ପୂଜା ପାଉଛି କୁକୁର, ଦର୍ଶନ କଲେ ରହେନି କୁକୁର କାମୁଡ଼ିବା ଭୟ

ପୂଜା ପାଉଛି କୁକୁର, ଦର୍ଶନ କଲେ ରହେନି କୁକୁର କାମୁଡ଼ିବା ଭୟ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସାଧାରଣ ଭାବେ ଆମଦେଶରେ ଦେବା ଦେବୀଙ୍କ ମନ୍ଦିର ରହିଥାଏ। ଭାରତରେ ମନ୍ଦିର ତିଆରି ସଂସ୍କୃତି ବହୁ ପୁରାଣ ମଧ୍ୟ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ ଏକ ମନ୍ଦିର ଅଛି, ଯେଉଁଠାରେ କୌଣସି ଦେବା ଦେବୀ ନୁହେଁ କେବଳ କୁକୁରମାନଙ୍କୁ ପୂଜା କରାଯାଏ। ତେବେ ଯେତେବେଳେ ହିନ୍ଦୁଘରେ ବା ମନ୍ଦିରରେ ପୂଜା ପର୍ବ ସମୟରେ କୁକୁର ପ୍ରବେଶ ନିଷେଧ ହୋଇଥାଏ ଓ ଭୋଗକୁ ଛୁଇଁଲେ ଅଶୌଛ ହୋଇଯାଏ। ସେତେବେଳେ କୁକୁରକୁ ପୂଜା କରିବା ନିହାତି ଭାବେ ଆଶ୍ଚର୍ଯ୍ୟକର କଥା। ତେବେ ଏହା ପଛରେ କିଛି କିମ୍ବଦନ୍ତୀ ରହିଛି ବୋଲି ଲୋକ କୁହନ୍ତି। ଏହି ମନ୍ଦିରକୁ କୁକୁରଦେବ ମନ୍ଦିର କୁହାଯାଏ। ମନ୍ଦିରର ଦେବତାଙ୍କଠାରୁ ଆହୁରି ଅଦ୍ଭୁତ ଏଠାରେ ପ୍ରଚଳିତ ମାନ୍ୟତା ଏବଂ ମନ୍ଦିର ନିର୍ମାଣର କାହାଣୀ।
କୁକୁରଦେବ ମନ୍ଦିର ଛତିଶଗଡର ରାୟପୁରଠାରୁ ପ୍ରାୟ ୧୩୨ କିଲୋମିଟର ଦୂରରେ ଥିବା ଦୁର୍ଗ ଜିଲ୍ଲାର ଖାପ୍ରି ଗ୍ରାମରେ ଅବସ୍ଥିତ। କୁକୁରର ମୂର୍ତ୍ତି ଏହି ମନ୍ଦିରର ଗର୍ଭଗୃହରେ ସ୍ଥାପିତ ହୋଇଥିବାବେଳେ ଏହା ପାଖରେ ଏକ ଶିବଲିଙ୍ଗ ମଧ୍ୟ ଅଛି। ଶ୍ରାବଣ ମାସରେ ଏହି ମନ୍ଦିର ପରିଦର୍ଶନରେ ବହୁ ସଂଖ୍ୟାକ ଭକ୍ତ ଆସିଥାନ୍ତି। ଶିବ ମନ୍ଦିରରେ ନନ୍ଦୀଙ୍କୁ ପୂଜା କରାବା ପରି ଲୋକମାନେ ପ୍ରଭୁ ଶିବଙ୍କ ସହିତ କୁକୁର (କୁକୁରଦେବ) ଙ୍କୁ ପୂଜା କରନ୍ତି।
ଏହି ମନ୍ଦିର ୨୦୦ ମିଟର ବ୍ୟାସାର୍ଦ୍ଧ ପରିମିତ। ମନ୍ଦିରର ଗର୍ଭଗୃହ ବ୍ୟତୀତ ଏଠାକା ପ୍ରବେଶ ଦ୍ୱାରର ଉଭୟ ପାର୍ଶ୍ୱରେ କୁକୁରମାନଙ୍କର ପ୍ରତିମୂର୍ତ୍ତି ମଧ୍ୟ ରହିଛି। ବିଶ୍ୱାସ କରାଯାଏ ଯେ କୁକୁରଦେବଙ୍କ ଦର୍ଶନ କରିବା ପରେ କୁକୁରଖାସ ହେବାର ଭୟ ନଥାଏ, କିମ୍ବା କୁକୁର କାମୁଡ଼ିବାର ଆଶଙ୍କା ମଧ୍ୟ ନଥାଏ।
ବାସ୍ତବରେ କୁକୁରଦେବ ମନ୍ଦିର ଏକ ସ୍ମାରକ ଅଟେ। ଏହା ଏକ ବିଶ୍ୱସ୍ତ କୁକୁରର ସ୍ମୃତିରେ ନିର୍ମିତ ହୋଇଥିଲା। କୁହାଯାଏ ଯେ ଶତାବ୍ଦୀ ପୂର୍ବରୁ ଏକ ବଞ୍ଜାରା ତାଙ୍କ ପରିବାର ସହିତ ଏହି ଗାଁକୁ ଆସିଥିଲେ। ତାଙ୍କ ସହିତ ଏକ କୁକୁର ମଧ୍ୟ ଥିଲା। ଥରେ ଗାଁରେ ଦୁର୍ଭିକ୍ଷ ଦେଖାଗଲା, ବଞ୍ଜାରା ଗାଁର ଋଣଦାତାଙ୍କଠାରୁ ଋଣ ନେଇଥିଲେ, କିନ୍ତୁ ସେହି ଋଣ ପରିଶୋଧ କରିପାରିନଥିଲେ। ଏଭଳି ପରିସ୍ଥିତିରେ ସେ ନିଜର ବିଶ୍ୱସ୍ତ କୁକୁରକୁ ଋଣଦାତାଙ୍କ ପାଖରେ ବନ୍ଧା ରଖିଥିଲେ। କୁହାଯାଏ ଯେ ଥରେ ସାହୁକାର ଘରୁ ଚୋରି ହୋଇଗଲା। ଚୋରମାନେ ସମସ୍ତ ଧନ ସମ୍ପତିକୁ ମାଟି ତଳେ ପୋତି ଦେଇଥିଲେ ଏବଂ ଭାବିଥିଲେ ଯେ ସେମାନେ ଏହାକୁ ବାହାରକୁ ନେଇଯିବେ, କିନ୍ତୁ କୁକୁର ଚୋରି ସାମଗ୍ରୀ ବିଷୟରେ ଜାଣି ସେଠାକୁ ସାହୁକାରକୁ ନେଇଯାଇଥିଲେ। ଯେତେବେଳେ ସେ କୁକୁର ନିର୍ଦ୍ଦେଶ କରୁଥିବା ସ୍ଥାନରେ ଗାତ ଖୋଳିଥିଲେ, ସେତେବେଳେ ସେ ତାଙ୍କର ସମସ୍ତ ସମ୍ପତ୍ତି ପାଇଥିଲେ। କୁକୁରର ବିଶ୍ୱସ୍ତତାକୁ ନେଇ ଖୁସି ହୋଇ ଋଣଦାତା ତାଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ବଞ୍ଜାରେଙ୍କୁ ଏକ ଚିଠି ଲେଖି କୁକୁରର ବେକରେ ଝୁଲାଇ ତାଙ୍କ ନିକଟକୁ ପଠାଇଥିଲେ। ଯେତେବେଳେ, କୁକୁର ବଞ୍ଜାରେଙ୍କ ପାଖେ ପହଞ୍ଚିଥିଲା ସେ ଭାବିଥିଲେ ଯେ କୁକୁରଟି ଋଣଦାତାଙ୍କଠାରୁ ଲୁଚି କି ପଳେଇଛି। ତେଣୁ ସେ ରାଗିଯାଇ କୁକୁରକୁ ପିଟିପିଟି ମାରିଦେଇଥିଲେ। ତେବେ ପରେ ସେ କୁକୁରର ବେକରେ ଝୁଲୁଥିବା ଚିଠି ପଢ଼ି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଯାହା କରିଥିଲେ ସେଥିପାଇଁ ସେ ବହୁତ ଦୁଃଖିତ ହୋଇଥିଲେ। ତା’ପରେ ସେ କୁକୁରକୁ ସେହି ସ୍ଥାନରେ ପୋତି ଦେଇ ଏକ ସ୍ମାରକ ନିର୍ମାଣ କରିଥିଲେ। ପରେ ଏହି ସ୍ମାରକୀକୁ ଏକ ମନ୍ଦିରର ଆକାର ଦିଆଯାଇଥିଲା, ଯାହା ଆଜି କୁକୁର ମନ୍ଦିର ଭାବରେ ଜଣାଶୁଣା। ତେବେ ଏହି ମନ୍ଦିର ଦେଖିବା ପାଇଁ ଦେଶ ବିଦେଶରୁ ବହୁ ଲୋକ ଏଠାକୁ ଆସିଥାନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: