ପିଜୁଳି ପତ୍ରର ଉପକାରିତା ଜାଣନ୍ତି ?

ପିଜୁଳି ପତ୍ରର ଉପକାରିତା ଜାଣନ୍ତି ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆମ ବାଡି ବଗିଚାରେ ହେଉଥିବା ଫଳଟେ ହେଉଛି ପିଜୁଳି। ଏହା ଖାଇବାକୁ ଯେତିକି ସୁଆଦିଆ ସେତିକି ସ୍ବାସ୍ଥ୍ୟ ଉପକାରୀ। ତେବେ ପିଜୁଳି ସହ ତାର ପତ୍ର ମଧ୍ୟ ଉପକାରୀ। ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପିଜୁଳିର ମାତ୍ର ଗୋଟିଏ ପତ୍ର ୧୫ ରୁ ଅଧିକ ରୋଗକୁ ଭଲ କରିଥାଏ। ଏହା ଦାନ୍ତ ରୋଗ ,ଗଳା ଯନ୍ତ୍ରଣା ,ବ୍ରଣ ଏବଂ ଡାଇବେଟିସ ଆଦି ବିଭିନ୍ନ ପ୍ରକାରର ରୋଗ ଭଲ କରିଥାଏ। ତେବେ ଚାଲନ୍ତୁ ଜାଣିବା ପିଜୁଳି ପତ୍ର ଓ ତାର ଫଳର ଉପକାରିତା ବିଷୟରେ।

  • ଯେଉଁ ଲୋକ ମାନଙ୍କର ବହୁତ ଦିନ ଧରି ଆଣ୍ଠୁ ଗଣ୍ଠି ବିନ୍ଧା ହେଉଛି ଏବଂ ବିଭିନ୍ନ ପ୍ରକାରର ଔଷଧ ଖାଇବା ପରେ ମଧ୍ୟ ଉପଶମ ମିଳୁନି ତେବେ ଆପଣ ଏହି ପିଜୁଳି ପତ୍ର ବ୍ୟବହାର କରି ପାରିବେ। ପିଜୁଳି ପତ୍ରକୁ ଆପଣମାନେ ଭଲ ଭାବରେ ଛେଚି ତାର ରସକୁ ଅଥବା ଛେଚିଥିବା ପତ୍ରକୁ ଗରମ ପାଣିରେ ପକାଇ ଫୁଟାନ୍ତୁ। ପାଣିକୁ ବହୁତ ମାତ୍ରାରେ ଗରମ କରିବେ ନାହିଁ। ଯେପରି ଆପଣଙ୍କର ଆଣ୍ଠୁ ସହି ପାରୁଥିବ ସେଭଳି ତାପମାତ୍ରାରେ ପାଣିକୁ ଗରମ କରି ସେଥିରେ ପିଜୁଳି ପତ୍ରର ଛେଚାକୁ ପକେଇ ଦେବେ। ଏବଂ ତାପରେ ତାକୁ ଆଣି ନିଜର ବିନ୍ଧା ହେଉଥିବା ଜାଗାରେ ଲାଗେଇବେ। ଦେଖିବେ ଆପଣଙ୍କ ଆଣ୍ଠୁ ଗଣ୍ଠି ବିନ୍ଧା ଖୁବ ଶୀଘ୍ର ଭଲ ହୋଇଯିବ।
  • ଏହି ପିଜୁଳି ପତ୍ର ଡାଇରିଆ ବା ପତଳା ଝାଡ଼ା ଭଲ କରିବାରେ ସହାୟ ହୋଇଥାଏ। ପିଜୁଳି ପତ୍ରକୁ ଛୋଟ ପିଲା ମାନଙ୍କ ଠାରୁ ଆରମ୍ଭ କରି ବଡ ମାନଙ୍କ ପର୍ଯ୍ୟନ୍ତ ମଧ୍ୟ ସମସ୍ତେ ଖାଇପାରିବେ। ଡାଇରିଆ ରୋଗରୁ ରକ୍ଷା ପାଇବାକୁ ହେଲେ ପିଜୁଳି ପତ୍ରକୁ ଗୋଟିଏ କପ ପାଣିରେ ଗରମ କରି ସେହି ପାଣିକୁ ଭଲ ଭାବରେ ଛାଣିଦେବେ। ପାଣି ଥଣ୍ଡା ହେବା ପରେ ତାକୁ ଆଣି ପିଇବେ। ଦେଖିବେ ଡାଇରିଆ ରୋଗ ସମ୍ପୂର୍ଣ୍ଣ ଭଲ ହେଇଯିବ।
    -ପିଜୁଳି ପତ୍ର ସ୍ବପ୍ନ ଦୋଷ ଭଲ କରିଥାଏ । ଏହି ରୋଗ ସାଧାରଣତଃ ଗୁପ୍ତ ରୋଗ ଭାବେ ଜଣା। ଯଦି ଆପଣ ସ୍ବପ୍ନ ଦୋଷରୁ ନିଜକୁ ରକ୍ଷା କରିବାକୁ ଚାହୁଁଛନ୍ତି ତାହେଲେ ପିଜୁଳି ପତ୍ରକୁ ଭଲ ଭାବରେ ବାଟି ଦିଅନ୍ତୁ। ବାଟି ସାରିଲା ପରେ ଏହାର ରସକୁ ସଂଗ୍ରହ କରି ତାକୁ କିଛି ମହୁରେ ମିଶାଇ ପିଅନ୍ତୁ। ଏହାକୁ ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ ପିଇଲେ ଲାଭ ମିଳିବ। ଦେଖିବେ ଆପଣଙ୍କର ସ୍ବପ୍ନ ଦୋଷ ଖୁବ ଶୀଘ୍ର ଦୂର ହୋଇଯିବ।
  • ସେହିଭଳି ଯଦି ଆପଣଙ୍କ ଦାନ୍ତ ବିନ୍ଧୁଛି ତେବେ ପିଜୁଳି ପତ୍ର ଜାକିଲେ ବା ତାହାକୁ ସିଝାଇ ସେହି ପାଣିରେ କୁଳି କଲେ ଦାନ୍ତ ପିଡା ଓ ମୁଖ ଦୃଗନ୍ଧ ଦୂର ହୋଇଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: