ଭୂତ ତିଆରି କରୁଛି ବିଳାସପୂର୍ଣ୍ଣ ହୋଟେଲ୍

ଭୂତ ତିଆରି କରୁଛି ବିଳାସପୂର୍ଣ୍ଣ ହୋଟେଲ୍

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:  ଭୂତର ଅସ୍ତିତ୍ବକୁ ନେଇ ଆମ ସମାଜରେ ଅନେକ ଆଲୋଚନା ଓ ସମାଲୋଚନା ଚାଲିଥାଏ । ଏହାକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳିଥାଏ । ତେବେ ଦୁନିଆରେ ଭୂତ ବୋଲି କିଛି ଅଛି କି ନାହିଁ ସେ ବିଷୟରେ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ମିଳି ନାହିଁ। ଲୋକମାନେ ସେମାନଙ୍କର ଅଭିଜ୍ଞତାକୁ ଆଧାର କରି ନିଜର ମତ ଦିଅନ୍ତି । କିନ୍ତୁ ବର୍ତ୍ତମାନ ମଞ୍ଚେଷ୍ଟରରେ ରହୁଥିବା ଲୋକମାନଙ୍କୁ ଭୂତ ଜଗତର ପ୍ରମାଣ ମିଳିବା ଆରମ୍ଭ ହୋଇଛି। (Google Maps )ଗୁଗଲ୍ ମ୍ୟାପ୍ସରେ ସେମାନଙ୍କୁ ଏହି ପ୍ରମାଣ ମିଳିଛି। ଟ୍ୱିଟର ବ୍ୟବହାରକାରୀ କିମ୍ବର୍ଲି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋଗ୍ରାଫ୍ ମାଧ୍ୟମରେ ଏନେଇ ସେୟାର କରିଛନ୍ତି । ସେ ସୂଚନା ଦେଇଛନ୍ତି ଯେ, ଲୋକମାନେ କେବଳ ମଞ୍ଚେଷ୍ଟରରେ ଓ ଗୁଗଲ୍ ମ୍ୟାପ୍ସରେ ଉକ୍ତ କୋଠା ଦେଖି ପାରୁଛନ୍ତି। ଯେତେବେଳେ ପ୍ରକୃତରେ ସେହି ସ୍ଥାନକୁ କେହି ଯିବ, ସେଠାରେ ସେପରି କୌଣସି କୋଠା ନାହିଁ।

ଟ୍ୱିଟର ବ୍ୟବହାରକାରୀ କିମ୍ବର୍ଲି ଏହାର ଏକ ସ୍କ୍ରିନସଟ୍ ସେୟାର କରିଛନ୍ତି । ସେ ଦର୍ଶାଇଛନ୍ତି ଯେ, ମଞ୍ଚେଷ୍ଟର ବ୍ରିଜ୍ ଛକ ନିକଟରେ ଥିବା ଲୋରି ହୋଟେଲ ଏବଂ ସ୍ଥାନୀୟ ମାଜିଷ୍ଟ୍ରେଟ କୋର୍ଟ ନିକଟରେ ଗୁଗଲ୍ ମାନଚିତ୍ର ଅନେକ ବିଳାସପୂର୍ଣ୍ଣ ଅଟ୍ଟାଳିକା ପ୍ରଦର୍ଶନ କରୁଛି। ସେମାନଙ୍କୁ ବିଚିତ୍ର ଫାଣ୍ଟମ୍ ବିଲଡିଂସ୍ ନାମିତ କରାଯାଇଛି।  ଗୁଗଲ୍ ମ୍ୟାପରେ ଦେଖାଯାଇଥିବା ଏହି ଅଦ୍ଭୁତ ଅଟ୍ଟାଳିକା ଭୟାନକ ଅଟେ । କାରଣ ସେଗୁଡିକ ବାସ୍ତବରେ ନାହିଁ । କିମ୍ବର୍ଲିଙ୍କ ଏହି ଟୁଇଟ୍ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ବହୁ ମାତ୍ରାରେ ଲୋକମାନେ କମେଣ୍ଟ ଦେଇଛନ୍ତି। ଅନେକ ଏହାକୁ ଅନ୍ୟ ଏକ ଜଗତ ବା ଡାଇମେଂସନର ଝଲକ ବୋଲି କହିଛନ୍ତି।

  ଏହି ଭୂତ କୋଠାଗୁଡ଼ିକ କେବଳ ଗୁଗଲ୍ ମ୍ୟାପ୍ସରେ ଦେଖିବାକୁ ମିଳୁଛି। ଏଠାରେ ସୂଚନା ଥାଉ କି ଏହା ମଞ୍ଚେଷ୍ଟରରେ ନୂଆ ଘଟଣା ନୁହେଁ । ଏହିଭଳି ଆହୁରି ଅଦ୍ଭୂତ ଘଟଣା ଘଟି ସାରିଛି। ଏହା ପୂର୍ବରୁ ମଧ୍ୟ ଏଠାରେ ଅନେକ ଥର UFOରୁ ଏଲିଏନ୍ ଦେଖିଥିବାର ଦାବି କରାଯାଇଛି । ତେବେ ଏହି ଭୂତିୟା କୋଠାଗୁଡ଼ିକର ଟୁଇଟ୍ ପରେ ମଞ୍ଚେଷ୍ଟରର ଅନେକ ଲୋକ ମଧ୍ୟ ସେମାନଙ୍କ ଅନୁଭୂତି ବାଣ୍ଟିଥିଲେ। ଅନେକ ଲୋକ ଭୂତ ଦେଖିବା ଏବଂ ବେଳେବେଳେ UFO ଦେଖିବା ବିଷୟରେ ଉଲ୍ଲେଖ କରିଛନ୍ତି। ଏଠାରେ ରହୁଥିବା ଡ଼ଭେ ନାମକ ଜଣେ ବ୍ୟକ୍ତି କହିଥିଲେ ଯେ, ସେ ୭୦ ଦଶକରୁ Paranormal ଜିନିଷ ଦେଖୁଛନ୍ତି ଏବଂ ସେ ବିଷୟରେ ଶୁଣୁଛନ୍ତି। ମଞ୍ଚେଷ୍ଟରରେ ଏପରି କିଛି ଅଛି, ଯାହାର ରହସ୍ୟ ପ୍ରକାଶ କରାଯାଇ ନାହିଁ। ବୋଧହୁଏ ଆଗାମୀ ସମୟରେ, ଏହି ଭୂତିୟା ଅଟ୍ଟାଳିକାର ରହସ୍ୟ କ’ଣ ବୁଝି ହେବ? ତେବେ କେତେକ ଲୋକ ଏହାକୁ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: