ରହସ୍ୟମୟ ହ୍ରଦ: ଛୁଇଁଲେ ମଣିଷ ପାଲଟେ ପଥର

ରହସ୍ୟମୟ ହ୍ରଦ: ଛୁଇଁଲେ ମଣିଷ ପାଲଟେ ପଥର

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଦୁନିଆରେ ଏପରି ଅନେକ ବିପଜ୍ଜନକ ସ୍ଥାନ ରହିଛି । ଯାହାର ଆଖ ପାଖ ମାଡ଼ିବାକୁ ଲୋକେ ଡରନ୍ତି । ସେମିତି କେତେକ ହ୍ରଦ ଅଛି, ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ କେହି ଖୋଜି ପାଇନାହାନ୍ତି । ସେହିଭଳି ଗୋଟିଏ ବିପଜ୍ଜନକ ହ୍ରଦ ଉତ୍ତର ତାଞ୍ଜାନିଆରେ ଅଛି, ଯାହାର ନାଁ ନେଟ୍ରନ୍ ହ୍ରଦ । ବିଶ୍ୱାସ କରାଯାଏ ଯେ ,ଏହି ହ୍ରଦର ଜଳକୁ ଯେ କେହିବି ସ୍ପର୍ଶ କରେ, ତାହା ପଥରରେ ପରିଣତ ହୋଇଯାଏ । ଏହି ହ୍ରଦ ଚାରିପାଖରେ ପଶୁ ଓ ପକ୍ଷୀମାନଙ୍କର ଅନେକ ପଥର ମୂର୍ତ୍ତି ଅଛି ବୋଲି କୁହାଯାଏ।

      ନେଟ୍ରନ୍ ହ୍ରଦର ବହୁ ଦୂରଦୂରାନ୍ତର ପର୍ଯ୍ୟନ୍ତ କୌଣସି ଜନବସତି ନାହିଁ। ହ୍ରଦ ଚାରିପାଖରେ ପଥର ପ୍ରାଣୀ ଏବଂ ପକ୍ଷୀମାନଙ୍କର ମୂର୍ତ୍ତି ପଡ଼ିଛି । ଏହା ଦେଖି ହ୍ରଦର ଯାଦୁ ଶକ୍ତି ଥିବା କଥା ସତ୍ୟ ମନେ ହୁଏ । ବାସ୍ତବରେ ଏସବୁ ପଛରେ ଏକ ବୈଜ୍ଞାନିକ କାରଣ ରହିଛି। ନେଟ୍ରନ୍ ହେଉଛି ଏକ କ୍ଷାରୀୟ ହ୍ରଦ, ଯେଉଁଠାରେ ପାଣିରେ ସୋଡିୟମ୍ କାର୍ବୋନାଟ୍ ପରିମାଣ ବହୁତ ଅଧିକ। ପାଣିରେ କ୍ଷାରର ପରିମାଣ ଏବଂ ଆମୋନିଆର ପରିମାଣ ସମାନ ମାତ୍ରାରେ ରହିଛି । ଇଜିପ୍ଟର ଲୋକମାନେ ମମିଙ୍କୁ ସୁରକ୍ଷିତ ରଖିବା ପାଇଁ ଯେଉଁ ପ୍ରକ୍ରିୟା କରୁଥିଲେ ତାହା ସହିତ ଏହି ପାଣି ସମାନ। ଏହି କାରଣରୁ ପକ୍ଷୀମାନଙ୍କର ଶରୀର ସେଠାରେ ବର୍ଷ ବର୍ଷ ଧରି ସୁରକ୍ଷିତ ରହିଥାଏ ।

       ନେଟ୍ରନ୍ ହ୍ରଦ ଦୁନିଆର ଏକମାତ୍ର ନୁହେଁ, ଯେଉଁଥିରେ ବିପଜ୍ଜନକ ରାସାୟନିକ ଉପାଦାନ ରହିଛି। ଆଫ୍ରିକାର କଙ୍ଗୋରେ ଥିବା କିଭୁ ହ୍ରଦ ହେଉଛି ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ହ୍ରଦ। ଏହାକୁ ‘ବିସ୍ଫୋରକ ହ୍ରଦ’ ମଧ୍ୟ କୁହାଯାଏ । ବାସ୍ତବରେ ଏହାର ଜଳରେ କାର୍ବନ ଡାଇଅକ୍ସାଇଡ୍ ଏବଂ ମିଥେନ ଗ୍ୟାସ୍ ଥାଏ । କୁହାଯାଏ ଯେ, ଯଦି ଏହି ହ୍ରଦ ନିକଟରେ ସାମାନ୍ୟ ଭୂକମ୍ପ ହୁଏ, ତେବେ ହ୍ରଦରେ ଏକ ବଡ଼ ବିସ୍ଫୋରଣ ଘଟିବ, ଏଵଂ ସବୁ ଶେଷ କରିଦେବ। ଆମେରିକାର ବୃହତ୍ତମ ହ୍ରଦ ମଧ୍ୟରୁ ମିଚିଗାନ୍ ହ୍ରଦ ଯେତିକି ବିପଜ୍ଜନକ ସେତିକି ସୁନ୍ଦର। କୁହାଯାଏ ଯେ, ଏହି ହ୍ରଦ ନିକଟରେ ଘାତକ ଗ୍ୟାସର ବାଦଲ ଖେଳେଇ ହୋଇ ରହିଥିଲା, ଯେଉଁ କାରଣରୁ ସେଠାରେ ଉପସ୍ଥିତ ସମସ୍ତ ଜୀବଜନ୍ତୁ ପ୍ରାଣ ହରାଇଥିଲେ। ବୈଜ୍ଞାନିକମାନେ ବିଶ୍ୱାସ କରୁଥିଲେ ଯେ ହ୍ରଦ ତଳେ ଏକ ଆଗ୍ନେୟଗିରି ଅଛି, ଯେଉଁଥିପାଇଁ କାର୍ବନ ଡାଇଅକ୍ସାଇଡ୍ ଅକ୍ସାଇଡ୍ ଗ୍ୟାସ୍ ପାଣିରେ ପ୍ରବେଶ କରିଥାଏ । ଏବଂ ଗ୍ୟାସ ସ୍ତର ବଢିବା ସହିତ ଏହା ମେଘରେ ପରିଣତ ହୋଇଥାଏ।

ଡୋମିନିକା ହେଉଛି ଉତ୍ତର ଆମେରିକା ମାଳଦ୍ୱୀପର କାରିବିଆନ୍ ଅଞ୍ଚଳରେ ଅବସ୍ଥିତ ଏକ ଦେଶ, ଯେଉଁଠାରେ ଏକ ଫୁଟୁଥିବା ହ୍ରଦ ରହିଛି। ଏହି ହ୍ରଦକୁ ଯିବା ମୃତ୍ୟୁ ଡାକିବା ସହିତ ସମାନ। ବାସ୍ତବରେ ଏହାର ଜଳର ତାପମାତ୍ରା ୯୨ ଡିଗ୍ରୀ ସେଲସିୟସରେ ପହଞ୍ଚିଥାଏ ଏବଂ ଏହି ହ୍ରଦ ନିକଟରେ ଆଗ୍ନେୟଗିରିର ଉପସ୍ଥିତି ହେତୁ ଏହା ସର୍ବଦା ଜଳକୁ ଗରମ ରଖେ। ତେଣୁ ଯିଏ ଏହି ହ୍ରଦର ଜଳରେ ପଡ଼ିବ ତାର ଜୀବନ କି ଶରୀର କିଛି ରହିବନି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: