ୍ତର କୋରିଆ ଭଳି ଦେଶରେ ଛୋଟ ଭୁଲ ପାଇଁ ମଧ୍ୟ ମୃତ୍ୟୁ ଦଣ୍ଡ ମିଳେ। ଆଜି ଆମେ ଆପଣଙ୍କୁ ଏପରି କିଛି ଅଦ୍ଭୁତ ଏବଂ ଭୟଙ୍କର ଦଣ୍ଡ ବିଷୟରେ କହିବାକୁ ଯାଉଛୁ, ଯାହା ଜାଣି ଆପଣ ଚକିତ ହୋଇଯିବେ…

  • ସର୍ବପ୍ରଥମେ ଆମେରିକାର ଦୁଇଜଣ ଯୁବକଙ୍କୁ ଦିଆଯାଇଥିବା ଦଣ୍ଡ ବିଷୟରେ ଆଲୋଚନା କରିବା। ଆମେରିକାରେ କୋର୍ଟ ଦୁଇ ଯୁବକଙ୍କୁ ଏକ ଅନନ୍ୟ ଦଣ୍ଡାଦେଶ ଶୁଣାଇଥିଲେ। ୨୦୦୩ ମସିହା ରେ, ଆମେରିକାର ଚିକାଗୋରେ ରହୁଥିବା ଦୁଇଜଣ ଯୁବକ ଖ୍ରୀଷ୍ଟମାସ ଅବସରରେ ଏକ ଚର୍ଚ୍ଚରୁ ଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତି ଚୋରି କରିଥିଲେ। ସେହି ଯୁବକମାନେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ନଷ୍ଟ କରିଦେଇଥିଲେ। ଏହି ଅପରାଧରେ କୋର୍ଟ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦୁଇ ଯୁବକଙ୍କୁ ୪୫ ଦିନ କାରାଦଣ୍ଡରେ ରହିବାକୁ ସଜା ଶୁଣାଇଥିଲେ। ଏହା ବ୍ୟତୀତ ଯୁବକମାନଙ୍କୁ ନିଜ ସହରରେ ଗଧ ଉପରେ ବସି ମାର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
  • ସେହିପରି ଆମେରିକାର ମିଶୋରିରେ ରହୁଥିବା ଡେଭିସ୍ ବେରୀ ନାମକ ବ୍ୟକ୍ତି ଥରେ ଶହ ଶହ ହରିଣ ଶିକାର କରିଥିଲେ। ୨୦୧୮ ମସିହାରେ, କୋର୍ଟ ଡେଭିସଙ୍କ ଏହି ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଏକ ଅନନ୍ୟ ଦଣ୍ଡାଦେଶ ଶୁଣାଇଥିଲେ। ଦଣ୍ଡାଦେଶ ଶୁଣାଇ କୋର୍ଟ କହିଥିଲେ ଯେ ଡେଭିସ୍ ବର୍ଷେ ଜେଲରେ ରହି ଅନ୍ତତଃ ପକ୍ଷେ ମାସରେ ଥରେ ଡିଜନିଙ୍କ ବାମ୍ବି କାର୍ଟୁନ୍ ଦେଖିବେ। ଏହି ଦଣ୍ଡ ଶୁଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇଥିଲେ।
  • ଏହା ବ୍ୟତୀତ ସ୍ପେନର ଆଣ୍ଡାଲୁସିଆରେ ରହୁଥିବା ୨୫ ବର୍ଷିୟ ବୟସ୍କ ଯୁବକଙ୍କୁ ମଧ୍ୟ ଏକ ନିଆରା ଦଣ୍ଡ ଦିଆଯାଇଥିଲା। ବାସ୍ତବରେ ଯୁବକଙ୍କର ପିତାମାତା ତାଙ୍କୁ ପକେଟ ମନି ଦେବା ବନ୍ଦ କରିଦେଇଥିଲେ। ଏହା ପରେ ଯୁବକ ଜଣକ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ତେବେ କୋର୍ଟ ତାଙ୍କୁ ଓଲଟା ଦଣ୍ଡିତ କରିଥିଲେ ଓ ସଜା ଶୁଣାଇ କହିଥିଲେ ଯେ ଆସନ୍ତା ୩୦ ଦିନ ଭିତରେ ତାଙ୍କୁ ପିତାମାତାଙ୍କ ଘର ଛାଡ଼ିବା ସହ ନିଜ ଗୋଡରେ ଠିଆ ହେବାକୁ ପଡ଼ିବ।
  • ସେହିପରି ଆମେରିକାର ଓକାଲୋହୋମାରେ ରହୁଥିବା ୧୭ ବର୍ଷିୟ ଟାଇଲର ଅଲ୍ରେଡଙ୍କୁ ମଧ୍ୟ କୋର୍ଟ ଏକ ଅନନ୍ୟ ଦଣ୍ଡାଦେଶ ଶୁଣାଇଥିଲେ। କ୍ୱଚିତ୍ ଏପରି ଦଣ୍ଡ କେହି କେବେ ପାଇଥିବ। ଟାଇଲର ଆଲ୍ରେଡ ମଦ୍ୟପାନ କରି କାର ଚଳାଇଥିଲେ। ଏହି କାରଣରୁ ତାଙ୍କ କାର ଦୁର୍ଘଟଣାର ଶିକାର ହୋଇଥିଲା। ସେଥିରେ ଟାଇଲରଙ୍କ ଜଣେ ବନ୍ଧୁଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାଟି ୨୦୧୧ ମସିହାରେ ଘଟିଥିଲା। ଟାଇଲର ସେହି ସମୟରେ ହାଇସ୍କୁଲରେ ପଢୁଥିବାରୁ ହାଇସ୍କୁଲ ଏବଂ ସ୍ନାତକୋତ୍ତର ସମାପ୍ତ କରିବା ବ୍ୟତୀତ କୋର୍ଟ ତାଙ୍କୁ ଏକ ବର୍ଷର ଡ୍ରଗ୍, ମଦ୍ୟପାନ ଏବଂ ନିକୋଟିନ୍ ଟେଷ୍ଟ କରିବା ସହ ୧୦ ବର୍ଷ ଚର୍ଚ୍ଚ ଯିବା ପାଇଁ ଦଣ୍ଡ ଶୁଣାଇଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: